ଟ୍ରାଫିକ କନେଷ୍ଟବଳ ଆପଣଙ୍କ ଗାଡ଼ିରୁ ଚାବି ବାହାର କରିଲେ, ଆପଣ ନେଇପାରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ଜାଣନ୍ତୁ ନିୟମ

0

Get real time updates directly on you device, subscribe now.

ଏହି ଅସ୍ତବ୍ୟସ୍ତ ଜୀବନରେ ମଝିରେ ମଝିରେ ଡ୍ରାଇଭିଂ ସମୟରେ ଆମ ଦ୍ଵାରା ଭୁଲ୍ ହୋଇଯାଏ। ଯେମିତିକି, କାର ଚଳେଇବା ସମୟରେ ସିଟ ବେଲଟ ଲଗେଇବାକୁ ଭୁଲିଯାଉ। ବାଇକ ଚଲାଇବା ସମୟରେ ହେଲମେଟ ପିନ୍ଧିବାକୁ ଭୁଲିଯାଉ। ଗାଡ଼ିର ଲାଇଟ କିମ୍ବା ସାଉଣ୍ଡ ଯଦି ଠିକ ସେ କାମ କରୁନଥିବ ତେବେ ସେଇଟା ମଧ୍ୟ ଡ୍ରାଇଭିଂର ଭୁଲ ଧରାଯାଏ। କିନ୍ତୁ ଏହାର ଅର୍ଥ ଏହା ନୁହଁ କି କେହିବି ଟ୍ରାଫିକ କନେଷ୍ଟବଳ ଆପଣଙ୍କ ଚାଲାଣ କାଟିବେ। ଯଦି କନେଷ୍ଟବଳ ଆପଣଙ୍କ ଗାଡ଼ିର ଚାବି ବାହାର କରୁଛନ୍ତି ତାହେଲେ ସେଇଟା ମଧ୍ୟ ନିୟମର ଉଲଂଘନ ଅଟେ।କନେଷ୍ଟବଳର ଆପଣଙ୍କୁ ଆରେଷ୍ଟ କରିବା କିମ୍ବା ଲାଇସେନ୍ସ ରଦ୍ଦ କରିବାର ମଧ୍ୟ ଅଧିକାର ନାହିଁ। କିନ୍ତୁ ଅଧିକାଂଶ ଲୋକ ଏହି କଥା ଜାଣିନଥାନ୍ତି। ସେମାନେ ଭୁଲ ହେଲେ ଟ୍ରାଫିକ ପୋଲିସକୁ ଦେଖି ଡରିଯାନ୍ତି। ଏଭଳି ସମୟରେ ଆପଣଙ୍କୁ ଆପଣଙ୍କ ଅଧିକାର ବିଷୟରେ ଜଣା ରହିବା ଦରକାର।

ଟ୍ରାଫିକ କନେଷ୍ଟବଳକୁ ଗାଡ଼ିରୁ ଚାବି ବାହାର କରିବାର ଅଧିକାର ନାହିଁ:-

ଇଣ୍ଡିଆନ ମୋଟର ଭେହିକଲ ଆକ୍ଟ ୧୯୩୨ ଅନୁସାରେ ଏଏସଆଇ ସ୍ତରର ଅଧିକାରୀ ଟ୍ରାଫିକ ନିୟମର ଉଲଂଘନ ପାଇଁ ଚାଲାଣ କାଟିପାରିବେ। ଏଏସଆଇ, ଏସଆଇ, ଇନ୍ସପେକ୍ଟରଙ୍କୁ ସ୍ପଟରେ ଚାଲାଣ କରିବାର ଅଧିକାର ଅଛି। ଟ୍ରାଫିକ କନେଷ୍ଟବଳ କେବଳ ସେମାନଙ୍କ ସାହାଯ୍ୟ କରିବାପାଇଁଥାନ୍ତି। ସେମାନଙ୍କୁ କୌଣସି ଗାଡ଼ିର ଚାବି ବାହାର କରିବାର ଅଧିକାର ନଥାଏ। କେବଳ ସେତିକି ନୁହେଁ ସେମାନେ ଆପଣଙ୍କ ଗାଡ଼ି ଚକର ପବନ ମଧ୍ୟ ବାହାର କରିପାରିବେନି। ସେମାନେ ଆପଣଙ୍କ ସହିତ ଖରାପ ବ୍ୟବହାର କି କଥା କହି ପାରିବେନି। ଯଦି କୌଣସି ଟ୍ରାଫିକ ପୋଲିସ କର୍ମଚାରୀ ଆପଣଙ୍କୁ ବିନା କାରଣରେ ହଇରାଣ କରନ୍ତି ତାହେଲେ ଆପଣ ତାଙ୍କ ବିରୁଦ୍ଧରେ କେଶ ମଧ୍ୟ କରିପାରିବେ।

ଆପଣ ଏହି କଥାର ଧ୍ୟାନରେ ରଖନ୍ତୁ:-

– ଆପଣଙ୍କ ଚାଲାଣ କାଟିବା ପାଇଁ ଟ୍ରାଫିକ ପୋଲିସ ପାଖରେ ଚାଲାଣ ବହି କିମ୍ବା ଇ-ଚାଲାଣ ମେସିନ ଥିବା ଆବଶ୍ୟକ। ଯଦି ଏହି ଦୁଇଟି ଭିତରୁ ସେମାନଙ୍କ ପାଖରେ କିଛି ବି ନାହିଁ ତେବେ ସେ ଆପଣଙ୍କ ଚାଲାଣ କାଟି ପାରିବେନି।

