ପୁଣି ଓଡ଼ିଶାରେ ଦାନା ବାନ୍ଧୁଛି ଲଘୁଚାପ, ଶନିବାରଠୁ ବଢିବ ବର୍ଷା।

0

Get real time updates directly on you device, subscribe now.

ସାଧାରଣତଃ ଆମ ରାଜ୍ୟରେ ପ୍ରତିବର୍ଷ ଏହି ସମୟରେ ଅର୍ଥାତ ଜୁନ୍ ଓ ଜୁଲାଇ ମାସରେ ବର୍ଷା ଦେଖିବାକୁ ମିଳିଥାଏ। ଏହି ସମୟରେ ସମୁଦ୍ରରେ ଅନେକ ଲଘୁଚାପ ବଳୟ ସୃଷ୍ଟି ହୋଇଥାଏ ଯାହା ଫଳରେ କି ବର୍ଷା ଦେଖିବାକୁ ମିଳିଥାଏ। ଆସନ୍ତା ୪ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ, ଲଘୁଚାପକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।

୪ ବା ୫ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ, ଏହାର ପ୍ରଭାବରେ ବର୍ଷା ପରିମାଣ ବଢ଼ିପାରେ। ୬ ଓ ୭ ତାରିଖରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି, ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ । ଘୂର୍ଣ୍ଣିବଳୟ ଯୋଗୁ ୨ ତାରିଖରୁ କିଛି ଜିଲ୍ଲାରେ ବର୍ଷା ବଢ଼ିବ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଗଞ୍ଜାମରେ ଆଦି ଜିଲ୍ଲା ଗୁଡିକରେ ବର୍ଷା ହେବ। ପାଣିପାଗ ବିଭାଗର ବୁଲେଟିନ୍‌ ଅନୁସାରେ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ଅଛି ।

ଆସନ୍ତା ୫ ତାରିଖ ଯାଏ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୩ ଜିଲ୍ଲାରେ ଆଜି କୌଣସି ବର୍ଷା ହୋଇନି । ଢେଙ୍କାନାଳରେ ୨୭.୪, ବାଲେଶ୍ୱରରେ ୨୩.୯ମିଲିମିଟର, କୋରାପୁଟରେ ୧୧, ଝାରସୁଗୁଡାରେ ୯.୬ ଓ କେନ୍ଦୁଝରରେ ୫.୧ମିଲିମିଟର ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.