ଦେଖନ୍ତୁ ଭିଡ଼ିଓ : ନି-ଆଁ ପରି ଭାଇରଲ ହେଉଛି ‘ମାହିର୍ ମାଆ’ଙ୍କ ସାଇକେଲ ଭିଡିଓ

0

Get real time updates directly on you device, subscribe now.

ସାରା ଦୁନିଆରେ ଯିଏ ସବୁଠୁ ଅଧିକ ପିଲାକୁ ଭଲ ପାଏ ସେ ହେଉଛି ତାର ମା” । କୌଣସି ବି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ମା’ କଳେ ବଳେ କୌଶଳେ ନିଜ ପିଲାକୁ ଉ-ଦ୍ଧାର କରିପାରେ । ସେ ନିଜେ ଯେତେ କଷ୍ଟ ପାଉ ପଛକେ ନିଜ ଛୁଆକୁ କିନ୍ତୁ ଘଣ୍ଟ ଗୋଡ଼ାଇ ରଖିଥାଏ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ମା’ ନିଜ ଜୀବନ ବାଜିରେ ଲଗେଇବା ଭଳି ଘ-ଟଣା ଆମେ ପୂର୍ବରୁ ବହୁତ ଥର ଦେଖିଛେ ଓ ଶୁଣିଛେ ବି । ନିଜ ସହ ହେଉ ଅବା ନିଜ ଚାରି ପାଖରେ ହେଉ ଏମିତି ଅନେକ ଘ-ଟଣା ମାନଙ୍କର ନଜିର ରହିଛି ।

ଏଇ ବର୍ତମାନ ସମୟରେ ଜଣେ ମା’ଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଆଉ ଭିଡିଓଟିକୁ ସେୟାର କରିଛନ୍ତି ଜଣେ ବରିଷ୍ଠ ଆଇପିଏସ ଅଧିକାରୀ । ଏହି ଭିଡିଓଟିରେ ଆପଣଙ୍କୁ ଏମିତି କିଛି ଦେଖିବାକୁ ମିଳିବ ଯାହା ପରେ ଆପଣ ନିଜେ ହୁଏତ ନିଜେ ନିଶବ୍ଦ ପାଲଟି ଯାଇପାରନ୍ତି । ତେବେ ଅଙ୍କିତା ଶର୍ମା ନାମ୍ନୀ ଜଣେ ଆଇପିଏସ ଅଧିକାରିଣୀ ଏହି ଭିଡିଓଟିକୁ ସେୟାର କରିଛନ୍ତି ।

ଯେଉଁଥିରେ ଜଣେ ମା’ ଶାଢ଼ୀ ପିନ୍ଧି ସାଇକେଲ ଚଳାଉ ଥିବାର ନଜର ଆସୁଛନ୍ତି । ଆଉ ଏହି ସାଇକେଲ ପଛରେ ତାଙ୍କ ନିଜ ଛୁଆ ବସିଛି । ଆଉ ଶିଶୁଟିକୁ ଯେମିତି ଆରାମ ଲାଗିବ ସେନେଇ ଏକ ଯୁଗାଡ ବି କରିଦେଇଛନ୍ତି ଏହି ମା’ ଜଣଙ୍କ । ମା’ ସାଇକେଲ ସିଟର ପଛ ପଟରେ ଏକ ପ୍ଲାଷ୍ଟିକ ଚୌକି ଲଗେଇ ଦେଇଛନ୍ତି ଯାହା ଦ୍ୱାରା ପିଲାଟି ଖୁବ ଆରାମରେ ମା’ ପଛ ପଟରେ ବସି ବେଧଡକ ଯାଉଛି । ତାର ଆଉ କିଛି ବି ଚିନ୍ତା ନାହିଁ ।

ମା’ ପଛ ପଟରେ ନିଜକୁ ଖୁବ ସୁର-କ୍ଷିତ ମନେ କରୁଛି ଶିଶୁଟି । ମା’ ଜଣଙ୍କର ଏହି ଚେଷ୍ଟା ଓ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି । ଜଣେ ୟୁଜର ନିଜ କମେଣ୍ଟରେ ଲେଖିଛନ୍ତିକି ଗୋଟେ ଶିଶୁ ପାଇଁ ଏହା ଠାରୁ ଅଧିକ ଖୁସିର ମୁହୂର୍ତ୍ତ ଆଉ କଣ ଅବା ହେବ । ଯେବେକି ଆଉ ଜଣେ ଲେଖିଛନ୍ତିକି ଏହି ଦୁନିଆରେ ମା’ ଠାରୁ ବଡ ଆଉ କେହି ବି ହୋଇପାରନ୍ତି ନାହିଁ । ମା’ ଓ କୁନି ଝିଅର ମଧ୍ୟରେ ଏହି ମଧୁର ସମ୍ପର୍କ ସମସ୍ତଙ୍କ ହୃଦୟ ଜିଣି ନେଇଛି ।

Leave A Reply

Your email address will not be published.