Business Idea: ବିନା ଟଙ୍କା ଖର୍ଚ କରି ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ହୁଅନ୍ତୁ,ଆଉ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତୁ, ଜାଣନ୍ତୁ କିପରି କରିବେ ଆରମ୍ଭ ?

0

Get real time updates directly on you device, subscribe now.

ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି, ତେବେ ଏହାର ବ୍ୟବହାର ପ୍ରଫେସନାଲ ଭାବରେ ନିଶ୍ଚିତ ଭାବରେ କରନ୍ତୁ । ଫେସବୁକ୍ ଏବଂ ଇନ୍ଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବ୍ରାଣ୍ଡ ଏଣ୍ଡୋର୍ଷମେଣ୍ଟ କରି ରୋଜଗାର କରାଯାଇପାରେ । ତେବେ ଏଥିପାଇଁ ଫୋଲୋର୍ସଙ୍କ ଷ୍ଟ୍ରଙ୍ଗ ବେସ ରହିବା ବହୁତ୍ ଜରୁରୀ ଅଟେ । ଯେପରିକି ଲୋକମାନେ ଆପଣଙ୍କ ଉପରେ ଭରସା କରିପାରିବେ ।

କିପରି ହେବେ ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର :-

ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ହେବାପାଇଁ ଆପଣଙ୍କୁ ନିଜର କ୍ରିଏଟିଭିଟି ଉପରେ ସଂପୂର୍ଣ୍ଣ ଭାବେ ଧ୍ୟାନ ଦେବାକୁ ପଡ଼ିବ । ଇନ୍ଫ୍ଲୁଏନ୍ସର ହେବାପାଇଁ ଆପଣଙ୍କୁ ନିଜର ସ୍ପେଶିଆଲିଟିକୁ ଚିହ୍ନିବାକୁ ପଡ଼ିବ । ଗୋଟିଏ ଫିକ୍ସ ପ୍ରୋଗ୍ରାମ ଅନୁଯାୟୀ କାମ କରିବାକୁ ପଡ଼ିବ । ଧିରେ ଧିରେ ଆପଣଙ୍କ ସ୍ପେଶିଆଲିଟି ଲୋକଙ୍କୁ ଆକର୍ଷିତ କରିବ ଏବଂ ଆପଣଙ୍କ ଫୋଲୋର୍ସଙ୍କ ସଂଖ୍ୟା ଲକ୍ଷ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯିବ । ଫେସବୁକରେ ଲାଇକ ବଢ଼ାଇବା ପାଇଁ କଭର ଏବଂ ପ୍ରୋଫାଇଲ୍ ଫଟୋକୁ ସଠିକ୍ ଭାବରେ ବାଛିବା ଉଚିତ୍ । ଯଦି ଆପଣଙ୍କର ବିଜନେସ ପେଜ ଅଛି, ତେବେ ପ୍ରୋଫାଇଲ୍ ଫଟୋରେ ନିଜର ଲୋଗୋ ଲଗାନ୍ତୁ । କିନ୍ତୁ କଭର ଫଟୋ ସହିତ କ୍ରିଏଟିଭିଟି କରିପାରିବେ ।

କଣ୍ଟେଣ୍ଟ ଉପରେ ଫୋକସ :-

ସୋସିଆଲ ମିଡିଆରେ ଲାଇକ ଏବଂ ଫୋଲୋର୍ ବଢ଼ାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ କଣ୍ଟେଣ୍ଟ ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡ଼ିବ । ଆପଣଙ୍କୁ କେବଳ ନିଜ ସୋସିଆଲ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କ ସହିତ ନିଜ ନଲେଜକୁ ସେୟାର କରିବାକୁ ପଡ଼ିବ । କିନ୍ତୁ ଏହି କଥା ପ୍ରତି ଆପଣଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ ଯେ ପୋଷ୍ଟ କରିବା ନାଁରେ ଏମିତି ସେମିତି କିଛି ବି ପୋଷ୍ଟ କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ କ୍ରେଡିବିଲିଟି ଉପରେ ପ୍ରଶ୍ନ ଉଠାଯାଇପାରେ ।

ଭିଜୁଆଲ କଣ୍ଟେଣ୍ଟ ଦ୍ଵାରା ବଢ଼ିବ ରିଚ :-

ଏହା ବହୁତ୍ ସାଧାରଣ କଥା ଯେ ଲୋକମାନଙ୍କୁ ପଢ଼ିବା ବଦଳରେ ଦେଖିବାକୁ ଅଧିକ ଭଲ ଲାଗେ । ତେଣୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଜୁଆଲ କଣ୍ଟେଣ୍ଟ ପୋଷ୍ଟ କରିବା ଜରୁରୀ ଅଟେ । କେବଳ ଲେଖାଯାଇଥିବା ପୋଷ୍ଟ ନୁହେଁ, ବରଂ ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରନ୍ତୁ । ଭିଜୁଆଲ କଣ୍ଟେଣ୍ଟ ଦ୍ଵାରା ଲୋକମାନେ ସହଜରେ କନେକ୍ଟ ହୋଇଯାନ୍ତି । ଏହିପରି ଆପଣଙ୍କ ପାଇଁ ରୋଜଗାରର ଗୋଟିଏ ମାଧ୍ୟମ ଆରମ୍ଭ ହୋଇପାରେ ।

ରୋଜଗାର :-

ଆପଣଙ୍କ ଅଡିଅନ୍ସ ବେସ ବଢିବା ପରେ ଅନେକ କମ୍ପାନୀ ନିଜର ପ୍ରଚାର ପାଇଁ ନିଜେ ଆପଣଙ୍କ ପାଖକୁ ଚାଲି ଆସିବେ । ନିଜ କମ୍ପାନୀ କିମ୍ବା ପ୍ରଡକ୍ଟର ପ୍ରୋମୋସନ କରିବାପାଇଁ ଆପଣଙ୍କୁ ପଇସା ଦେବେ । ଆପଣଙ୍କୁ ଆପଣଙ୍କ କଣ୍ଟେଣ୍ଟରୁ ମଧ୍ୟ ପଇସା ମିଳିବ । ଅର୍ଥାତ୍ ଆପଣଙ୍କ ଭିଡିଓ ଏବଂ ପୋଷ୍ଟରେ ଯେତେ ଲାଇକ ଏବଂ କମେଣ୍ଟ ଆସିବ, ଆପଣଙ୍କ ଆମଦାନୀ ମଧ୍ୟ ସେତେ ବଢିବ । ଆପଣ ସୋସିଆଲ ମିଡ଼ିଆ ବ୍ୟବହାର କରି ନିଜର ପ୍ରଡକ୍ଟ ମଧ୍ୟ ପ୍ରମୋଟ କରିପାରିବେ ।

Leave A Reply

Your email address will not be published.