ଜଣେ ଛାତ୍ରୀଙ୍କୁ ୮ ଦିନ ଧରି କଲେ ଗ-ଣ-ଦୁଷ୍କର୍ମ, ନିଜର କ୍ଷୁଧା ମେଣ୍ଟିଯିବା ପରେ ମାଡ଼ମାରି ଛାଡ଼ିଦେଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ୮ ଦିନ ଧରି କଠୋରୀରେ ହାତ ଗୋଡ଼ବାନ୍ଧି ଗଣ ଦୁଷ୍କର୍ମ କଲେ। କ୍ଷୁଧା ମେଣ୍ଟିଯିବା ପରେ ‍ମାର ପିଟ କରି ଛାଡ଼ି ଦେଲେ। ଏଭଳି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ଘଟିଛି। ପୋଲିସ ନାବାଳିକାର ବୟାନକୁ ରେକର୍ଡ କରି ଏହି ଘଟଣାର ତଦନ୍ତ କରୁଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ। ନାବାଳିକା ଜଣକ ଦଶମ ଶ୍ରେଣୀରେ ପଢ଼ନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୩୦ ତାରିଖରେ ନାବାଳିକା ଜଣଙ୍କ ବିଦ୍ୟାଳୟକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଯୁବକମାନେ ନାବାଳିକାଙ୍କୁ ବାଇକରେ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ନେଇ ଯାଇଥିଲେ। ସେମାନେ ଝିଅଟିକୁ ଶିମିଳିପାଳ ରାସ୍ତାର ଥିବା ଘୋଡ଼ାଘାଗରୀ ଅଞ୍ଚଳରେ ଥିବା ପରିତ୍ୟକ୍ତ ଘରେ ହାତଗୋଡ଼ ବାନ୍ଧି ରଖିଥିଲେ। ପରେ ତିନି ଜଣ ଯୁବକ ଝିଅଟିକୁ ୮ ଦିନ ଧରି ଗଣ ଦୁଷ୍କର୍ମ କରିଥିଲେ। ନିଜର କ୍ଷୁଧା ମେଣ୍ଟିଯିବା ପରେ ନାବାଳିକାକୁ ମାଡ଼ ମାରି ତାଙ୍କୁ ବାହାରେ ଫୋପାଡ଼ି ଦେଇଥିଲ। ପୋଲିସ ନାବାଳିକାକୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା।

ସ୍କୁଲରୁ ଝିଅ ଘରୁ ନଫେରିବା କାରଣରୁ ପରିବାର ଲୋକ ସାଙ୍ଗସାଥୀ ଓ ସମସ୍ତ ସମ୍ପର୍କୀୟମାନଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ତାଙ୍କୁ ନ ପାଇବାରୁ ଗତ ୩ ତାରିଖ ଦିନ ଯଶୀପୁର ଥାନାରେ ଝିଅର ନିଖୋଜ ବିଷୟରେ ଏକ ଏତଲା ମଧ୍ୟ ଦେଇଥିଲେ। ପୋଲିସ ନାବାଳିକାକୁ ୬ ତାରିଖରେ ଉଦ୍ଧାର କରିଥିଲା। ନାବାଳିକାଙ୍କ ଘରୁ ସ୍କୁଲ ପ୍ରାୟ ଦେଢ଼ କିଲୋମିଟର ବାଟ ହୋଇଥିବା କାରଣରୁ ସବୁବେଳେ ସେ ଚାଲି ଚାଲି ସ୍କୁଲ ଯାନ୍ତି। ନାବାଳିକାଙ୍କ ବାପା କହିଛନ୍ତିକି, ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ।

Leave A Reply

Your email address will not be published.