ମରିବା ପରେ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ କଣ ହୋଇଥାଏ ? ଏହା କେଉଁ କାମରେ ଆସିଥାଏ ? ଏହାକୁ କଣ୍ କରିବା ଉଚିତ୍ ?

0

Get real time updates directly on you device, subscribe now.

ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ଉଭୟ ଏପରି ଡକ୍ୟୁମେଣ୍ଟ ଅଟେ, ଯାହା ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ । ଏହା ବିନା ବହୁତ୍ ସରକାରୀ ଏବଂ ବେସରକାରୀ ଲାଭ ନେଇପାରିବେ ନାହିଁ । ତେଣୁ ଆଜିର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଏହି ଦୁଇଟି କାର୍ଡ ନିହାତି ଭାବେ ରହିଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ, ତେବେ ତାର ଆଧାର କାର୍ଡ ଏବଂ ପ୍ୟାନ କାର୍ଡର ଆଉ କେଉଁ କାମରେ ଦରକାର ହୋଇଥାଏ ? ତାପରେ ଆମେ ଏହାକୁ କଣ୍ କରିବା ଉଚିତ୍ ? ଆଜି ଆମେ ଏହି ବିଷୟରେ ଚର୍ଚ୍ଚା କରିବା ।

ମୃତ୍ୟୁ ପରେ ଆଧାର ଏବଂ ପ୍ୟାନ କାର୍ଡର କଣ ହୋଇଥାଏ ?

ଘରେ ଯେବେ କାହାର ମୃତ୍ୟୁ ହୋଇଯାଏ, ସେତେବେଳେ ସେ ନିଜ ପଛରେ ଅନେକ ସାମଗ୍ରୀକୁ ଛାଡିଯାଏ । ଏଥିରେ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ପରି ଜରୁରୀ ଡକ୍ୟୁମେଣ୍ଟ ମଧ୍ୟ ରହିଥାଏ । ଏପରି ପରିସ୍ଥିତିରେ ବ୍ୟକ୍ତି ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସିଥାଏ ଯେ ପ୍ରକୃତରେ ଏହାକୁ କଣ୍ କରାଯିବା ଉଚିତ୍ ? ଏହା ଭବିଷ୍ୟତରେ କାମରେ ଆସିବ ନାହିଁ ତ ? କିମ୍ବା ମୃତ୍ୟୁ ପରେ ଏହା କେବଳ କଣ୍ ଗୋଟିଏ ଗୋଟିଏ କାଗଜ ଟୁକୁଡା ହୋଇ ରହିଯିବ ? ଏହାକୁ କଣ୍ ନିଷ୍କ୍ରିୟ କରାଯାଇ ପାରିବ ?

ଆଧାରକୁ କରାନ୍ତୁ ଡେଥ ସାର୍ଟିଫିକେଟ ସହିତ ଲିଙ୍କ :-

ବାସ୍ତବରେ ଯେତେବେଳେ ଘରେ କାହାର ମୃତ୍ୟୁ ହୋଇଯାଏ, ସେତେବେଳେ ତାଙ୍କ ଘର ଲୋକଙ୍କର ଏହା ଦାୟିତ୍ଵ ରହିଥାଏ ଯେ ସେ ମୃତକଙ୍କ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ସରେଣ୍ଡର କରିଦେବେ । ଏହାକୁ ଡିଆକ୍ଟିଭ କରାଇବା ସବୁଠାରୁ ବେଷ୍ଟ ଅପ୍ସନ୍ ହୋଇଥାଏ । ତେବେ କିଛି ନିୟମ ଅନୁଯାୟୀ, ଆପଣ ମୃତକଙ୍କ ଆଧାର କାର୍ଡକୁ ସରେଣ୍ଡର କିମ୍ବା ନିଷ୍କ୍ରିୟ କରିପାରିବେ ନାହିଁ । କିନ୍ତୁ ଆପଣ ତାଙ୍କ କାର୍ଡକୁ ଡେଥ ସାର୍ଟିଫିକେଟ ସହିତ ଲିଙ୍କ ନିଶ୍ଚୟ କରିପାରିବେ । ଏହାଦ୍ବାରା କେହି ବି ମୃତକଙ୍କ ଆଧାର ଏବଂ ପ୍ୟାନ କାର୍ଡକୁ ଭୁଲ ବ୍ୟବହାର କରିପାରିବେ ନାହିଁ ।

ଏହିପରି ଭାବେ କରନ୍ତୁ ମୃତକଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ :-

ଆପଣ ଚାହିଁଲେ ମୃତକଙ୍କ ପ୍ୟାନ କାର୍ଡ ଫେରାଇ ପାରିବେ । କିନ୍ତୁ ଏହା ଟିକେ ଲମ୍ବା ପ୍ରୋଷେସ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଏସେସମେଣ୍ଟ ଅଫିସରଙ୍କୁ ଗୋଟିଏ ଲେଟର ଲେଖିବାକୁ ପଡିବ । ଏହି ଲେଟରରେ ଆପଣଙ୍କୁ ପ୍ୟାନ କାର୍ଡ ଫେରାଇବାର କାରଣ ଲେଖିବାକୁ ପଡିବ । ସେହିପରି ଆପଣ ମୃତକଙ୍କ ଡେଥ ସାର୍ଟିଫିକେଟର କପି ମଧ୍ୟ ଆଟାଚ କରିପାରିବେ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ଯେ ପ୍ୟାନ କାର୍ଡ ରିଟର୍ନ କରିବା ପୂର୍ବରୁ ତା ସହ ଜଡ଼ିତ ସମସ୍ତ ଆର୍ଥିକ କାର୍ଯ୍ୟ ପୁରା କରିବେ । ଏହାପରେ ମଧ୍ୟ ପ୍ୟାନ କାର୍ଡ ବନ୍ଦ୍ କରିବାର ଆବେଦନ ଦିଅନ୍ତୁ ।

ଆଶା କରୁଛୁ ଯେ ଆପଣଙ୍କୁ ଏହି ସୂଚନା ଭଲ ଲାଗିଥିବ । ଯଦି ହଁ, ତେବେ ଏହାକୁ ଅନ୍ୟ ଲୋକଙ୍କ ସହିତ ମଧ୍ୟ ସେୟାର କରନ୍ତୁ । ଯେପରିକି ଅନ୍ୟ ଲୋକମାନେ ମଧ୍ୟ ମୃତକଙ୍କ ଆଧାର ଏବଂ ପ୍ୟାନ କାର୍ଡକୁ ସଠିକ୍ ବ୍ୟବହାର କରିପାରିବେ ।

Leave A Reply

Your email address will not be published.