ଚିକେନଫକ୍ସ ପରେ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପୁଛି ମଙ୍କିଫକ୍ସ, ଜାଣନ୍ତୁ ଏହାର ଲକ୍ଷଣ କଣ କଣ ?

0

Get real time updates directly on you device, subscribe now.

କରୋନା ଦୁନିଆରେ ଆତଙ୍କ ସୃଷ୍ଟି କରିଦେଇଛି । ଏହି ଭାଇରସ ଅନେକ ଲୋକଙ୍କ ଜୀବନ ନେଇଗଲା । ଏହି ଭାଇରସକୁ ରୋକିବା ପାଇଁ ଅନେକ ପ୍ରକାରର ଟୀକା ତିଆରି କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ସଠିକ୍ ଚିକିତ୍ସା ମିଳିପାରି ନାହିଁ । ଦୁନିଆରେ ବେଳେବେଳେ କେତେକ ନୂତନ ରୋଗ ଲୋକଙ୍କୁ ନିଜର ଶିକାର କରିଛି । ଏହାର ଔଷଧ ଏବଂ ଟୀକା ବାହାରିବା ପରେ ହିଁ ଏହା ଉପରେ ଲଗାମ ଲଗାଯାଏ । ଗୋଟିଏ ସମୟରେ ଚିକେନପକ୍ସ ମଧ୍ୟ ଦୁନିଆରେ ଆତଙ୍କ ସୃଷ୍ଟି କରିଥିଲା । ଏଥିରେ ବଡି ଉପରେ ଛୋଟ ଛୋଟ ଦାଗ ପଡ଼ିଯାଏ । କିନ୍ତୁ ବର୍ତ୍ତମାନ ଦୁନିଆରେ ମଙ୍କି ଭାଇରସର ପ୍ରକୋପ ବଢି ଚାଲିଛି ।

ଲଣ୍ଡନରେ ଗତ ଏକ ସପ୍ତାହ ମଧ୍ୟରେ ମଙ୍କି ଭାଇରସର ସାତୋଟି ମାମଲା ଦେଖିବାକୁ ମିଳିଛି । ହୁଏତ ବର୍ତ୍ତମାନ ଏହା ସହର ବାହାରେ ରହିଛି, କିନ୍ତୁ ଏକ୍ସପର୍ଟ ଏହା ବିସ୍ତାର ହେବା ହାରକୁ ଦୃଷ୍ଟିରେ ରଖି ଏହାକୁ ବିପଜ୍ଜନକ କହିଛନ୍ତି । UK Health Security Agency (UKHSA) ମଙ୍କିପକ୍ସକୁ ନେଇ ବୟାନ ଜାରି କରି କହିଛି ଯେ ଦେଶରେ ମଙ୍କିପକ୍ସର ମାମଲା ଡିଟେକ୍ଟ ହୋଇଛି । କରୋନା ପରେ ବର୍ତ୍ତମାନ ମଙ୍କିପକ୍ସ ଚିନ୍ତାର ବିଷୟ ପାଲଟିଛି । ଅନେକ ଲୋକଙ୍କୁ ମଙ୍କିପକ୍ସ ବିଷୟରେ ଜଣାନାହିଁ । ଏପରି ପରିସ୍ଥିତିରେ ଆମେ ଆଜି ଆପଣଙ୍କୁ ମଙ୍କିପକ୍ସ ବିଷୟରେ ଡିଟେଲରେ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣ ଏହାକୁ ସମୟ ପୁର୍ବରୁ ଚିହ୍ନଟ କରିପାରିବେ ।

ମଙ୍କିପକ୍ସ କଣ ?

ମଙ୍କିପକ୍ସ ଏକ ଭାଇରାଲ ସଂକ୍ରମଣ ଅଟେ | NHS ୱେବସାଇଟ୍ ଅନୁଯାୟୀ, ମଙ୍କିପକ୍ସ ଏକ ବିରଳ ସଂକ୍ରମଣ, ଯାହା ପ୍ରାୟତ ବଣୁଆ ଜନ୍ତୁ ଦ୍ୱାରା ବିସ୍ତାର ହୋଇଥାଏ | ଏହା ପଶ୍ଚିମ ଏବଂ ମଧ୍ୟ ଆଫ୍ରିକାରେ ବ୍ୟାପିଛି | ବ୍ରିଟେନରେ ଏହି ଭାଇରସ ଅତି ଶୀଘ୍ର ବ୍ୟାପୁଛି | କିଛି ଲୋକ କିଛି ସପ୍ତାହ ମଧ୍ୟରେ ଏଥିରୁ ଆରୋଗ୍ୟ ଲାଭ କରନ୍ତି, କିନ୍ତୁ ଅନେକ ଲୋକଙ୍କ ପାଇଁ ଏହି ଜୀବାଣୁ ବହୁ ବିପଜ୍ଜନକ ପ୍ରମାଣିତ ହେଉଛି । ବ୍ରିଟେନର ଯେଉଁ ଲୋକଙ୍କୁ ଏହି ଭାଇରସ ହେଉଛି, ସେମାନଙ୍କ ମଧ୍ୟରୁ କାହାର ବି ପଶ୍ଚିମ ଆଫ୍ରିକା ସହିତ କୌଣସି କନେକ୍ସନ୍ ନାହିଁ । ଏଭଳି ପରିସ୍ଥିତିରେ ଏହି ଭାଇରସ କିପରି ବ୍ୟାପିଛି ତାହାର ଅନୁସନ୍ଧାନ କରାଯାଉଛି ।

ଏହା ହେଉଛି ଲକ୍ଷଣ ?

ମଙ୍କିପକ୍ସର ଲକ୍ଷଣ ସ୍ମଲପକ୍ସ ଭଳି ଆସିଥାଏ । କିନ୍ତୁ ତାହାଠାରୁ ଟିକିଏ ହାଲୁକା । ମଙ୍କିପକ୍ସର ଲକ୍ଷଣ 14 ଦିନରେ କମିବାକୁ ଲାଗେ କିନ୍ତୁ ଏହା ଶେଷ ହେବା ପାଇଁ 21 ଦିନ ଲାଗେ । ଏହାର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ଥଣ୍ଡା ଲାଗିବା । ଦୁଇରୁ ଚାରି ସପ୍ତାହ ମଧ୍ୟରେ ଏହା ଭଲ ହୋଇଯାଏ ।

ଯଦି ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିର ବ୍ୟବହୃତ ଟାୱେଲ ବ୍ୟବହାର କରନ୍ତି, ତେବେ ତାଙ୍କୁ ମଧ୍ୟ ଏହି ସଂକ୍ରମଣ ହୋଇପାରେ । ମଙ୍କିପକ୍ସ ହୋଇଥିବା ବ୍ୟକ୍ତିକୁ ସ୍ପର୍ଶ କଲେ ମଧ୍ୟ ଏହା ବ୍ୟାପିଥାଏ । ପ୍ରଭାବିତ ବ୍ୟକ୍ତିଙ୍କ ଛିଙ୍କିବା ଏବଂ କାଶ ମାଧ୍ୟମରେ ଭାଇରସ ବ୍ୟାପିବାର ଭୟ ମଧ୍ୟ ରହିଛି ।

Leave A Reply

Your email address will not be published.