ଭାରତ ବନାମ ଦକ୍ଷିଣ ଆଫ୍ରିକା: ଭାରତ-ଆଫ୍ରିକା ମଧ୍ୟରେ ପ୍ରଥମ ମୁକାବିଲା ଆଜି ଦିଲ୍ଲୀରେ, ପନ୍ତ ସମ୍ଭାଳିବେ ଭାରତୀୟ ଦଳର ଭାର

0

Get real time updates directly on you device, subscribe now.

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚୋଟି ଟି-୨୦ ମ୍ୟାଚର ସିରିଜର ପ୍ରଥମ ମୁକାବିଲା ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ରିଷଭ ପନ୍ତ ଭାରତୀୟ ଦଳର ଅଧିନାୟିକତ୍ଵ କରିବେ। ଭାରତୀୟ ଦଳ ଏହି ବର୍ଷର ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପୂର୍ବରୁ ଯୁବ ଖେଳାଳୀଙ୍କୁ ପରଖିବାକୁ ଚେଷ୍ଟା କରିବ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କୁ ଭାରତୀୟ ଦଳର ଅଧିନାୟିକ ଭାର ଦିଆଯାଇଥିଲା କିନ୍ତୁ ତାଙ୍କ ଗ୍ରୋଇନରେ ଆଘାତ କାରଣରୁ ସେ ଦଳରୁ ବାହାରିଗଲେ, ଯେଉଁଥିପାଇଁ ସେ ବର୍ତ୍ତମାନ ସମ୍ପୂର୍ଣ ସିରିଜ ଖେଳିବେ ନାହିଁ।

ଭାରତର ନଜର ଲଗାତାର ୧୩ତମ ବିଜୟ ଉପରେ:-

ପନ୍ତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଥମ ଥର ରାଷ୍ଟ୍ରୀୟ ଦଳର ଅଧିନାୟକତ୍ଵ କରି ଯଦି ସିରିଜର ଆରମ୍ଭ ମ୍ୟାଚରେ ସଫଳତା ହାସିଲ କରିନିଅନ୍ତି ତେବେ ଭାରତ ଲଗାତାର ୧୩ତମ ଟି-୨୦ ମ୍ୟାଚ ଜିତିବାର ରେକର୍ଡ କରିନେବ। ବର୍ତ୍ତମାନ ନୂଆ ‘ଲୁକ’ ର ଭାରତୀୟ ଶୀର୍ଷ କ୍ରମ ନିଜର ଭଲ ପ୍ରଦର୍ଶନ ଦେଖାଇବାକୁ ଚାହିଁବ। ରାହୁଲ ଅଚାନକ ବାହାରିଯିବା କାରଣରୁ ଋତୁରାଜ ଗାୟକୱାଡଙ୍କୁ ସୁଯୋଗ ଦିଆଯାଇପାରେ। କିନ୍ତୁ ସବୁଠାରୁ ଗୁରୁତ୍ବପୁର୍ଣ କଥା ହେଉଛିକି ଗାୟକୱାଡ଼, ଇସାନ କିଶନ ଓ ଶ୍ରେୟସ ଅୟରଙ୍କ ସ୍ଥାନ ଶୀର୍ଷ ତିନି ସ୍ଥାନର ଭାରତୀୟ ବ୍ୟାଟିଂ କ୍ରମ ନୂଆ ‘ଲୁକ’ ରେ ଦେଖିବ। ଯାହାଫଳରେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କୁ ଅକ୍ଟୋବରରେ ହେବାକୁ ଥିବା ବିଶ୍ଵକପ ପାଇଁ ଦଳ ପ୍ରସ୍ତୁତ କରିବା ପାଇଁ କିଛି ସଂଯୋଜନା ଆପଣେଇବାକୁ ସୁଯୋଗ ମିଳିବ। ଏଥିପାଇଁ ଦକ୍ଷିଣ ଆଫ୍ରିକା ସହିତ ଭଲ ଭାବରେ ପ୍ରତିଦ୍ବନ୍ଦୀ ହୋଇନପାରେ। ଯିଏକି ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଛି।

ପନ୍ତଙ୍କୁ ଭବିଷ୍ୟତର ସମ୍ଭାବିତ ଭାରତୀୟ ଅଧିନାୟକ ଏକ ଦାବେଦାର ମାନାଯାଉଛି। ଛୋଟ ପ୍ରାରୁପରେ ଦଳର ନେତୃତ୍ବ କରି ନିଜର ସମର୍ଥ ପ୍ରମାଣ କରିବା ପାଇଁ ଏହାଠାରୁ ଆଉ କିଛି ଭଲ ସୁଯୋଗ ନାହିଁ। ପନ୍ତ ଅଧିନାୟକ ରୂପରେ ନିଜର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ସିରିଜ ପୂର୍ବରୁ କହିଲେ,”ଅଧିନାୟକ ରୂପରେ ମତେ ଏଥିରୁ ଅନେକ ଲାଭ ହେବ। ଯେତେବେଳେ ଆପଣ କିଛି ସମୟ ପର୍ଯ୍ୟନ୍ତ ଗୋଟିଏ ଜିନିଷ କରୁଥିବେ ଓ ଆପଣ ସେଥିରୁ ପରିବର୍ତ୍ତନ କରୁଥିବେ ଓ ଏଥିରୁ ଶିଖିବା ଜାରି ରଖିଥିବେ, ମୋତେ ଲାଗୁଛିକି ଏଥିରୁ ମତେ ଅନେକ ସାହାଯ୍ୟ ମିଳିବ।”