– ଟ୍ରାଫିକ ପୋଲିସ ନିଜ ୟୁନିଫର୍ମରେ ରହିବା ଜରୁରୀ। ୟୁନିଫର୍ମ ଉପରେ ବକଲ ନମ୍ୱର ଓ ତା ନାମ ଥିବା ଦରକାର। ୟୁନିଫର୍ମ ନଥିଲେ ପୋଲିସ କର୍ମଚାରୀଙ୍କୁ ତାଙ୍କ ପରିଚୟ ପତ୍ର ଦେଖେଇବାକୁ କହିବା ଦରକାର।

– ଟ୍ରାଫିକ ପୋଲିସର ହେଡ କନେଷ୍ଟବଳ ଆପଣଙ୍କ ଉପରେ କେବଳ ୧୦୦ ଟଙ୍କା ଚାଲାଣ କାଟି ପାରିବେ। ଏହା ଠାରୁ ଅଧିକ କେବଳ ଟ୍ରାଫିକ ଅଫିସରମାନେ ଏଏସଆଇ କିମ୍ବା ଏସଆଇ ହିଁ କାଟିପାରିବେ। ସେମାନେ ୧୦୦ ଟଙ୍କାରୁ ଅଧିକ ମଧ୍ୟ ଚାଲାଣ କାଟିପାରିବେ।

– ଟ୍ରାଫିକ କନେଷ୍ଟବଳ ଯଦି ଆପଣଙ୍କ ଗାଡ଼ିର ଚାବି ବାହାର କରେ ତେବେ ଆପଣ ସେହି ଘଟଣାର ଭିଡିଓ କରି ନିଅନ୍ତୁ। ଏହି ଭିଡିଓକୁ ସେ ଜାଗାର ପୋଲିସ ଷ୍ଟେସନକୁ ଯାଇ କୌଣସି ଏକ ବରିଷ୍ଠ ଅଧିକାରୀଙ୍କୁ ଦେଖାଇ ଆପଣ ତା ବିରୁଦ୍ଧରେ ଅଭିଯୋଗ କରିପାରିବେ।

– ଡ୍ରାଇଭିଂ ସମୟରେ ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ଅର୍ଡର କଣ୍ଟ୍ରୋଲ ସାର୍ଟିଫିକେଟର ପ୍ରକୃତ କପି ଆପଣଙ୍କ ପାଖରେ ରହିବା ଦରକାର। ନହେଲେ ଗାଡ଼ିର ରେଜିଷ୍ଟ୍ରେସନ ଓ ଇନସୁରାନ୍ସର ଫଟୋ କପିରେ ବି କାମ ହୋଇଯିବ।

– ଆପଣଙ୍କ ପାଖରେ ଯଦି ସେହି ସମୟରେ ପଇସା ନାହିଁ ତେବେ ପରେ ମଧ୍ୟ ଚାଲାଣ ଦେଇହବ। ଏଭଳି ପରିସ୍ଥିତିରେ କୋର୍ଟ ଚାଲାଣ ଜାରି କରେ, ଯାହାଦ୍ଵାରା କୋର୍ଟରେ ଯାଇ ଚାଲାଣ ଭରିବାକୁ ପଡେ। ଏହି ସମୟରେ ଟ୍ରାଫିକ ଅଫିସର ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଜ ପାଖରେ ରଖି ପାରିବ।

ଧାରା ୧୮୩,୧୮୪,୧୮୫ ଅନୁଯାୟୀ କାରବାହି କରାଯିବ ଏହି ମାମଲାରେ ଅଧିବକ୍ତା ଗୁଲ୍ସନ୍ ବାଗୋରୀୟ କହିଥିଲେକି ମୋଟର ବାହନ ଅଧିନିୟମ ୧୯୮୮ ରେ ଗାଡ଼ି ଚେକିଂ ସମୟରେ ପୋଲିସ କର୍ମଚାରୀଙ୍କୁ ଗାଡ଼ିର ଚାବି ବାହାର କରିବାର ଅଧିକାର ଦିଆଯାଇ ନାହିଁ। ପୋଲିସ କର୍ମଚାରୀଙ୍କ ଦ୍ଵାରା ଚେିକିଂ ସମୟରେ ଗାଡ଼ିର କାଗଜ ପତ୍ର ଲାଇସେନ୍ସ ମାଗିଲେ ସଙ୍ଗେ ସଙ୍ଗେ ଦେଖେଇବା ଦରକାର।ମୋଟର ବାହନ ଅଧିନିୟମ ୧୯୮୮ ରେ ଧାରା ୩,୪ ଅନୁସାରେ ସବୁ ଗାଡ଼ି ଚାଲକଙ୍କ ପାଖରେ ନିଜର ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଜରୁରୀ। ଧାରା ୧୮୩,୧୮୪,୧୮୫ ଅନୁଯାୟୀ ଗାଡ଼ିର ବେଗ ଠିକ୍ ରହିବା ଦରକାର। ମଦ୍ୟପାନ କରି ଗାଡ଼ି ଚଳେଇବା, ଅବହେଳା ଭାବରେ ଗାଡ଼ି ଚଳେଇବା ଆଦି ଧାରାରେ ୬ ମାସରୁ ନେଇ ୨ ବର୍ଷ ଯାଏଁ ଦଣ୍ଡ ୧ ହଜାର ଟଙ୍କାରୁ ନେଇ ୨ ହଜାର ଯାଏଁ ଜୋରିମାନା କିମ୍ବା ଦୁଇଟି ଯାକ ଦଣ୍ଡ ଏକା ସହ ଦିଆଯାଇପାରିବ।

Leave A Reply

Your email address will not be published.