ଦୁଇ ଯାଆଁଳା ଭଉଣୀ ଜଣେ ବରକୁ ପିନ୍ଧାଇଲେ ବରଣମାଳା, କଲେ ଅନନ୍ୟ ବିବାହ, ଦେଖନ୍ତୁ ଭାଇରାଲ ଭିଡିଓ

0

Get real time updates directly on you device, subscribe now.

Maharashtra Twin Sisters Marriage: ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ବଢ଼ିବାରେ ଲାଗିଛି । ଯେଉଁ ଲୋକମାନେ ଇଣ୍ଟରନେଟ ଦୁନିଆରେ ବହୁତ୍ କମ ରୁହନ୍ତି ସେମାନଙ୍କ ପାଇଁ ଆମ ପାଖରେ ଗୋଟେ ମଜାଳିଆ ଭିଡିଓ ଅଛି ।

ଏହି ମାମଲାଟି ମହାରାଷ୍ଟ୍ରର ଅଟେ । ମୁମ୍ବାଇରେ ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ୍ ଦ୍ରୁତ ଗତିରେ ଭାଇରାଲ ହେଉଛି । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ ଯେ ଏଥିରେ ଏମିତି କଣ ଅଲଗା ଅଛି । ତେବେ ଆପଣଙ୍କୁ କହିରଖୁଛୁ ଯେ ଏହି ଦୁଇ ଭଉଣୀ ଜଣେ ବ୍ୟକ୍ତିକୁ ଭଲପାଇଲେ ଏବଂ ତା ସହିତ ବିବାହ ମଧ୍ୟ କଲେ ।

ଏହି ଆଶ୍ଚର୍ଯ୍ୟଜନକ ବିବାହ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମଲସିରସର ଅକଲୁଜରୁ ସାମ୍ନାକୁ ଆସିଛି । ସବୁଠାରୁ ବଡ କଥା ଏହା ଯେ ଏହି ଅନନ୍ୟ ବିବାହକୁ ଯୁବତୀ ଏବଂ ଯୁବକଙ୍କ ପରିବାର ମଧ୍ୟ ଅନୁମତି ଦେଇଥିଲେ । ପରିବାର ଲୋକଙ୍କ ଅନୁମତି ମିଳିବାପରେ ଦୁଇ ଭଉଣୀଙ୍କ ଜଣେ ଯୁବକ ସହିତ ଏହି ବିବାହ ସୋଲାପୂର୍ ଜିଲ୍ଲାର ଅକଲୁଜ ଗାଁରେ ସମ୍ପନ୍ନ ହେଲା ।

ଏହି ଦୁଇ ଯାଆଁଳା ଭଉଣୀ ପିଙ୍କି ଏବଂ ରିଙ୍କି ଆଇଟି ଇଞ୍ଜିନିୟର ଅଟନ୍ତି । ଦୁଇ ଭଉଣୀ ଅତୁଲଙ୍କ ସହ ବିବାହ କରିବାର ନିଷ୍ପତ୍ତି ନେଲେ । କାରଣ ସେମାନେ ଗୋଟିଏ ଘରେ ଏକାଠି ବଢିଥିଲେ । ଏହି ବିବାହର ଭିଡିଓ @imvivekgupta ଦ୍ଵାରା ଟୁଇଟରରେ ପୋଷ୍ଟ କରାଯାଇଛି । ବିବାହର ଭିଡ଼ିଓକୁ 12k ରୁ ଅଧିକ ଥର ଦେଖାଯାଇଛି ।

ମରାଠୀ ଅନଲାଇନ୍ ଦୈନିକ ମହାରାଷ୍ଟ୍ର ଟାଇମ୍ସର ଏକ ରିପୋର୍ଟ୍ ଅନୁଯାୟୀ, କିଛିଦିନ ପୂର୍ବରୁ ବାପାଙ୍କ ମୃତ୍ୟୁ ପରେ ଝିଅମାନେ ମାଙ୍କ ସହ ରହୁଥିଲେ । ମା ରୋଗରେ ପଡ଼ିବା ପରେ ଦୁଇ ଭଉଣୀ ଅତୁଲଙ୍କ କାରରେ ହସ୍ପିଟାଲ ଯିବାକୁ ଲାଗିଲେ । ଅତୁଲ ଏହି ସମୟରେ ଏହି ଦୁଇ ଭଉଣୀଙ୍କ ନିକଟତର ହେବାକୁ ଲାଗିଲେ । ଯାହା ପରେ ତିନିଜଣ ଯାକ ବିବାହ କରିବାକୁ ନିଷ୍ପତ୍ତି ନେଲେ ।

Leave A Reply

Your email address will not be published.