ଇସାନ କିଶନଙ୍କ ପାଇଁ ବଡ ସୁଯୋଗ, ଅୟର ଖେଳିବେ ତୃତୀୟ ସ୍ଥାନରେ। ମୁଖ୍ୟ କୋଚ ଦ୍ରାବିଡଙ୍କୁ ଆଗାମୀ ୧୦ଦିନର ଲକ୍ଷ୍ୟ ବିଶେଷ ସ୍ଥାନ ପାଇଁ କୋର ଗୃପର କିଛି ଖେଳାଳୀଙ୍କୁ ସନ୍ଧାନ କରିବାକୁ ହେବ। ରାହୁଲଙ୍କ ଅନୁପସ୍ଥିତିରେ ଇସାନ କିଶନଙ୍କୁ ଶୀର୍ଷ କ୍ରମରେ ନିଜର ନିରନ୍ତରତା ଦେଖାଇବାକୁ ସୁଯୋଗ ମିଳିବ। ଯାହାକି ନିକଟ ଅତୀତରେ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦେଖା ଯାଇନଥିଲା। ଶ୍ରେୟସ ଅୟରଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥତିରେ ତୃତୀୟ ନମ୍ବରରେ ଛଡ଼ା ଯାଇପାରେ। କିନ୍ତୁ ଭଲ ଫର୍ମରେ ଚାଲୁଥିବା ଦୀପକ ହୁଡ଼ାଙ୍କୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। କାରଣ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ତୃତୀୟ ନମ୍ୱର ଉପରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ନିଭାଇବେ ଫିନିସରର ଭୂମିକା:-

ପନ୍ତଙ୍କୁ ଚତୁର୍ଥ ସ୍ଥାନରେ ଓ ନୂଆ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ଉଲ୍ହାଇବେ ବୋଲି ଆଶା ଅଛି। ଷଷ୍ଠ ସ୍ଥାନରେ ହୁଡ଼ା ଓ ଦଳକୁ ଫେରାଇ ଆଣିବା ପାଇଁ ଦିନେଶ କାର୍ତ୍ତିକ ଉଲ୍ହାଇବେ। ପନ୍ତ ନିଜର ଲକ୍ଷ୍ୟ ହାସିଲ କରିବାକୁ ଚେଷ୍ଟା କରିବେ ଯେତେବେଳେକି ଏହା ଦେଖିବାକୁ ହେବକି କାର୍ତ୍ତିକ ଆଇପିଏଲ ପରି ନିଜର ଫର୍ମକୁ ସେମିତି ରଖିପାରୁଛନ୍ତି କି ନାହିଁ। ପାଣ୍ଡ୍ୟା ଆଇପିଏଲରେ ତୃତୀୟ ଓ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିଥିଲେ କିନ୍ତୁ ଏଠାରେ ‘ଫିନିଶର’ ଭୂମିକାରେ ଫେରିବାକୁ ପ୍ରସ୍ତୁତ ହେବେ।

ଭୁବନେଶ୍ୱର କୁମାର ନେବେ ଦୃତ ବୋଲିଂ ବିଭାଗର ଦାୟିତ୍ବ। ଦ୍ରାବିଡ଼ କହିଲେକି,”ଅନେକ ଥର ଆପଣ ରାଷ୍ଟ୍ରୀୟ ଦଳରେ ସେହିପରି ଭୂମିକା ନିଭାଇଥାଉ, ଯାହା ଆପଣ ନିଜର ଫ୍ରାଞ୍ଚାଇଜ ଦଳ ପାଇଁ ନିଭାନ୍ତି। କିନ୍ତୁ କେବେ କେବେ ଭୂମିକା ପରିବର୍ତ୍ତନ ହୋଇଯାଏ। “ଭୁବନେଶ୍ୱର କୁମାର ଦୃତ ବୋଲିଂ ବିଭାଗର ଅଗୁବାଇ କରିବ, ଯେଉଁଥିରେ ତାଙ୍କ ସହିତ ‘ଡେଥ ଓଭର’ର ବିଶେଷଜ୍ଞ ହର୍ଷଲ ପଟେଲ ଦେବେ। ଏହି ଦୁଇଜଣ ନିଜର ସାମର୍ଥ୍ୟ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବେ କାରଣ ବିଶ୍ଵକପ ପାଇଁ ଦୃତ ବୋଲର ରୂପରେ ଜସପ୍ରିତ ବୁମରାହଙ୍କର ଚୟନ ପକ୍କା ଅଟେ।

