ଭରଟିକାଲି ଫାର୍ମିଂ କରି ରୋଜଗାର କରନ୍ତୁ ବହୁତ ସାରା ଟଙ୍କା, ଜାଣନ୍ତୁ କେମିତି ଆରମ୍ଭ କରିବେ !

0

Get real time updates directly on you device, subscribe now.

ଜନସଂଖ୍ୟା ଯେଉଁଭଳି ଦିନକୁ ଦିନ ବଢ଼ିବାରେ ଲାଗିଛି ସେହିପରି ଭାବରେ ଜମିର ପରିମାଣ କମିବାରେ ଲାଗୁଛି ଓ ଲୋକେ ଚାଷ କରିବାକୁ ଜମି ପାଉନାହାଁନ୍ତି। ସମୟ ଆସିଯିବ ଲୋକେ ଫ୍ୟାକ୍ଟ୍ରି ଗୁଡ଼ିକରେ ମଧ୍ୟ ଶାଗ, ପନିପରିବା ଚାଷ କରିବା ଆରମ୍ଭ କରିଦେବେ। ଏବେଏବେ ଇଜରାଇଲ ଏମିତି ଏକ ଟେକ୍ନୋଲୋଜି ବାହାର କରିଛି ଯାହାର ନାମ ଭରଟିକାଲ ଫାର୍ମିଂ ରଖାଯାଇଛି। ଭାରତରେ ମଧ୍ୟ ଏହି ଟେକ୍ନୋଲୋଜି ଜରିଆରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରର ଏକ କମ୍ପାନୀ AS Agri and Aqua ର ଏମିତି ଏକ ପ୍ରୋଜେକ୍ଟ ଚାଲୁଛି। ଯେଉଁଥିରେ ହଳଦୀ ଚାଷ କରାଯାଉଛି।

ଏହି ଫାର୍ମିଂ ଏକ ଫାଇଦା ଏହା ଅଟେ କି, ଯଦି ଆପଣ ଏକ ଏକର ଜମିରେ କିଛି ଚାଷ କରୁଛନ୍ତି ତାହେଲେ ଆପଣଙ୍କୁ 100 ଏକରର ଫାଇଦା ମିଳିବ।

ଏହି ଫାର୍ମିଂ ପାଇଁ ଏକ ବଡ଼ ସେଟ ବନାଇବାକୁ ହେବ ଯେଉଁଥିରେ ତାପମାତ୍ରା 12 ରୁ 26 ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ। ପୁଣି ଏଥିରେ 2-3 ଫୁଟ ଲମ୍ବା ଓ ଚଉଡ଼ା କଣ୍ଟେନର୍ସରେ ଭରଟିକାଲ ଭାବରେ ପାଇପ ସେଟ କରି ଦିଆଯାଇଥାଏ। ଏଥିରେ ଉପର ଭାଗ ଖୋଲା ରଖା ଯାଇଥାଏ। ଯେଉଁଥିରେ ହଳଦୀ ଚାଷ ହୋଇଥାଏ। ଏମିତିରେ ଅଧିକତର ଲୋକ ଏହି ଚାଷ ହାଇଡ୍ରୋପୋନିକ କିମ୍ବା ଏକୱାପୋନିକ ଉପାୟରେ କରିଥାନ୍ତି। ଯେଉଁଥିରେ ମାଟିର ବ୍ୟବହାର ହୋଇନଥାଏ। କିନ୍ତୁ ଏଥିରେ ମାଟିର ବ୍ୟବହାର ହୋଇଥାଏ। ତାପମାତ୍ରାକୁ କଣ୍ଟ୍ରୋଲରେ ରଖିବା ପାଇଁ ଫଙ୍ଗର୍ସ ଲଗା ଯାଇଥାଏ। ଏଥିରେ ଥରେ ପାଇପ ଲଗାଇବା ପରେ ବହୁତ ସମୟ ପର୍ଯ୍ୟନ୍ତ ପାଇପ ବଦଳାଇବାର ଆବଶ୍ୟକତା ନଥାଏ।

ଜାଣନ୍ତୁ କେମିତି କରିବେ ଏହି ଚାଷ:-

ମିଡ଼ିଆ ରିପୋର୍ଟସ ଅନୁସାରେ, ଯଦି ଭରଟିକାଲ ଫାର୍ମିଂ ଜରିଆରେ ହଳଦୀ ଲଗାଇବାକୁ ଚାହାଁନ୍ତି ତାହେଲେ 10-10 ସେମି ଦୂରତାରେ ହଳଦୀ ମଞ୍ଜି ବୁଣିବାକୁ ହେବ। ଯେମିତି ଯେମିତି ହଳଦୀ ପତ୍ର ବଢ଼ିବାକୁ ଲାଗେ ସେହିପରି ଭାବରେ ଏହା ବାହାରକୁ ଆସିବାକୁ ଲାଗିଥାଏ। ହଳଦୀକୁ ବହୁତ ଅଧିକ ଖରାର ଆବଶ୍ୟକତା ନଥାଏ ଓ ଏହା ଛାଇ ରେ ମଧ୍ୟ ଭଲ ଭାବରେ ବଢ଼ିଥାଏ। ଏମିତିରେ ଭରଟିକାଲ ଫାର୍ମିଂ ଜରିଆରେ ହଳଦୀକୁ ବହୁତ ଭଲ ଭାବରେ ଉତ୍ପାଦନ କରାଯାଇ ପାରିବ। ମାତ୍ର 9 ମାସରେ ହଳଦୀର ଫସଲ ପ୍ରସ୍ତୁତ ହୋଇଯାଇଥାଏ। ଅମଳ ପରେ ହଳଦୀ ମଧ୍ୟ ଲଗା ଯାଇପାରେ। 3 ବର୍ଷରେ ଚାରିଥର ହଳଦୀ ଚାଷ କରାଯାଇଥାଏ। ସାମାନ୍ୟ ଚାଷରେ ଏକବର୍ଷରେ ଥରେ ହିଁ ହଳଦୀ ଫସଲ କରାଯାଏ। କାରଣ ଋତୁ ଗୁଡ଼ିକର ମଧ୍ୟ ଧ୍ୟାନ ରଖିବାକୁ ହୋଇଥାଏ।

ଭରଟିକାଲ ଫାର୍ମିଂ ର ଫାଇଦା:-

ଏହି ଚାଷ କରିବା ପାଇଁ ଋତୁ ଉପରେ ନିର୍ଭର କରିବାକୁ ପଡ଼ିନଥାଏ, ଏହାର ଅର୍ଥ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଫସଲ ଲଗାଇ ପାରିବେ। ଏହି ଚାଷ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଜାଗାରେ ହୋଇଥାଏ। ଯାହାଦ୍ୱାରା କୀଟ ପତଙ୍ଗ ଠାରୁ ଭୟ ଓ ବର୍ଷା ଠାରୁ ଭୟ ନଥାଏ। ପାଣି ଖର୍ଚ୍ଚ ମଧ୍ୟ ବହୁତ କମ ହୋଇଥାଏ।

Leave A Reply

Your email address will not be published.