ଭାରତ ସହ ଇଂଲଣ୍ଡ: ଅଚାନକ ଫର୍ମକୁ ଫେରିଲେ, ଭାରତୀୟ ଦଳର ସବୁଠାରୁ ବଡ ମ୍ୟାଚ ବିଜେତା, ଇଂଲଣ୍ଡ ପାଇଁ ବନିଲେ ସମସ୍ୟା

0

Get real time updates directly on you device, subscribe now.

ଭାରତ ସହ ଇଂଲଣ୍ଡ ୫ମ ଟେଷ୍ଟ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଭାରତୀୟ ଦଳର ନାଁ ରହିଛି|ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲେ|ଭାରତୀୟ ଦଳ ପ୍ରଥମ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ୭ ୱିକେଟ୍ ହରାଇ ୩୩୮ ରନ କରିଛି|ଏହି ମ୍ୟାଚରେ ଦଳର ଏକ ବଡ ମ୍ୟାଚ ବିଜେତା ଫର୍ମକୁ ଫେରିଛନ୍ତି ଯିଏ ବହୁଦିନରୁ ଫର୍ମ ପାଇଁ ସଂଘର୍ଷ କରୁଥିଲେ|

ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପ୍ରାରମ୍ଭିକ ୫ ୱିକେଟ୍ ୯୮ ରନରେ ହରାଇଥିଲେ|ଏହାପରେ ଜାଡେଜା ଓ ଋଷଭ ପନ୍ଥଙ୍କ ଯୋଡି ପ୍ରତି ଆକ୍ରମଣ କରି ଦଳକୁ ସମ୍ଭାଳିଥିଲେ|ଏହି ଦୁହିଁଙ୍କ ବ୍ୟାଟିଂ ବଳରେ ଦଳ ଫର୍ମକୁ ଫେରିଲା|ଜାଡେଜା ଆଇପିଏଲ ୨୦୨୨ରେ ଲଗାତାର ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ|ସେ ଆହତ ମଧ୍ୟ ହୋଇଥିଲେ କିନ୍ତୁ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ଭଲ ପାଳି ଖେଳିଲେ

ଜାଡେଜା ପ୍ରଥମ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଅପରାଜିତ ଥିଲେ|ସେ ୧୬୩ ବଲରୁ ଅପରାଜିତ ୮୩ ରନ ବନାଇଛନ୍ତି|ଏଥିରେ ସେ ୧୦ ଚୈକା ମଧ୍ୟ ଯୋଡିଥିଲେ|ସେ ଶତକ ଲଗାଇବାର ପାଖାପାଖି ଅଛନ୍ତି ତେଣୁ ତାଙ୍କ ଫ୍ୟାନ ବିଶେଷ ଉତ୍ସାହିତ ଅଛନ୍ତି|ଜାଡେଜାଙ୍କ ନାମ ଟେଷ୍ଟ କ୍ରିକେଟରେ ୨ ଶତକ ଦାଖଲ ରହିଛି|

ଋଷଭ ପନ୍ଥ ପ୍ରଥମ ଦିନ ଭାରତୀୟ ଦଳର ହିରୋ ଥିଲେ|ସେ ୧୧୧ ବଲରୁ ୧୯ ଚୈକା ଓ ୪ ଛକା ସହ ୧୪୬ ରନ କରିଥିଲେ|ଏହା ତାଙ୍କ କ୍ୟାରିଅରର ୫ମ ଟେଷ୍ଟ ଶତକ ଅଟେ|ସେ ଇଂଲଣ୍ଡ ବିରୁଦ୍ଧରେ ୩ୟ ଶତକ ଯୋଡ଼ିଛନ୍ତି|ପନ୍ଥ ଓ ଜାଡେଜା ଷଷ୍ଠ ୱକେଟ ରେ ୨୨୨ ରନର ଭାଗିଦାରୀ କରିଥିଲେ|ଏହା ଇଂଲଣ୍ଡ ବିରୁଦ୍ଧରେ ଷଷ୍ଠ ୱକେଟ ପାଇଁ ଭାରତୀୟ ଦଳର ସବୁଠାରୁ ବଡ ଭାଗିଦାରୀ ଅଟେ|ଏହି ଦୁଇ ବ୍ୟାଟ୍ସମ୍ୟାନ୍ ବ୍ୟତୀତ କୈାଣସି ବ୍ୟାଟ୍ସମ୍ୟାନ୍ ମଧ୍ୟ ୨୦ ରନ ପାର କରି ପାରିଲେ ନାହିଁ|

Leave A Reply

Your email address will not be published.