ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଶୁଣାଇଲା ଏକ ବର୍ଷର ଜେଲ ଦଣ୍ଡ, ଏବେ ଜେଲରେ ଚକି ପେଷିବା ସହିତ “ଠୋକ ତାଲି” !

0

Get real time updates directly on you device, subscribe now.

କ୍ରିକେଟ ପୁଣି କମେଡ଼ି ଓ ଏହାପରେ ରାଜନୀତି ଚାରିଆଡ଼େ ଡିଆଁ ମାରୁଥିବା ନବଜୋତ ସିଂହ ସିଦ୍ଧୁ ବର୍ତ୍ତମାନ ଜେଲରେ ଚକି ପେଷିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। 34 ବର୍ଷର ପୁରୁଣା ରୋଡ଼ ରେଜ କେସରେ ପଞ୍ଜାବ କଂଗ୍ରେସର ପୂର୍ବ ପ୍ରେସିଡେଣ୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଏକବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣାଇଦେଉଛୁ ସିଦ୍ଧୁଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା ଓ କୋର୍ଟ ସେହି ସମୟରେ ତାଙ୍କୁ ମାତ୍ର ଏକହଜାର ଟଙ୍କା ଜରିମାନାରେ ଛାଡ଼ି ଦେଇଥିଲା।

ସୂତ୍ର ଅନୁସାରେ ସେ ଆଜିହିଁ ପଟିଆଲା ଜେଲ ଯାଇପାରନ୍ତି।ସିଦ୍ଧୁ ଯଦି ପଟିଆଲା ଜେଲ ଯାଉଛନ୍ତି ତାହେଲେ ତାଙ୍କର ଧୂର-ବିରୋଧୀ ନେତା ବିକ୍ରମ ସିଂହ ମଜଠିଆଙ୍କ ପଡ଼ୋଶୀ ହୋଇଯିବେ।

ଦଣ୍ଡର ଘୋଷଣା ଶୁଣିବାପରେ ସିଦ୍ଧୁଙ୍କୁ ଭେଟ ହେବାପାଇଁ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଅମୃତସରରୁ ପଟିଆଲା ଆସୁଛନ୍ତି। ସିଦ୍ଧୁଙ୍କୁ ପଞ୍ଜାବ ସରକାରଙ୍କ ତରଫରୁ 45 ପୋଲିସକର୍ମୀଙ୍କ ସିକ୍ୟୁରିଟି ମିଳିଛି। କିନ୍ତୁ ଦଣ୍ଡ ପରେ ଏହି ସିକ୍ୟୁରିଟି ଉପଲବ୍ଧ ହେବନାହିଁ।

ବର୍ତ୍ତମାନ ସିଦ୍ଧୁ ଗିରଫ ହେବେ ନହେଲେ ସରେଣ୍ଡର କରିବେ। ପଞ୍ଜାବ ପୋଲିସକୁ ଏହି ମାମଲାରେ ଆଇନ ର ପାଳନ କରିବାକୁ ହେବ। ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ସରେଣ୍ଡର କିମ୍ବା ଗିରଫ ହେବା ପରିବର୍ତ୍ତେ ଆଉ କିଛି ଛାଡ଼ ଦେଇନାହାଁନ୍ତି। ସିଦ୍ଧୁଙ୍କୁ ଆଜିହିଁ ଜେଲ ଯିବାକୁ ପଡ଼ିପାରେ। ସିଦ୍ଧୁ କିଛି ସମୟ ପୂର୍ବରୁ ପଟିଆଲା ସ୍ଥିତ ନିଜ ଘରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟର ଏହି ଫଇସଲାକୁ ନେଇ ସିଦ୍ଧୁ ନୋ କମେଣ୍ଟ କହିଥିଲେ।

ଆଇନ ର ଫଇସଲାକୁ ମଞ୍ଜୁରୀ:-

ଏହି ମାମଲାରେ ନବଜୋତ ସିଂହଙ୍କ ପ୍ରତିକ୍ରିୟା ଆସିସାରିଛି। ସେ ଟ୍ୱିଟ କରି କହିଥିଲେ ତାଙ୍କୁ ଆଇନର ଫଇସଲା ସ୍ଵୀକାର ଅଟେ। ସିଦ୍ଧୁ ଏହି ସମୟରେ ଲିଗାଲ ଟିମ ସହିତ ଆଗାମୀ ଷ୍ଟେପ ପାଇଁ ଚର୍ଚ୍ଚା କରୁଛନ୍ତି। ଯେଉଁ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ଓ ଦଣ୍ଡ ଶୁଣାଯାଉଥିଲା ସେହି ସମୟରେ ସିଦ୍ଧୁ ମହଙ୍ଗାଇକୁ ନେଇ କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ପ୍ରଦର୍ଶନ କରୁଥିଲେ। ସିଦ୍ଧୁ ହାତୀ ଉପରେ ବସି ପ୍ରଦର୍ଶନ କରୁଥିଲେ। ସେପ୍ଟେମ୍ବର 2018 ରେ ସେ ଦଣ୍ଡ ବିପକ୍ଷରେ ରିଭ୍ୟୁ ପିଟିସନ ଜାରି କରିଥିଲେ।

