ଦେଖନ୍ତୁ ଭିଡ଼ିଓ : ଶିକ୍ଷକଙ୍କୁ ବାର୍ଥଡେ ସରପ୍ରାଇଜ ଦେବା ଛାତ୍ରକୁ ପଡିଲା ମହଙ୍ଗା,ଛାତ୍ରଙ୍କ ପିଠିରେ କୂଅ ଖୋଲିଦେଲେ ଶିକ୍ଷକ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ। ସେହିଭଳି ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ବର୍ତମାନ ସମୟରେ ସୋସିଆଲ ମିଡିଆରେ କିଛି ଏହିଭଳି ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ।

ଆପଣ ମାନେ ଜାଣିଛନ୍ତି ସ୍କୁଲ ସମୟ ଜୀବନର ଅତ୍ୟନ୍ତ ଆନନ୍ଦଦାୟକ ସମୟ ହୋଇଥାଏ। ତେବେ ଜୀବନର ଅନେକ ମୁହୂର୍ତ୍ତରେ ସ୍କୁଲର ସମୟକୁ ମନେ ପକେଇ ଥାଉ ଏବଂ ସେ ସମୟରେ ଘଟିଥିବା ଘଟଣାକୁ ଭାବି ହସି ଥାନ୍ତି। ଶିକ୍ଷକ ମାନଙ୍କ ସହ ଅନେକ ମେମୋରୀ ରହିଥାଏ। ଆପଣ ମାନେ ଜାଣିଥିବେ ଯେ ସ୍କୁଲରେ ଅନେକ ଶିକ୍ଷକ ଶିକ୍ଷା ଦାନ କରନ୍ତି। ତେବେ ସେମାନଙ୍କ ଭିତରୁ କିଛି ଶିକ୍ଷକ ପିଲାଙ୍କ ଅତିପ୍ରିୟ ହୋଇଥାନ୍ତି ତ ଆଉ କିଛି ଶିକ୍ଷକଙ୍କୁ ଛାତ୍ରମାନେ ଭଲ ପାଇ ନଥାନ୍ତି।

ପିଲାମାନେ ଦେଲେ ଶିକ୍ଷକଙ୍କୁ ବାର୍ଥଡେ ସରପ୍ରାଇଜ

ଯେତେବେଳେ ବିଦ୍ୟାଳୟରେ ଶିକ୍ଷକ ଦିବସ ଆସିଥାଏ ଅବା କୌଣସି ଶିକ୍ଷକଙ୍କ ଜନ୍ମ ଦିନ ଆସିଥାଏ ତାହା ଜାଣିବା ପରେ ପିଲା ମାନେ ଅତି ଉତ୍ସାହିତ ହୋଇ ଯାଆନ୍ତି। ତେବେ ସେମାନେ ଏତେ ଖୁସି ହୋଇ ଯାଆନ୍ତି ଯେ ସେ ନିଜର ହୋସ ହରେଇ ଦିଅନ୍ତି। ଯାହାଫଳରେ ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ଠାରୁ ଭଲ ଶିକ୍ଷା ନିଆନ୍ତି। ବର୍ତ୍ତମାନ ସମୟରେ ଏହା ସହ ଜଡିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ।

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ସମ୍ପୂର୍ଣ୍ଣ ଶ୍ରେଣୀ ଗୃହ ବେଲୁନ୍ ଏବଂ ଫୁଲରେ ସଜ୍ଜିତ କରାଯାଇଛି। ପିଲା ମାନଙ୍କ ମନରେ ସେଲିବ୍ରେସନର ଉତ୍ସାହ ଭରି ରହିଛି। ତେବେ କିଛି ସମୟରେ ଭିତରେ ଶିକ୍ଷକ ଶ୍ରେଣୀ ଗୃହରେ ପ୍ରବେଶ କଲେ ଏବଂ ପିଲାମାନେ ଆନନ୍ଦର ସହ କରତାଳି ମାରି ସ୍ୱାଗତ କଲେ। ଏହାପରେ ଶିକ୍ଷକ ସଜ୍ଜିତ ଟେବୁଲ ଓ ଚେୟାର ଉପରେ ବସିଲେ। ପିଲାମାନେ ମଧ୍ୟ ଅତି ଆନନ୍ଦର ସହ ବେଞ୍ଚ ଉପରେ ବସିଥିବାର ଦେଖିବାକୁ ମିଳିବ।

ଛାତ୍ରକୁ ମାଡ଼ ଦେଲେ ଶିକ୍ଷକ

View this post on Instagram

A post shared by Be Harami (BH) (@be_harami)

ଶିକ୍ଷକ ଚେୟାର ଉପରେ ବସିଲା ପରେ ଜଣେ ଛାତ୍ର ହାତରେ ଧରି ଥିବା ସ୍ନୋ ସ୍ପ୍ରେ ସିଧା ସ୍ପ୍ରେ କରିବାକୁ ଲାଗିଲା। ତେବେ ଏହି ସ୍ପ୍ରେ ଉପରକୁ କରିବା ବଦଳରେ ସିଧା ଶିକ୍ଷକଙ୍କ ମୁଁହକୁ କରିଥିଲା। ତେବେ ଏହି ସ୍ନୋ ସ୍ପ୍ରେ ଶିକ୍ଷକଙ୍କ ମୁଁହରେ ପଡିବା ମାତ୍ରେ ଶିକ୍ଷକ କ୍ରୋଧିତ ହୋଇ ଯାଇଥିଲେ। କିନ୍ତୁ କିଛି ସମୟ ଅପେକ୍ଷା କରିଥିଲେ ଯେତେବେଳେ ପିଲାଟି ସ୍ନୋ ସ୍ପ୍ରେ କରିବା ବନ୍ଦ ନ କଲା ସେତେବେଳେ ଶିକ୍ଷକ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ସିଧା ଯାଇ ଛାତ୍ରର ମୁଣ୍ଡକୁ ତଳକୁ ନୁଆଁଇ ବିଧା ମାରିଥିଲେ।

ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ ମୋବାଇଲ ଫୋନରେ ରେକର୍ଡ଼ କରି ଦେଇଥିଲା। ଯାହାକୁ ସୋସିଆଲ ମିଡ଼ିଆ ଇଂଷ୍ଟାଗ୍ରାମରେ ସେୟାର କରିବା ମାତ୍ରେ ଖୁବ ଭାଇରାଲ ହୋଇଥିଲା। ଯାହାକୁ ନେଇ ୟୁଜର ମାନେ ନିଜ ନିଜର ମତ ଦେଉଥିବାର ଦେଖିବାକୁ ମିଳୁଛି। ଜଣେ ୟୁଜର ଲେଖିଛନ୍ତି କି ଛାତ୍ରକୁ ଶିକ୍ଷକଙ୍କ ରିଟର୍ଣ୍ଣ ଗିଫ୍ଟ।

Leave A Reply

Your email address will not be published.