ଝିଅର ଭିଡିଓକୁ ଲାଇକ କରିବା ମା କୁ ପଡିଲା ମହଙ୍ଗା,ମାକୁ ମିଳିଲା ଜେଲଦଣ୍ଡ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ମହିଳା ନିଜ ଝିଅର ଟିକଟକ ଭିଡିଓ ଲାଇକ କଲେ, ଯାହାକି ତାଙ୍କ ପାଇଁ ସମସ୍ୟା ପାଲଟିଗଲା । ଭିଡିଓ ଲାଇକ କରିବା ଦୋଷରେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ତାଙ୍କୁ ସାଢ଼େ 11 ମାସରୁ 23 ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ ।

wtrf.com ର ରିପୋର୍ଟ ଅନୁଯାୟୀ, ଏହି ମହିଳା ଏବଂ ତାଙ୍କ ସ୍ଵାମୀ ଉପରେ ନିଜ ଦୁଇ ପିଲାଙ୍କର ଶୋଷଣ କରିବାର ଆରୋପ ପୂର୍ବରୁ ହିଁ ଲାଗିସାରିଛି । ଯାହା ଅନୁଯାୟୀ ଏହା ସର୍ତ୍ତ ଥିଲା ଯେ ଏହି କପଲ୍ ନିଜର ଦୁଇ ପିଲାଙ୍କ ସହିତ କୌଣସି ପ୍ରକାରର ସମ୍ପର୍କ ରଖିବେ ନାହିଁ ।

ଯେଉଁ ମହିଳା ଭିଡିଓ ଲାଇକ କରିଛନ୍ତି, ତାଙ୍କ ନାମ ହେଉଛି ଟ୍ରିଷ୍ଟା ପ୍ରାଇଜ ଅଟେ । ତାଙ୍କ ଉପରେ ଚାଇଲ୍ଡ ଅବ୍ୟୁଜ ପ୍ରୋଭେଶନର ଉଲଂଘନ କରିବାର ଆରୋପ ରହିଛି ।

ବାସ୍ତବରେ ଏହା ଅନୁଯାୟୀ ସେମାନେ ପୀଡ଼ିତଙ୍କ ସହିତ କୌଣସି ପ୍ରକାରର ସମ୍ପର୍କ ରଖିପାରିବେ ନାହିଁ । କିନ୍ତୁ ସେ ଭିଡିଓ ଲାଇକ କରି ଏହାକୁ ଉଲଂଘନ କରିଛନ୍ତି ।

କଣ ରହିଛି ପୁରା ମାମଲା :-

ଏବିଶି ନ୍ୟୁଜର 2020 ର ରିପୋର୍ଟ୍ ଅନୁଯାୟୀ, ଟ୍ରିଷ୍ଟା ପ୍ରାଇଜ ଏବଂ ତାଙ୍କ ସ୍ଵାମୀ ସେଠ ପ୍ରାଇଜଙ୍କୁ 2020 ମସିହାରେ ପିଲାମାନଙ୍କର ଶୋଷଣ ଆରୋପରେ ଗିରଫ କରାଯାଇଥିଲା ।

କ୍ୟାରିକରେ ରହୁଥିବା ଏହି କପଲଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ଦୁଇଜଣ ପିଲାଙ୍କର ଗଳା ଦବେଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଅନେକ ଥର ଅଲଗା ଅଲଗା ଜିନିଷ ଦ୍ଵାରା ଆକ୍ରମଣ କରିଥିଲେ । ଫ୍ରାଈପ୍ୟାନ ଦ୍ଵାରା ମଧ୍ୟ ଆକ୍ରମଣ କରାଗଲା । ସେହିପରି ଟ୍ରିଷ୍ଟାଙ୍କ ଉପରେ ଏହି ଆରୋପ ଥିଲା ଯେ ସେ ଏହି ପୁରା ଘଟଣାକୁ ଦେଖିଲେ ଏବଂ ରେକର୍ଡ କଲେ ।

Leave A Reply

Your email address will not be published.