ଶରୀରରେ ହିମୋଗ୍ଲୋବିନ ମାତ୍ରା କମି ଯାଇଥିଲେ, ଏହିପରି ଭାବରେ ବଢ଼ାଇ ବଢ଼ାନ୍ତୁ ହିମୋଗ୍ଲୋବିନର ମାତ୍ରା

0

Get real time updates directly on you device, subscribe now.

ହିମୋଗ୍ଲୋବିନ ଆମ ରକ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହି ହିମୋଗ୍ଲୋବିନ RBC ରେ ଭରି ରହିଥାଏ। ରକ୍ତର ରଙ୍ଗ ଲାଲ ଏହି ହିମୋଗ୍ଲୋବିନ କାରଣରୁ ହୋଇଥାଏ। ଶରୀରର ବିଭିନ୍ନ ଅଙ୍ଗକୁ ଅକ୍ସିଜେନ ପଠାଇବାର କାମ ହିମୋଗ୍ଲୋବିନ କରିଥାଏ। ଏଥିପାଇଁ ଜରୁରୀ ଅଟେ କି, ଆମ ଶରୀରରେ ଏହାର ମାତ୍ରା ଉଚିତ ପରିମାଣରେ ରହୁ। ଯଦି ଏହାର ମାତ୍ରା କମିଯାଇଛି ତାହେଲେ ବହୁତ ସହଜରେ ଆପଣ ହିମୋଗ୍ଲୋବିନ ବଢ଼ାଇ ପାରିବେ।

କାହିଁକି ଶରୀରରେ ହିମୋଗ୍ଲୋବିନ କମେ:-

ପ୍ରତିଦିନର କାମର ଚିନ୍ତା, ବେକାର ଖାଦ୍ୟ ପେୟ ଇତ୍ୟାଦି ଯୋଗୁଁ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମିଯାଏ। ବଜାରରେ ବହୁତ ପ୍ରକାରର ମେଡ଼ିସିନ ମିଳୁଛି ଯାହାକି ଆପଣଙ୍କ ହିମୋଗ୍ଲୋବିନର ମାତ୍ରାକୁ ବଢାଇଥାଏ କିନ୍ତୁ ଆମେ ଆପାଣଙ୍କୁ ପ୍ରାକୃତିକ ଉପାୟରେ ହିମୋଗ୍ଲୋବିନ କେମିତି ବଢ଼ାଯାଏ ତାହା ବିଷୟରେ କହିବୁ।

ହିମୋଗ୍ଲୋବିନ ଶରୀରରୁ କମିଗଲେ ଆମେ ଏହାକୁ ଆନିମିଆ ହୋଇଯାଇଛି ବୋଲି କହିଥାଉ। ହିମୋଗ୍ଲୋବିନ ଆମ ଶରୀରରେ ଅକ୍ସିଜେନ ପହଞ୍ଚାଇବାର କାମ କରିଥାଏ। ଶରୀରର ବିଭିନ୍ନ ଅଙ୍ଗକୁ ଅକ୍ସିଜେନ ନଯିବାଦ୍ୱାରା ବହୁତ ସାରା ସମସ୍ୟା ଉପୁଜିଥାଏ।

ଏହାସହ ହିମୋଗ୍ଲୋବିନ କମିଗଲେ ଥକାପଣ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଶ୍ଵାସକ୍ରିୟାରେ ସମସ୍ୟା, ତ୍ୱଚା ହଳଦିଆ ପଡ଼ିବା ଆଦି ସମସ୍ୟା ଉପୁଜେ। ଖାଆସ କରି ମହିଳା ମାନଙ୍କ ଠାରେ ହିମୋଗ୍ଲୋବିନ ମାତ୍ରା କମ ହୋଇଥାଏ।

କେତେ ରହିବା ଆବଶ୍ୟକ:-

ସାଧାରଣ ଏକ ପୁରୁଷ ଠାରେ ହିମୋଗ୍ଲୋବିନର ମାତ୍ରା 14 ରୁ 18 g/dl ରହିବା ଉଚିତ। ମହିଳାଙ୍କ ଠାରେ 12 ରୁ 16g/dl ରହିଥାଏ।

ପ୍ରାକୃତିକ ରୂପରେ କେମିତି ବଢ଼ାଇବା ହିମୋଗ୍ଲୋବିନ:-

ହିମୋଗ୍ଲୋବିନର ମାତ୍ରା ବଢ଼ାଇବା ପାଇଁ ଆପଣଙ୍କୁ ବିଟରୁଟ, ଖଜୁରୀ, କିସମିସ, ଡାଲିମ୍ବ ଇତ୍ୟାଦି ଖାଇବାକୁ ହେବ। ବିଟରୁଟ ଶରୀରରେ ହିମୋଗ୍ଲୋବିନର ମାତ୍ରାକୁ ବଢାଏ । ବିଟରୁଟ ଅତ୍ୟଧିକ ମାତ୍ରାରେ ଆଇରନ, କପର, ମାଗନେସିୟମ, ଫସଫରସ, ଭିଟାମିନ ବି1, ବି2, ବି6, ବ12 ରହିଥାଏ। ଏଥିରେ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବଢ଼ିଥାଏ।

ଡାଳିମ୍ବ ଏକ ଭଲ ଉତ୍ସ:-

ଏଥିରେ କାଲସିୟମ,ଆଇରନ ସହିତ ପ୍ରୋଟିନ, କାର୍ବସ ଓ ଫାଇବର ମହଜୁଦ ରହିଥାଏ। ରକ୍ତରେ ହିମୋଗ୍ଲୋବିନ ମାତ୍ରା କମିଲେ ଡ଼କ୍ଟର ମାନେ ଏହାକୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହାକୁ ଛଡ଼ାଇ ଏହାର ଯୁସ ପିଇଲେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।

ଖଜୁରୀ ଓ କିସମିସ ଖାଆନ୍ତୁ:-

ଖଜୁରୀ ଓ କିସମିସ ରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ। ଏହାକୁ ସକାଳ ବେଳା ଖାଇଲେ ଆପଣଙ୍କ ରକ୍ତରେ ଏହା ହିମୋଗ୍ଲୋବିନର ମାତ୍ରାକୁ ବଢ଼ାଇଥାଏ।

ସବୁଜ ପନିପରିବା ବହୁତ ଲାଭକାରୀ:-

ସବୁଜ ପନିପରିବା ଯଥା ବ୍ରୋକୋଲୋ, ପାଳଙ୍ଗ ଇତ୍ୟାଦିରେ ପ୍ରଚୁର ମାତ୍ରାରେ ଆଇରନ ଥାଏ ଯାହାକି ଆପଣଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରାକୁ ବଢାଇବାରେ ସାହାର୍ଯ୍ୟ କରେ। ବ୍ରୋକୋଲିକୁ ଆପଣ ସାଲାଡ଼ରେ ଖାଇପାରନ୍ତି। ପାଳଙ୍ଗକୁ ଆପଣ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏଥିରେ ଫାଇବର ରହିଥାଏ ଯାହାକି ଆପଣଙ୍କ ଓଜନ ମଧ୍ୟ କମାଇଥାଏ।

Leave A Reply

Your email address will not be published.