ଏହିପରି ଲକ୍ଷଣ ଦେଖାଦେଲେ ଜାଣିନିଅନ୍ତୁ ଆପଣଙ୍କ କିଡନୀ ସମସ୍ୟାରେ ପଡିଛି,ସମୟ ଥାଉ ଥାଉ ହୋଇଯାଆନ୍ତୁ ସାବଧାନ

0

Get real time updates directly on you device, subscribe now.

ଆମ ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ ରହିଛି ଓ ଏମାନଙ୍କର ବହୁତ ବଡ଼ ଭୂମିକା ଶରୀରକୁ ନେଇ ରହିଛି। ହାର୍ଟ,ଫୁସଫୁସ ପରି କିଡନୀ ମଧ୍ୟ ଶରୀରରେ ବଡ଼ ଭୂମିକା ନିଭାଇଥାଏ। ର-କ୍ତକୁ ସଫା ରଖିବା ଓ ଫୁସଫୁସର ବର୍ଜ୍ୟକୁ ୟୁରିନ ଆକାରରେ ଶରୀରରୁ ବାହାର କରିବା କିଡନୀର କାମ ଅଟେ।

ଏହାସହ କିଡନୀ ରେଡ଼ ବ୍ଲଡ଼ ସେଲକୁ ବଢ଼ାଇବା ଓ ଶରୀରରେ ରକ୍ତର ପିଏଚକୁ ନିୟନ୍ତ୍ରଣ ରଖିବାରେ ସାହାର୍ଯ୍ୟ କରିଥାଏ। କିଡନୀରେ ଯନ୍ତ୍ରଣା ହେବାଦ୍ୱାରା କେତେକ ରୋଗର ସାମ୍ନା ଆମକୁ କରିବାକୁ ପଡ଼ିଥାଏ। କିଡନୀରେ ସମସ୍ୟା ହେବାପୂର୍ବରୁ ଆପଣଙ୍କୁ କିଛି ଲକ୍ଷଣ ଦେଖାଦିଏ। ଆସନ୍ତୁ ଏହା ବିଷୟରେ ଜାଣିବା।

ମୁହଁ-ଗୋଡ଼ ଓ ଆଖିରେ ଯ-ନ୍ତ୍ରଣା:-

କିଡନୀ ର କାମ ହୋଇଥାଏ ଯେ, ଶରୀରରୁ ବର୍ଜ୍ୟ ବସ୍ତୁ ଗୁଡ଼ିକୁ ବାହାରକୁ ବାହାର କରିବା। ଯେତେବେଳେ କିଡନୀ ସଠିକ ରୂପରେ କାମ କରିବା ବନ୍ଦ କରେ ସେତେବେଳେ ଏହା ଆମ ଆଖି, ମୁହଁ ଓ ଗୋଡ଼ରେ ଯ-ନ୍ତ୍ରଣା ରୂପରେ ଦେଖାଦିଏ। କିଡନୀ ସଠିକ ଭାବରେ କାମ ନକରିବା ଦ୍ୱାରା ଆମ ଶରୀରର ପାଣି ଓ ଲବଣ ଅଂଶ ବଢ଼ିଯାଏ ଯାହାଦ୍ୱାରା ସମସ୍ୟା ଉପୁଜେ।

ଥକାପଣ:-

କିଡନୀ ଲାଲ ର-କ୍ତ କୋଶିକା ନିର୍ମାଣରେ ସହାୟତା କରିଥାଏ ଯାହାଦ୍ୱାରା ଆନିମିଆ ହୋଇଥାଏ। କିଡ୍ନୀ ଆମ ଶରୀରର ମସ୍ତିଷ୍କ ଓ ମାଂସପେଶୀ ମଧ୍ୟରେ ଅକ୍ସିଜେନ ଚଳାଚଳ କରିଥାଏ ଓ ଏହିକାମ ଠିକ ଭାବରେ ନହେଲେ ଆପଣଙ୍କୁ ଥକାପଣ ଅନୁଭୂତ ହୋଇଥାଏ।

ୟୁରିନରେ ପରିବର୍ତ୍ତନ:-

କିଡ୍ନୀ ରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ଏହା ୟୁରିନ ଉପରେ ମଧ୍ୟ ପ୍ର-ଭାବ ପକାଇଥାଏ। କିଡନୀ ଆମ ଶରୀରରେ ର-କ୍ତକୁ ସଫା କରେ ଓ ଅଦରକାରୀ ପଦାର୍ଥକୁ ମୂତ୍ର ଆକାରରେ ଶରୀରରୁ ବାହାର କରିଦେଇଥାଏ। ଯଦି କିଡନୀ ସଠିକ ଭାବରେ କାମ ନକରେ ତାହେଲେ ବାରମ୍ବାର ୟୁରିନ ଆସିବାଭଳି ସମସ୍ୟା, ୟୁରିନରେ ର-କ୍ତ ପଡ଼ିବା ଭଳି ସମସ୍ୟା ମାନ ଦେଖାଦେଇଥାଏ।

ଶ୍ବାସ ଫୁଲିବା ଭଳି ସମସ୍ୟା:-

କିଡନୀ ଆମ ଶରୀରରେ ଫ୍ଲୁଇଡ଼କୁ ବାଲାନ୍ସ ରଖିବାର କାମ କରିଥାଏ। କିଡନୀରେ ସମସ୍ୟା ଦେଖାଦେଲେ ଫୁସଫୁସରେ ଫ୍ଲୁଇଡ଼ ଜମିବା ଦ୍ୱାରା ଶ୍ଵାସକ୍ରିୟାରେ ସମସ୍ୟା ଦେଖାଦେବା ସହିତ ଛାତିରେ ଯ-ନ୍ତ୍ରଣା ଅନୁଭୂତ ହୁଏ।

ଡ୍ରାଇ ସ୍କିନ:-

ଯଦି ଆପଣଙ୍କ କିଡନୀରେ କୌଣସି ପ୍ରକାରର ସମସ୍ୟା ଅଛି ତାହେଲେ ସ୍କିନ ଶୁଖିଲା ପଡିବା ଓ କୁଣ୍ଡାଇ ହେବାର ସମସ୍ୟା ଦେଖାଦିଏ। ଏହା ବ୍ଲଡ଼ରେ ମିନେରାଲସ ଓ ପୋଷକ ତତ୍ୱର ଅ-ଭାବ ବୋଲି ସୂଚନା ମିଳେ।

Leave A Reply

Your email address will not be published.