ଚାଲୁଥିବା SUV ରେ ଡ୍ରାଇଭରଙ୍କ ସହିତ ରୋମାନ୍ସ କରିବା ଆରମ୍ଭ କରିଦେଲେ ଯୁବତୀ, ହେଲା ଆକ୍ସିଡେଣ୍ଟ

0

Get real time updates directly on you device, subscribe now.

ଚାଲୁଥିବା ଗାଡ଼ିରେ ସେକ୍ସୁଆଲ ଆକ୍ଟିଭିଟି ପାଇଁ ଏକ SUV ର ଆକ୍ସିଡେଣ୍ଟ ହୋଇଯାଇଛି। ପୁରୁଷ ଜଣକ ଗାଡ଼ି ଡ୍ରାଇଭିଂ କରୁଥିବା ସମୟରେ ତାଙ୍କ ପାଖ ସିଟରେ ଜଣେ ମହିଳା ବସିଥିଲେ। ଅଚାନକ ମହିଳା ଜଣକ ଡ୍ରାଇଭରଙ୍କ ସହିତ ସେକ୍ସ ଆକ୍ଟ କରିବାକୁ ଲାଗିଲେ। ଏଥିରେ ଡ୍ରାଇଭରର ବାଲାନ୍ସ ବିଗିଡ଼ିଗଲା ଓ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହିତ ଧକା ଖାଇଲା।

local10.com ରିପୋର୍ଟ ମୁତାବିକ, ମାମଲାଟି ଆମେରିକାର ଅଟେ। ଏଠାରେ North Ocean Boulevard ର ଏକ ରାସ୍ତାରେ SUV ଯାଉଥିଲା। ଏଥିରେ ଦୁଇଜଣ ଲୋକେ ବସିଥିଲେ। ଜଣେ ପୁରୁଷ ଓ ଜଣେ ମହିଳା ଏଥିରେ ଥିଲେ। ଅଧିକାରୀ ଜଣକ ବତାଇଥିଲେ କି, ମହିଳା ଜଣକ ସେକ୍ସ ଆକ୍ଟ କରିବାକୁ ଲାଗିଲେ ଯାହାଦ୍ୱାରା ଏହି ଆକ୍ସିଡେଣ୍ଟ ଘଟିଥିଲା।

ସାମ୍ନାରୁ ଆସୁଥିବା FedEX ଟ୍ରକରେ ମଧ୍ୟ ଦୁଇଜଣ ଲୋକ ବସିଥିଲେ। ଆକ୍ସିଡେଣ୍ଟରେ ଟ୍ରକରେ ବସିଥିବା ଦୁଇଜଣ ଲୋକ ମଧ୍ୟ ଆହତ ହୋଇଥିଲେ। ରିପୋର୍ଟ ମୁତାବିକ, SUV ରେ ବସିଥିବା ପୁରୁଷଙ୍କ ପ୍ରାଇଭେଟ ପାର୍ଟରେ ଗମ୍ଭୀର ଆଘାତ ଲାଗିଥିଲା।

ଆକ୍ସିଡେଣ୍ଟ ପରେ SUV ରେ ବସିଥିବା ପୁରୁଷ ଓ ମହିଳା ଅର୍ଧନଗ୍ନ ଅବସ୍ଥାରେ ରାସ୍ତାରେ ପଡ଼ିଥିବାର ନଜର ଆସିଥିଲେ। ଦୁର୍ଘଟଣା ପରେ ପୋଲିସ ଏମାନଙ୍କର ସାହାର୍ଯ୍ୟ କରୁଥିବାର ନଜର ଆସିଥିଲା ଓ କାହା ଉପରେ କେସ ଦର୍ଜ ହୋଇନାହିଁ।

ଆକ୍ସିଡେଣ୍ଟର ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ସଫାସଫା ଦେଖାଯାଉଛି କି, SUV ର ଆଗ ସାମ୍ନା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି ଓ FedEX ଟ୍ରକର ମଧ୍ୟ ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। ଟ୍ରକ ର ଏୟାରବ୍ୟାଗ ବାହାରି ଆସିବାର ଦେଖାଯାଇଛି।

ଏବେପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ ଯେ, ଆକ୍ସିଡେଣ୍ଟ ସମୟରେ ଉଭୟ ଗାଡ଼ି କେତେ ବେଗରେ ଚାଲିଥିଲା।

Leave A Reply

Your email address will not be published.