ଆବେଶ ଖାନ୍ ତୃତୀୟ ତୀବ୍ର ବୋଲର ର ଭୂମିକା ନିଭେଇବେ କିନ୍ତୁ ଯଦି ସେ ଯିବେନି ତାହେଲେ ଅର୍ଶଦିପ୍ ସିଂ ଓ ଉମ୍ରାନ୍ ମଲ୍ଲିକଙ୍କୁ ସୁଯୋଗ ଦିଆ ଯାଇପାରେ। ବାମ ହାତ ର ଗୋଇଁଠି ର ସ୍ପିନର କୁଲଦୀପ ଯାଦବ ହାତ ରେ କ୍ଷତ ପାଇଁ ସିରିଜରୁ ବାହାରି ଯାଇଛନ୍ତି।ଏହି କ୍ଷତ ତାଙ୍କୁ ମଙ୍ଗଳବାର ଟ୍ରେନିଂ କରୁଥିବା ସମୟରେ ଲାଗିଥିଲା।କୁଲଦୀପଙ୍କ କ୍ଷତର ଅର୍ଥ ଏହା କି ଭାରତକୁ ତାଙ୍କର ଆଉ ୟୂଜ୍ବେନ୍ଦ୍ର ଚହଲଙ୍କ ସ୍ପିନ ଯୋଡ଼ିକୁ ଏକା ସହିତ ବୋଲିଂ କରିବାର ଦେଖିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଅକ୍ଷର ପଟେଲ ସ୍ପିନ ଵୋଲିଂର ଅଲରାଉଣ୍ଡର ହେବେ।

ଦକ୍ଷିଣ ଆଫ୍ରିକାର ମଜବୁତ ଟିମର ସାମ୍ନା କରିବା ସହଜ ହେବନି
ରବୀନ୍ଦ୍ର ଜାଦେଜା ଙ୍କ ବିଶ୍ଵ କପ୍ ପାଇଁ ମନୋନୀତ ହେବା ନିଶ୍ଚିତ ଲାଗିଛି ଏବଂ ଚହଲଙ୍କୁ ବି ବାହାର କରି ହେବନାହିଁ, ଏମିତି ରେ ରବି ବିଶ୍ନୋଇଙ୍କୁ ଦମଦାର ପ୍ରଦର୍ଶନ କରି ନିଜ ଦାବା ମଜଭୁତ କରିବାର ଅଛି।ଦକ୍ଷିଣ ଆଫ୍ରିକା ୨୦୧୦ ରୁ ଭାରତ ରେ ସୀମିତ ଓଭର୍ ର ସିରିଜ ମିସ୍ କରିନାହିଁ ,ସେ ଏଥର ମଧ୍ୟ ନିଜର ସର୍ବଶ୍ରେଷ୍ଠ ଟିମ୍ ପଠେଇଛି।ଦକ୍ଷିଣ ଆଫ୍ରିକା ପାଇଁ ଉତ୍ତମ ପ୍ରଦର୍ଶନ ଦେଉଥିବା ଡେଭିଡ ମିଲର, କ୍ଵିତନ୍ ଡିକକ୍ ଓ ଏଦେନ୍ ମାର୍କରମଙ୍କ ଭୂମିକା ଗୁରୁତତ୍ୱପୂର୍ଣ୍ଣ ହେବ। ଵୋଲିଂ ବିଭାଗରେ ଦରୋମଦାର ତବରେଜ ସମ୍ସୀ ଓ କେଶବ ମହାରାଜଙ୍କ ସ୍ପିନ ଯୋଡ଼ି ତଥା କାଗୀସୋ ରାବାଡା ଓ ଏନରିଚ ନୋର୍କୀୟାଙ୍କ ଦୃତ ବୋଲିଂରେ ଦଳ ତିଷ୍ଠିଛି।

ଦଳ ଏହି ପ୍ରକାରର:-

ଭାରତ:

ରିଷଭ ପନ୍ତ(ଅଧିନାୟକ ଓ ୱିକେଟକିପର), ଋତୁରାଜ ଗାୟକୱାଡ, ଇସାନ କିଶନ, ଦୀପକ ହୁଡ଼ା, ଶ୍ରେୟସ ଅୟର, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଭେଙ୍କଟେସ ଅୟର, ୟୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ, ଉମ୍ରାନ ମଲ୍ଲିକ।

ଦକ୍ଷିଣ ଆଫ୍ରିକା:

ତେମ୍ବା ବାବୁମା(ଅଧିନାୟକ), କ୍ଵିଣ୍ଟନ ଡିକକ (ଉପ-ଅଧିନାୟକ), ରିଜା ହ୍ୟାନଡ୍ରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜ, ଏଡେନ ମାର୍କରାମ, ଡେଭିଡ ମିଲର, ଲୁଙ୍ଗି ଏନଗିଡି, ଏନରିଚ ନୋର୍କିୟା, ବେନ ପାର୍ନେଲ, ଡୁଏନ ପ୍ରିଟୋରିୟସ, କାଗିସୋ ରବାଡା, ତବରେଜ ସମ୍ସି, ଟ୍ରିଷ୍ଟନ ଷ୍ଟବ୍ସ, ରାସୀ ୱାନ ଡେର ଡୁସନ, ମାର୍କୋ ୟାନସେନ।

Leave A Reply

Your email address will not be published.