ରେକର୍ଡ : ଛଅ ବଲରେ ଛଅ ୱିକେଟ୍ ନେଇ ଏହି ବୋଲର୍ କଲେ ରେକର୍ଡ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

କ୍ରିକେଟ ପଡ଼ିଆରେ ଏହିପରି କିଛି ଚମତ୍କାର ଦେଖାଯାଏ ଯାହା କେବଳ ପ୍ରଶଂସକମାନଙ୍କୁ ନୁହେଁ କ୍ରିକେଟ ଜଗତକୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥାଏ। ଟି-୨୦ କ୍ରିକେଟରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ସମୟରେ ଛଅଟି ବଲରେ ଛଅଟି ୱିକେଟ ଖସିଯାଇଥିଲା। ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପରେ ମାଲେସିଆ କ୍ଲବ ଏକାଦଶ ଏବଂ ପୁଷ୍ ସ୍ପୋର୍ଟସ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏହି ଅନନ୍ୟ କୀର୍ତ୍ତିମାନ ଘଟିଛି। ଏପ୍ରିଲ ୧୧ ତାରିଖରେ ଖେଳାଯାଇଥିବା ମ୍ୟାଚର ଶେଷ ଓଭରରେ ମାଲେସିଆର ବୋଲର ଭିନନ୍ଦୀପ ସିଂ, ପୁଷ୍ ସ୍ପୋର୍ଟସ ଦିଲ୍ଲୀର ପାଞ୍ଚଟି ୱିକେଟ ନେଇଥିଲେ ଏବଂ ଏଥିରେ ଜଣେ ବ୍ୟାଟ୍ସମ୍ୟାନ୍ ରନଆଉଟ ମଧ୍ୟ ହୋଇଥିଲେ।

୨୦ ତମ ଓଭରରେ ଭିନନ୍ଦୀପ ବୋଲିଂ କରିବା ପାଇଁ ଆସିଥିଲେ। ପ୍ରଥମ ବଲ୍ ୱାଇଡ ପଡିଥିଲା। ଯେଉଁଥିରେ ପୁଷ ସ୍ପୋର୍ଟସ ଦିଲ୍ଲୀକୁ ଏକ ରନର ଲାଭ ମିଳିଥିଲା। କିନ୍ତୁ ଏହା ପରେ ଯାହାବି କିଛି ଘଟିଲା କ୍ରିକେଟ୍ ଜଗତକୁ ତାହା ଆଶ୍ଚର୍ଯ୍ୟ କରିଦେଲା। ପ୍ରଥମ ବଲରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ ମ୍ରିଗାଙ୍କ ପଠକ କ୍ୟାଚ ଆଉଟ ହୋଇଥିଲେ। ଦ୍ୱିତୀୟ ବଲରେ ଇଶାନ ପାଣ୍ଡେ ରନଆଉଟ ହୋଇଯାଇଥିଲେ। ଭିନନ୍ଦୀପଙ୍କ ଘାତକ ତୃତୀୟ ବଲରେ ଅନିନ୍ଦୋ ନହରାୟ ଓ ଚତୁର୍ଥ ବଲରେ ଭିଶେଷ ସାରୋହଙ୍କର ୱିକେଟ ଖସିପଡିଲା। ପଞ୍ଚମ ବଲରେ ଜତୀନ ସିଙ୍ଘଲ କ୍ୟାଟ ଆଉଟ ହୋଇ ଯାଇଥିଲେ। ଷଷ୍ଠ ବଲରେ ସ୍ପର୍ଷ ଆଉଟ ହୋଇ ଯାଇଥିଲେ।

ପ୍ରଥମେ ବ୍ୟାଟିଂ କରି ପୁସ ସ୍ପୋର୍ଟସ୍ ଦିଲ୍ଲୀ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଏହା ପରେ ମାଲେସିଆ କ୍ଲବ୍ ଏକାଦଶ ୧୭.୩ ଓଭରରେ ମାତ୍ର ୩ ୱିକେଟ ହରାଇ ୧୩୫ ରନ୍ ସ୍କୋର କରି ମ୍ୟାଚ ଜିତିଥିଲା। କିନ୍ତୁ Nepal Pro Club Championshipର ଏହି ମ୍ୟାଚ୍ କ୍ରିକେଟ୍ ଇତିହାସରେ ରେକର୍ଡ ହୋଇଯାଇଛି। ଭିନନ୍ଦୀପ ସିଂଙ୍କ ସେହି ଶେଷ ଓଭରକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଅଛି। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆର Aled Carey ନାମକ କ୍ରିକେଟର ପର୍ଫେକ୍ଟ ଓଭର ପକାଇ ଥିଲେ। ସେ ୨୦୧୭ ମସିହାରେ ଏକ କ୍ଲବ ଟୁର୍ଣ୍ଣାମେଣ୍ଟରେ ୬ଟି ଯାକ ବଲରେ ୬ଟି ୱିକେଟ ନେଇ ଯାଇଥିଲେ।

Leave A Reply

Your email address will not be published.