ଚାଲିବା ତ ଦୂରର କଥା କିନ୍ତୁ ବିନା ହେଲମେଟରେ ଷ୍ଟାର୍ଟ ହେବନାହିଁ ଏହି ସ୍କୁଟର, ଜାଣନ୍ତୁ ଏହା ବିଷୟରେ

0

Get real time updates directly on you device, subscribe now.

ଯଦି ଆପଣ କୌଣସି ସ୍କୁଟରରେ ରାଜା ପରି ଅନୁଭୁତି ନେବାକୁ ଚାହୁଁଛନ୍ତି ତେବେ BMW motorrad ସ୍କୁଟର ଆପଣଙ୍କ ଏହି ଇଚ୍ଛାକୁ ପୂରଣ କରିପାରିବ। ଏହି ସ୍କୁଟରର ଖାଆସ କଥା ଏହାକି ଯେ, ବିନା ହେଲମେଟରେ ଏହି ସ୍କୁଟର ଷ୍ଟାର୍ଟ ହେବନାହିଁ।

BMW C400 GT ର ଦମଦାର ଇଞ୍ଜିନ:-

ଏହି ସ୍କୁଟରରେ 350cc ଇଞ୍ଜିନ ସହିତ ୱାଟର କୁଲ ସିଙ୍ଗଲ ସିଲିଣ୍ଡର 4 ଷ୍ଟ୍ରୋକ ଇଞ୍ଜିନ ଲାଗିଛି। ଏହାର ଅର୍ଥ ଏହି ସ୍କୁଟି ସେତିକି ପାୱାର ଦେଇଥାଏ ଯେତିକି ଗୋଟିଏ ରୟାଲ ଏନଫିଲଡ଼ ବାଇକର ଇଞ୍ଜିନ ଦେଇଥାଏ। ଏହା 34 bhp ର ମାକ୍ସିମମ ପାୱାର ଓ 35 NM ର ପିକ ଟର୍କ ଜେନେରେଟ କରିଥାଏ। ଏହାର ମାକ୍ସିମମ ସ୍ପିଡ଼ 139 କିଲୋମିଟର ପ୍ରତିଘଣ୍ଟା ଅଟେ।

ସ୍କୁଟରରେ ଶାନଦାର ଷ୍ଟୋରେଜ :-

ସ୍କୁଟରର ପାୱାର କଥା ତ ହୋଇଗଲା। ଏହାସହ ସ୍କୁଟରରେ ଜିନିଷ ରଖିବା ପାଇଁ ବହୁତ ସାରା ସେପ୍ସ ମଧ୍ୟ ରହିଛି। ହ୍ୟାଣ୍ଡଲ ତଳେ ଦୁଇ ପାର୍ଶ୍ଵରେ ଡ୍ୟାସବୋର୍ଡ଼ ଷ୍ଟୋରେଜ ରହିଛି। ଏହାମଧ୍ୟରୁ ଗୋଟିଏରେ ୟୁଏସବି ମୋବାଇଲ ଚାର୍ଜର କନେକ୍ସନ ମଧ୍ୟ ଦିଆଯାଇଛି। ଏହାସହ ଏହାର ଅଣ୍ଡର ସିଟ ଷ୍ଟୋରେଜର କଥା ହିଁ କିଛି ଅଲଗା।

ଖାଆସ ଅଟେ ସ୍କୁଟରର ଡ଼ିକି:-

ଆମେ ସମସ୍ତେ ସ୍କୁଟରରେ ଦିଆଯାଉଥିବା ଅଣ୍ଡର ସିଟ ଷ୍ଟୋରେଜକୁ ଅଲଗା ଅଲଗା କାମ ପାଇଁ ବ୍ୟବହାର କରିଥାଉ। କିନ୍ତୁ ଏହାର ଅସଲି ଲକ୍ଷ୍ୟ ହେଲମେଟ ରଖିବାପାଇଁ ହୋଇଥାଏ। ଆସନ୍ତୁ ଜାଣିବା ଏହି ସ୍କୁଟିର ଡ଼ିକି କାହିଁକି ଖାଆସ ଅଟେ।

ବିନା ହେଲମେଟରେ ଷ୍ଟାର୍ଟ ହେବନାହିଁ ଗାଡ଼ି:-

ଏହି ସ୍କୁଟିର ତଳେ ଏକ ଡ଼ିକି ଭଳି ବନାଯାଇଛି। କମ୍ପାନୀ ଏହାର ନାମ ଦେଇଛି Flexcase । ଏହା ଏକ ହେଲମେଟ ପାଇଁ ସମ୍ପୂର୍ଣ୍ଣ ଜାଗା ଅଟେ। ଯେତେବେଳେ ଆପଣ ଗାଡ଼ି ଛିଡ଼ା କରି ହେଲମେଟ ଏଥିରେ ରଖନ୍ତି ସେତେବେଳେ ଏହା ଖୋଲା ରହିଥାଏ ଯେଉଁ ପର୍ଯ୍ୟନ୍ତ ଆପଣ ହେଲମେଟ ନପିନ୍ଧନ୍ତି ସେପର୍ଯ୍ୟନ୍ତ ଗାଡ଼ି ଷ୍ଟାର୍ଟ ହୁଏନାହିଁ।

ଦୁଇଟି କଲର ରେ ଆସୁଛି ଏହି ସ୍କୁଟି:-

ଏମିତିରେ ଦେଖିବାକୁ ଗଲେ ସ୍କୁଟି 3ଟି କଲରରେ ଆସିଥାଏ କିନ୍ତୁ ଭାରତରେ ଏହାର 2ଟି କଲର ରହିଛି ତାହା ହେଲା Alpine White ଏବଂ Style Triple Black।

BMW C400 GT ସ୍କୁଟର ଡିଜାଇନ ବହୁତ ଶକ୍ତିଶାଳୀ ଅଟେ ଓ ଏହାକୁ ଟ୍ୟୁବଲର ଷ୍ଟିଲ ଫ୍ରେମରେ ବନାଯାଇଛି। ଏହାସହ ଏକ ବଢ଼ିଆ ସସପେନ୍ସନ ଦିଆଯାଇଛି ଯାହାକି ହାଇସ୍ପିଡ଼ରେ ଭଲ ଷ୍ଟାବିଲିଟି ଦେଇଥାଏ। ଏହାର ଫ୍ରଣ୍ଟ ରେ ଟେଲିସ୍କୋପିକ ଫୋର୍କ ସସପେନ୍ସନ ଦିଆଯାଇଛି। ଯିଏକି ଏହାର ରାଇଡ଼ କୁ ଶାନଦାର ବନାଇଥାଏ। ଏହା ଏବିଏସ ଓ ଡିସ୍କ ବ୍ରେକ ସହିତ ଆସିଥାଏ।

ଏହାର ପ୍ରାଇସ:-

BMW ବ୍ରାଣ୍ଡର ନାମ ଲାକଜୁରୀୟସ ସେଗମେଣ୍ଟରେ ଆସିଥାଏ। ଏହାର ଦାମ ଭାରତରେ କୌଣସି ମିଡ ସାଇଜ SUV ଭଳି ଅଟେ। ଭାରତରେ ଏହାର ଦାମ 10.40 ଲକ୍ଷ ଟଙ୍କା ଅଟେ। ଏହି ସ୍କୁଟରରେ 3 ବର୍ଷ ପର୍ଯ୍ୟନ୍ତ ଅନଲିମିଟେଡ଼ କିଲୋମିଟରର ୱାରେଣ୍ଟିର ଅପ୍ସନ ମଧ୍ୟ ରହିଛି।

Leave A Reply

Your email address will not be published.