ଜଙ୍ଗଲରେ ଗୋଧିକୁ ୪ଜଣ ବ୍ୟକ୍ତି କଲେ ଗ-ଣ-ଦୁଷ୍କର୍ମ

0

Get real time updates directly on you device, subscribe now.

ମହାରାଷ୍ଟ୍ରର ଗୋଥାନେ ଗ୍ରାମ ନିକଟ‌ବର୍ତ୍ତୀ ‘ସହ୍ୟାଦ୍ରୀ ବ୍ୟାଘ୍ର ସଂରକ୍ଷଣ’ ଅରଣ୍ୟଗାଭା ଅଞ୍ଚଳରେ ଗୋଟିଏ ଗୋଧି ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବୁଧବାର ଦିନ ବନବିଭାଗର ଜଣେ କର୍ମଚାରୀ ଏହି ବିଷୟରେ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସନ୍ଦୀପ ତୁକ୍‌ରାମ୍‌, ପାୱାର ମଙ୍ଗେସ୍‌, ଜନାର୍ଦ୍ଦନ କା‌ମ୍‌ତେକର୍‌ ଏବଂ ଅକ୍ଷୟ ସୁନୀଲ। ମହାରାଷ୍ଟ୍ରର ବନ ବିଭାଗ ଅଭିଯୁକ୍ତମାନଙ୍କର ମୋବାଇଲ୍‌ ଫୋନକୁ ଯାଞ୍ଚ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ଅଭିଯୁକ୍ତମାନେ ଉକ୍ତ ଗୋଧି ସହ ଗଣଦୁଷ୍କର୍ମ କରୁଥିବାର ଦୃଶ୍ୟ ଜଣେ ମୋବାଇଲ୍‌ ଫୋନ୍‌ରେ ରେକର୍ଡିଙ୍ଗ୍‌ ହୋଇଥିବା ଭିଡିଓରେ ବନ ବିଭାଗ କର୍ମଚାରୀମାନେ ଭିଡ଼ିଓକୁ ଦେଖିଛନ୍ତି।

ସାଙ୍ଗଲିର ସଂରକ୍ଷଣ ଜଙ୍ଗଲରେ ନିଯୁକ୍ତ ବନ ଅଧିକାରୀମାନେ ‘ସିସିଟିଭି ଫୁଟେଜ୍‌’ ସହାୟତାରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ସେମାନେ ବେଆଇନ ଭାବରେ ଚାନ୍ଦୋଲି ଜାତୀୟ ଉଦ୍ୟାନରେ ବୁଲାବୁଲି କରୁଥିବାର ଦୃଶ୍ୟ ଏହି ଫୁଟେଜ୍‌ରେ ଥିଲା। ସେମାନଙ୍କ ମଧ୍ୟରୁ ଜଣକ ହାତରେ ବନ୍ଧୁକ ମଧ୍ୟ ଥିଲା। ଅଭିଯୁକ୍ତମାନଙ୍କ ବିଷୟରେ ଅଧିକ ସୂଚନା ଦେଇ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତିକି, ଶିକାର ନିମନ୍ତେ ୩ଜଣ ଅଭିଯୁକ୍ତ କୋଙ୍କଣରୁ କୋହ୍ଲାପୁରର ଚାନ୍ଦୋଲି ଗ୍ରାମକୁ ଆସିଥିଲେ।

ଏଭଳି କାଣ୍ଡକୁ ଦେଖି ଆଚମ୍ବିତ ହୋଇଯାଇଥିବା ବନ ବିଭାଗ କର୍ମଚାରୀମାନେ ‘ଆଇପିସି’କୁ ଆଧାର କରି ଅଭିଯୁକ୍ତମାନଙ୍କ ବିରୋଧରେ ଏକ ଦଫା ଲଗାଇବେ। ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବା ପରେ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗର ଅଧିକାରୀମାନଙ୍କ ତରଫରୁ କହିଛନ୍ତି।ସୂଚନା ଅନୁସାରେ, ‘ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨’ ଅନୁଯାୟୀ, ଗୋଧିକୁ ସଂରକ୍ଷିତ ପ୍ରଜାତିର ପ୍ରାଣୀ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଦୋଷୀ ସାବ୍ୟସ୍ତ ହୋଇ ଅଭିଯୁକ୍ତମାନଙ୍କୁ ୭ ବର୍ଷ ମଧ୍ୟ ଜେଲ ହୋଇପାରେ।

Leave A Reply

Your email address will not be published.