ମାମଲା କଣ ରହିଛି:-

ସିଦ୍ଧୁଙ୍କ ବିପକ୍ଷରେ ରୋଡ଼ ରେଜର ମାମଲା 1988 ମସିହାର ଅଟେ। ସିଦ୍ଧୁଙ୍କ ପଟିଆଲାରେ ପାର୍କିଂକୁ ନେଇ 65 ବର୍ଷସ ବୟସର ଗୁରନାମ ସିଂହଙ୍କ ସହିତ ଝଗଡ଼ା ହୋଇଥିଲା। ଆରୋପ ଏହାକି ଉଭୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। କଥିତ ରୂପରେ ସିଦ୍ଧୁ ଗୁରନାମଙ୍କୁ ଏକ ମୁଥା ମାରିଥିଲେ ଯେଉଁଥିରେ ଗୁରନାମଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସ ନବଜୋତ ସିଂହ ସିଦ୍ଧୁଙ୍କ ବିରୁଦ୍ଧରେ ବେଆଇନ ହତ୍ୟା ମାମଲା ଦର୍ଜ କଲେ।

ସେସନ କୋର୍ଟ ଛାଡ଼ିବା ପରେ ହାଇକୋର୍ଟ ଦେଲା ଦଣ୍ଡ:-

ଏହାପରେ ମାମଲା ଅଦାଲତରେ ପହଞ୍ଚିଲା ଓ ସେସନ କୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରମାଣ ଅଭାବରେ 1999 ରେ ମୁକ୍ତି କରିଦେଇଥିଲା। ଏହାପରେ ପୀଡିତ ପକ୍ଷ ସେସନ କୋର୍ଟ ଫଇସଲା ବିରୁଦ୍ଧରେ ହାଇକୋର୍ଟ ପହଞ୍ଚିଲେ। ବର୍ଷ 2006 ମସିହାରେ ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ତିନିବର୍ଷର ଜେଲ ଓ ଏକଲକ୍ଷ ଟଙ୍କାର ଜରିମାନା ଦଣ୍ଡ ଦେଇଥିଲେ।

ସୁପ୍ରିମକୋର୍ଟ ଜରିମାନା ଲଗାଇ ଛାଡ଼ିଦେଲା:-

ହାଇକୋର୍ଟ ତରଫରୁ ମିଳିଥିବା ଦଣ୍ଡ ବିରୁଦ୍ଧରେ ନବଜୋତ ସିଂହ ସିଦ୍ଧୁ ସୁପ୍ରିମକୋର୍ଟ ପହଞ୍ଚିଗଲେ। ସୁପ୍ରିମକୋର୍ଟ ଏହାପରେ ମେ 16, 2018 ରେ ସିଦ୍ଧୁଙ୍କ ଉପରେ ଲାଗିଥିବା ଆରୋପ 304IPC ହଟାଇ ଦେଇଥିଲେ। ଏହାପରେ କିନ୍ତୁ IPC ଧାରା 323 ରେ ଆଘାତ ଦେଇଥିବା ଆଧାରରେ ତାଙ୍କୁ ଦୋଷୀ କରାଯାଇଥିଲା। ଏଥିରେ ତାଙ୍କୁ ଜେଲଦଣ୍ଡ ହୋଇନଥିଲା। ସିଦ୍ଧୁଙ୍କୁ କେବଳ ଏକହଜାର ଟଙ୍କା ଜରିମାନା ଲଗାଇ ଛାଡ଼ି ଦିଆଗଲା। କିନ୍ତୁ ଏବେ ପୁନର୍ବିଚାର ନେଇ ସୁପ୍ରିମକୋର୍ଟ ତାଙ୍କୁ ଏକବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛି।

ସିଦ୍ଧୁଙ୍କ ପାଖରେ ରହିଛି ଏହି ବିକଳ୍ପ:-

1. କ୍ୟୁରେଟିଭ ପିଟିସନ – ନବଜୋତ ସିଂହ ସିଦ୍ଧୁ ସୁପ୍ରିମକୋର୍ଟର ଫଇସଲାକୁ କ୍ୟୁରେଟିଭ ପିଟିସନ ଜରିଆରେ ଚ୍ୟାଲେଞ୍ଜ କରିପାରନ୍ତି। ଏହା ସୁପ୍ରିମକୋର୍ଟ ଉପରେ ନିର୍ଭର କରୁଛି କି, ସେ ଏହାଉପରେ ବିଚାର କରିବେ କି ନାହିଁ।

2. ସରେଣ୍ଡର ପାଇଁ ସମୟ ମାଗି ପାରନ୍ତି ସିଦ୍ଧୁ- ନବଜୋତ ସିଦ୍ଧୁ ଏହି ମାମଲାରେ କୋର୍ଟକୁ ପୋଲିସ ସାମ୍ନାରେ ସରେଣ୍ଡର କରିବାପାଇଁ ଆହୁରି ସମୟ ମାଗିପାରନ୍ତି। ସୁପ୍ରିମକୋର୍ଟ ଏହାଉପରେ ବିଚାର କରିବ।

Leave A Reply

Your email address will not be published.