ରାତିରେ ମଶାମାନଙ୍କ ପାଇଁ ଆପଣ ହଇ-ରାଣ ହେଉଛନ୍ତି କି ? ତେବେ ଆଜି ହିଁ ଆପଣାନ୍ତୁ ଏହି 5 ଟି ଘରୋଇ ଉପାୟ, ଗୋଟେ ଚୁଟକିରେ ପଳାଇ ଯିବେ ସବୁ ମଶା

0

Get real time updates directly on you device, subscribe now.

ମଶାମାନଙ୍କ ଠାରୁ ବଞ୍ଚିବା ପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ବ୍ୟବହାର କରନ୍ତି । କେହି କେହି ନିଜ ରୁମରେ ମଶା ପାଇଁ ମେସିନ ଲଗାନ୍ତି, କିନ୍ତୁ ସେହି ମେସିନର ଲିକ୍ୱିଡ ଶେଷ ହୋଇଯିବା ପରେ ମଶାମାନଙ୍କ ଆକ୍ରମଣ ପୁଣି ଆରମ୍ଭ ହୋଇଯାଏ । ଏହି ମଶା ମାନଙ୍କୁ ଘଉଡ଼ାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଘରର ଯେକୌଣସି କୋଣରେ ଏହି ମଶାମାନେ ରହିଯାନ୍ତି । ଯଦି ଆପଣ ମଧ୍ୟ ଏହି ମଶାମାନଙ୍କ ପାଇଁ ଚିନ୍ତିତ ତେବେ ଆଜି ଆମେ ମଶାମାନଙ୍କୁ ଘଉଡ଼ାଇବା ପାଇଁ କିଛି ଘରୋଇ ଉପାୟ ନେଇ ଆସିଛୁ, ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ୍ କଣ୍ ।

ରସୁଣ :-

ରସୁଣକୁ ବ୍ୟବହାର ଆପଣ ମଶା ମାନଙ୍କୁ ଘଉଡ଼ାଇବା ପାଇଁ କରିବାପାଇଁ ଆପଣ ରସୁଣର 3ରୁ 4ଟି କୁଳ ଦଳି ତାକୁ ପାଣିରେ ଫୁଟାଇ ଦିଅନ୍ତୁ । ବର୍ତ୍ତମାନ ସେହି ପାଣିକୁ ଘର ସାରା ଛିଞ୍ଚନ୍ତୁ । ରସୁଣକୁ ଏହିପରି ପ୍ରୟୋଗ କଲେ ଘରୁ ମଶାମାନେ ପଳାଇଯିବେ ।

କଫି :-

ଯେଉଁଠାରେ ଆପଣକୁ ଲାଗୁଛି ଯେ ଏଠାରେ ମଶା ରହିପାରେ, ସେଠାରେ କଫି ପାଉଡର ପକାଇ ଦିଅନ୍ତୁ । ଏହାଦ୍ବାରା ସବୁ ମଶା ଏବଂ ତାର ଅଣ୍ଡା ଶେଷ ହୋଇଯିବ ଏବଂ ଆପଣଙ୍କ ଘର ମଶାମାନଙ୍କ କବଳରୁ ମୁକ୍ତ ହୋଇଯିବ ।

ପୁଦିନା :-

ଆପଣ ନିଜ ଘରେ ପୁଦିନା ତେଲ ଛିଞ୍ଚନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ଗୋଟିଏ ବି ମଶା ରହିବେ ନାହିଁ ଏବଂ ଆପଣ ମଧ୍ୟ ଆରାମରେ ଏବଂ ଶାନ୍ତିରେ ଶୋଇପାରିବେ ।

ଲିମ୍ବ ତେଲ :-

ଯଦି ଆପଣ ନିଜ ଶରୀରରେ ଲିମ୍ଵ ତେଲ ଲଗାନ୍ତି, ତେବେ ଆପଣଙ୍କୁ ଗୋଟିଏ ବି ମଶା କାମୁ-ଡ଼ିବେ ନାହିଁ । ଏହି ଲିମ୍ଵ ତେଲ ଆପଣ ନିଜ ବଡିଲେଶନରେ ମିଶାଇ ମଧ୍ୟ ବ୍ୟବହାର କରିପାରିବେ । ଏପରି କରିବା ଦ୍ବାରା ମଶା ଆପଣଙ୍କ ଆଖପାଖରେ ମଧ୍ୟ ବୁଲିବେ ନାହିଁ

ସୋୟାବିନ ତେଲ :-

ସୋୟାବିନ ତେଲ ମଧ୍ୟ ମଶାମାନଙ୍କୁ ଘଉଡ଼ାଇବା ପାଇଁ ଫଳପ୍ରଦ ପ୍ରମାଣିତ ହୋଇଥାଏ । ଯଦି ଆପଣ ସୋୟାବିନ ତେଲକୁ ରାତିରେ ନିଜ ଶରୀରରେ ଲଗାଇ ଶୋଇବେ, ତେବେ ଆପଣଙ୍କୁ ରାତିସାରା ଗୋଟିଏ ବି ମଶା କାମୁଡିବେ ନାହିଁ ଏବଂ ମଶାମାନେ ଆପଣଙ୍କ ଠାରୁ ଦୂରରେ ରହିବେ ।

Leave A Reply

Your email address will not be published.