ପୁଅ କରିଦେଲା ବ୍ରେକ-ଅପ, ପୁଅର ବାପାକୁ ବାହା ହୋଇଗଲେ ଯୁବତୀ, ଜାଣନ୍ତୁ କେଉଁଠି…

0

Get real time updates directly on you device, subscribe now.

ଆମେରିକାର ଓହିଓସ ଷ୍ଟେଟରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକ ଜଣେ ଯୁବତୀଙ୍କ ପ୍ରେମରେ ପଡିଗଲେ। ଓ ତାଙ୍କୁ ମଧ୍ୟ ବିବାହ କରିଲେ। ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ।

ସୂଚନା ଅନୁସାରେ, ଜଣେ ବାପା ନିଜର ପୁଅର ପ୍ରେମିକାଙ୍କୁ ବିବାହ କରିଲେ। ବାପା ପଡିଗଲେ ପୁଅର ଏକ୍ସ ପ୍ରେମିକାଙ୍କ ପ୍ରେମରେ। ପୁଅର ବ୍ରେକ-ଅପ ହୋଇଯିବା ପରେ ବାପା ପୁଅର ପ୍ରେମିକାଙ୍କୁ ବିବାହ କରିଲେ। ଉକ୍ତ ବ୍ୟକ୍ତିଙ୍କ ଠାରୁ ଝିଅଟି ୨୪ ବର୍ଷ ସାନ ଅଟେ। ଜଣେ ମହିଳା ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଯିଏକି ଟିନ ଏଜରୁ ଉକ୍ତ ବ୍ୟକ୍ତିଙ୍କର ପୁଅର ପ୍ରେମରେ ପଡ଼ିଯାଇଥିଲେ। ଏହାକୁ ବିଶ୍ୱାସ କରିବା ସାମାନ୍ୟ କଷ୍ଟକର ହୋଇପାରେ କିନ୍ତୁ ଏହା ସତ ଅଟେ।

ସୂଚନା ଅନୁସାରେ ଜଣେ ୨୭ ବର୍ଷୀୟ ମହିଳା ଟ୍ରକ ଡ୍ରାଇଭର ପାଲଙ୍କୁ ବିବାହ କରିଥିଲେ। ଏହି ଦୁଇ ଦମ୍ପତିଙ୍କ ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛିକି ଉଭୟ ମଧ୍ୟରେ ବୟସର ବ୍ୟବଧାନ ୨୪ ବର୍ଷ ଅଟେ। ମହିଳା ଜଣକ ତାଙ୍କର ପାର୍ଟନରଙ୍କୁ ଯେତେବେଳେ ସେ ୧୧ ବର୍ଷର ଥିଲେ ସେତେବେଳେ ଭେଟିଥିଲେ। ଏବଂ ସେ ସେତେବେଳେ ପାଲଙ୍କ ପୁଅକୁ ଡେଟ କରୁଥିଲେ।

ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ଝିଅଜଣକ ପାଲଙ୍କ ସମ୍ପ-ର୍କରେ ଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ପାଲ ଜଣେ ଅନ୍ୟ ଏକ ମହିଳାଙ୍କୁ ଡେଟ କରୁଛନ୍ତି, ସେତେବେଳେ ଯୁବତୀଙ୍କୁ ଭଲ ଲାଗିନଥିଲା, ଓ ପାଲଙ୍କ ସହିତ ମେସେଜରେ କଥାବାର୍ତ୍ତା ହୋଇଥିଲେ। ପରେ ଉଭୟ ପ୍ରେମରେ ପଡ଼ିଯାଇଥିଲେ। ୨୦୧୯ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Leave A Reply

Your email address will not be published.