୪୨ ଡିଗ୍ରୀ ତାପମାତ୍ରାରେ ଡେଲିଭରି କରୁଥିଲା ZOMATO BOY, ଆଉ ସେ କିଏ ଜଣାପଡିବା ମାତ୍ରେ ହେବାକୁ ଲାଗିଲା ତାଙ୍କ ଉପରେ ଟଙ୍କା ବର୍ଷା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

42 ଡିଗ୍ରୀ ତାପମାତ୍ରାରେ କରୁଥିଲେ ଡେଲିଭରି :-

ଏହି ଖବରଟି ରାଜସ୍ଥାନର ଭିଲବାଡାର ଅଟେ । ଏଠାରେ ମଧ୍ୟ ପ୍ରଚଣ୍ଡ ଖରା ଏବଂ ଉତ୍ତାପ ବଢୁଛି । ଲୋକମାନେ ବାହାରକୁ ଯିବାକୁ ଚାହୁଁନାହାଁନ୍ତି, କିନ୍ତୁ ତଥାପି କିଛି ଲୋକଙ୍କୁ ବାଧ୍ୟ ହୋଇ ସୂର୍ଯ୍ୟର ଉତ୍ତାପକୁ ସାମ୍ନା କରିବାକୁ ପଡୁଛି । ଭିଲବାଡାରେ ମଧ୍ୟ ଜଣେ ଡେଲିଭରି ବୟ 42 ଡିଗ୍ରୀ ତାପମାତ୍ରାରେ ଲୋକଙ୍କ ଅର୍ଡର ଠିକ୍ ସମୟରେ ପହଞ୍ଚାଉ ଥିଲେ । ସେ ଜୋମାଟୋ କମ୍ପାନୀରେ କାମ କରନ୍ତି ।

ବାସ୍ତବରେ ଏପ୍ରିଲ 11 ତାରିଖରେ ଆଦିତ୍ୟ ଶର୍ମା ନାମକ ଯୁବକ ନିଜ ପାଇଁ ଖାଇବା ଅର୍ଡର କରିଥିଲେ । ତାଙ୍କ ଅର୍ଡର ମଧ୍ୟ ଠିକ୍ ସମୟରେ ପହଞ୍ଚିଗଲା । ଯେତେବେଳେ ସେ ନିଜ ଖାଇବା ଆଣିବାପାଇଁ ବାହାରକୁ ଗଲେ, ସେତେବେଳେ ଜଣେ ଡେଲିଭରି ବୟ ସାଇକେଲ ନେଇ ବାହାରେ ଠିଆ ହୋଇଥିଲେ । ତାଙ୍କ ସାଇକେଲରେ ଫୁଡ୍ ଆଇଟମ ରଖା ଯାଇଥିଲା । ସେ ସେଗୁଡିକୁ ସାଇକେଲ ଦ୍ଵାରା ହିଁ ଲୋକଙ୍କ ଘରେ ପହଞ୍ଚାଇ ଦେଉଥିଲେ ।

ସାମ୍ନାକୁ ଆସିଲା ଡେଲିଭରି ମ୍ୟାନଙ୍କ ସତ :-

ଆଦିତ୍ୟ ନିଜ ଅର୍ଡର ନେଲେ ଏବଂ ତାପରେ ସେ ଡେଲିଭରି ବୟଙ୍କ ବିଷୟରେ ଜାଣିବାକୁ ଚାହିଁଲେ । ତାଙ୍କ ବିଷୟରେ ଜାଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରକୃତରେ ସେ ଜଣେ ଇଂଲିଶ ଟିଚର୍ ଥିଲେ, କିନ୍ତୁ କରୋନା କାରଣରୁ ତାଙ୍କର ଚାକିରି ଚାଲି ଯାଇଥିଲା । ସେବେଠାରୁ ସେ ପରିବାର ଚଳାଇବା ପାଇଁ ଡେଲିଭରି ବୟ ଭାବେ କାମ କରିଲେ ।

ଦୁର୍ଗା ଶଙ୍କର ନାମକ ଡେଲିଭରି ବୟ କହିଛନ୍ତି ଯେ ତାଙ୍କୁ କମ୍ପାନୀରୁ 10 ହଜାର ଟଙ୍କା ମିଳେ । ଏତିକିରେ ପରିବାରର ଖର୍ଚ୍ଚ ପାଇ ନଥାଏ, ତେଣୁ ସେ ପିଲାମାନଙ୍କୁ ଅନଲାଇନରେ ଟ୍ୟୁସନ୍ ମଧ୍ୟ କରନ୍ତି । ଏଥିପାଇଁ ସେ ଲାପଟପ୍ କିଣିଛନ୍ତି । ଯାହା ବି ବେତନ ମିଳେ, ସେଥିରୁ ଲାପଟପ୍ କିସ୍ତି ଦେଇଥାନ୍ତି । ଯେମିତି ବି ହେଉ ତାଙ୍କ ଖର୍ଚ୍ଚ ଚଳିଯାଏ ।

ସତ ଜାଣିବା ପରେ ହେବାକୁ ଲାଗିଲା ପଇସାର ବର୍ଷା :-

ଆଦିତ୍ୟ ଯେତେବେଳେ ସେହି ଡେଲିଭରି ବୟଙ୍କ ସତ ଜାଣିଲେ, ସେତେବେଳେ ତାଙ୍କ ହୃଦୟ ତରଳିଗଲା । ଆଦିତ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲେ । ଏଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଲେ । ସେ ପୁରା ଘଟଣାକୁ ସେୟାର କରିଦେଲେ । ତାପରେ ସୋସିଆଲ ମିଡିଆରେ ତାଙ୍କ ଖବର ଭାଇରାଲ ହେଇଗଲା ।

ଦେଖୁ ଦେଖୁ ଲୋକମାନେ ଲାଇକ ଏବଂ ସେୟାର କରିବାକୁ ଲାଗିଲେ । ଟିଚରଙ୍କ କାହାଣୀ ଶୁଣିବାପରେ ଇଣ୍ଟରନେଟ ୟୁଜରମାନେ ମଧ୍ୟ ଦୁଃଖିତ ହେଲେ ଏବଂ ସାହାଯ୍ୟ କରିବାପାଇଁ ପଇସା ବର୍ଷା କରିବାକୁ ଲାଗିଲେ । ଆଦିତ୍ୟ 75 ହଜାର ଟଙ୍କା ସଂଗ୍ରହ କରିବାକୁ ଚିନ୍ତା କରିଥିଲେ । କିନ୍ତୁ 3 ଘଣ୍ଟା ମଧ୍ୟରେ ହିଁ ଦେଢ଼ ଲକ୍ଷ ଟଙ୍କାର ସାହାଯ୍ୟ ଆସିଗଲା । ବର୍ତ୍ତମାନ ଏହି ପଇସା ଦ୍ଵାରା ଦୁର୍ଗାଙ୍କ ପାଇଁ ବାଇକ୍ କିଣାଯିବ ।

Leave A Reply

Your email address will not be published.