‘କାଚ୍ଚା ବାଦାମ’ ପରେ ସାମ୍ନାକୁ ଆସିଲା ‘ଲେମ୍ବୁ ସୋଢା’ ଭିଡିଓ, ବିକ୍ରି କରିବା ଷ୍ଟାଇଲ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ସେହି ସ୍ଥାନ ଅଟେ, ଯେଉଁଠାରେ ଯେ କେହି ବି ରାତାରାତି ଭାଇରାଲ ହୋଇଯାନ୍ତି । ଅନେକ ଲୋକ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ହିଁ ଲୋକଙ୍କ ସାମ୍ନାରେ ଜଣେ ଜଣେ ଷ୍ଟାର ପାଲଟି ଯାଇଛନ୍ତି । ଯେପରି ନିକଟରେ ‘କାଚ୍ଚା ବାଦାମ’ ଗୀତ ଗାଇ ଭୁବନ ବଦୟାକର ମଧ୍ୟ ବହୁତ୍ ପପୁଲାର ହୋଇଛନ୍ତି । ସୋସିଆଲ ମିଡିଆରେ ଏହା ସହିତ ଜଡିତ ଭିଡିଓ ବହୁତ୍ ଦେଖାଯାଇଛି ଏବଂ ଫ୍ୟାନମାନେ ଏହାକୁ ବହୁତ୍ ଭଲପାଇବା ଦେଇଛନ୍ତି ।

ବର୍ତ୍ତମାନ ଏହା ମଧ୍ୟରେ ଲେମ୍ବୁ ସୋଢା ବିକ୍ରି କରୁଥିବା ବ୍ୟକ୍ତିଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏହାସହିତ ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ୍ ପଶନ୍ଦ କରୁଛନ୍ତି । ଏହି ଭିଡ଼ିଓରେ ବ୍ୟକ୍ତି ଜଣକ ବହୁତ୍ ଅଲଗା ଏବଂ ଅନନ୍ୟ ଷ୍ଟାଇଲରେ ଲେମ୍ବୁ ସୋଢା ବିକ୍ରି କରୁଛନ୍ତି । ଏପରି ପରିସ୍ଥିତିରେ ତାଙ୍କର ଏହି ଭିଡିଓ ଗୋଟେ ଚୁଟକିରେ ଭାଇରାଲ ହେଇଗଲା ।

ଲେମ୍ବୁ ସୋଢା ବିକ୍ରି କରିବାର ଅନନ୍ୟ ଷ୍ଟାଇଲ :-

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତିଜଣକ ଲେମ୍ବୁ ସୋଢା ବିକ୍ରି କରୁଥିବାର ଦେଖା ଯାଉଛନ୍ତି ଏବଂ ଯାହାଙ୍କର ଷ୍ଟାଇଲ ବହୁତ୍ ଅଲଗା ଅଟେ । ସେ ନିଜ ଦୋକାନରେ ଠିଆ ହୋଇ ଲେମ୍ବୁ ସୋଢା ବିକ୍ରି କରୁଛନ୍ତି, ସେହିପରି ଲୋକମାନେ ମଧ୍ୟ ଏହାର ଅନନ୍ୟ ଷ୍ଟାଇଲ ଆଡ଼କୁ ଆକର୍ଷିତ ହୋଇ ଆସୁଛନ୍ତି । ତେବେ ଏହି ଭିଡ଼ିଓ କୁ ଦେଖୁ ଦେଖୁ ଇନ୍ଷ୍ଟାଗ୍ରାମ ପେଜରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲାଇକ ମିଳିସାରିଛି ଏବଂ ଲୋକମାନେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି ।

ଯଦି ଆପଣ ଏହି ଭିଡିଓକୁ ଦେଖିବେ,ତେବେ ଆପଣଙ୍କୁ ଏପରି ଲାଗିବ ଯେପରି କୌଣସି ମ୍ୟାଜିକ ଶୋ ଦେଖୁଛନ୍ତି । କେବଳ ଏତିକି ନୁହେଁ ବରଂ ସର୍ଦ୍ଦାରଙ୍କ ଏହି ଭିଡିଓକୁ ଦେଖିବାପରେ ଆପଣଙ୍କ ହସ ଅଟକିବ ନାହିଁ । ବ୍ୟକ୍ତିଙ୍କ ଆଖପାଖରେ ଠିଆ ହୋଇଥିବା ଗ୍ରାହକ ମଧ୍ୟ ହସୁଥିବାର ଦେଖା ଯାଉଛନ୍ତି ।

ଦେଖନ୍ତୁ ଭିଡିଓ :-

ପୂର୍ବରୁ ମଧ୍ୟ ଭାଇରାଲ ହୋଇଛନ୍ତି ଏହି ସର୍ଦ୍ଦାର :-

କୁହାଯାଉଛି ଯେ 3 ବର୍ଷ ପୂର୍ବରୁ ମଧ୍ୟ ବ୍ୟକ୍ତିଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଏହିପରି ଲେମନ୍ ସୋଢା ବିକ୍ରି କରୁଥିବାର ଦେଖା ଯାଉଛନ୍ତି । ସେହି ସମୟରେ ମଧ୍ୟ ଏହି ବ୍ୟକ୍ତି ବହୁତ୍ ଲାଇମଲାଇଟରେ ରହିଥିଲେ । ବର୍ତ୍ତମାନ ବ୍ୟକ୍ତିଙ୍କ ଦ୍ୱିତୀୟ ଭିଡିଓରେ ମଧ୍ୟ ଫ୍ୟାନମାନେ ବହୁତ୍ ଭଲପାଇବା ବର୍ଷା କରୁଛନ୍ତି । ରିପୋର୍ଟ ଅନୁଯାୟୀ କହିବାକୁ ଗଲେ ଲେମନ୍ ସୋଢା ବିକ୍ରି କରୁଥିବା ଏହି ବ୍ୟକ୍ତି ପଞ୍ଜାବର ରୁପନଗରର ଅଟନ୍ତି ।

Leave A Reply

Your email address will not be published.