ଅଜବ ରେଷ୍ଟୁରାଣ୍ଟ : ଏଠାରେ ମାଗଣାରେ ପେଟପୂରା ଖାଇବା ମିଳେ,ଆଉ ପଇସା ବଦଳରେ ପଲିଥିନ ଦେବାକୁ ପଡିଥାଏ !

0

Get real time updates directly on you device, subscribe now.

ଯଦି ଆପଣଙ୍କୁ ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାପରେ ପଇସା ଦେବାକୁ ନ ପଡେ ତେବେ କେତେ ଭଲ ହୁଅନ୍ତା ନା । ତେବେ ଏହା କେବଳ ଭାବନା ହୋଇ ରହିନାହିଁ ବରଂ ବର୍ତ୍ତମାନ ବାସ୍ତବରେ ପରିଣତ ହୋଇଛି । ଆଜ୍ଞା ହଁ, ଛତିଶଗଡରେ ଏପରି ଅଜବ ରେଷ୍ଟୁରାଣ୍ଟ ଖୋଲି ଯାଇଛି । ଏଠାକୁ ଆସି ଆପଣ ପେଟପୂରା ଖାଇବା ଖାଆନ୍ତୁ, ଯେଉଁଥିପାଇଁ ଆପଣମାନଙ୍କୁ କାହାକୁ ବି ଏକ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ

ରାଜ୍ୟର ରାଜଧାନୀ ରାୟପୁରରେ ଏହି ଅଜବ ରେଷ୍ଟୁରାଣ୍ଟ ଖୋଲାଯାଇଛି । ଏଠାକୁ ଆସୁଥିବା ଗ୍ରାହକମାନଙ୍କ ଠାରୁ ଖାଇବା ବଦଳରେ ଗୋଟିଏ ବି ଟଙ୍କା ନିଆଯାଏ ନାହିଁ । କେବଳ ସେମାନଙ୍କୁ ପଇସା ବଦଳରେ ଏକ କିଲୋ ପଲିଥିନ ଆଣିବାକୁ ପଡ଼ିଥାଏ । ବର୍ତ୍ତମାନ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ ଯେ ପ୍ରକୃତରେ ରେଷ୍ଟୁରାଣ୍ଟ ବାଲା ପଇସା ବଦଳରେ ପଲିଥିନ କାହିଁକି ନେଉଛନ୍ତି । ତେବେ ଚାଲନ୍ତୁ ଏହାର କାରଣ ମଧ୍ୟ ଜାଣିବା ।

ଏହି କାରଣରୁ ଦେବାକୁ ପଡ଼ିଥାଏ ପଲିଥିନ :-

ପ୍ରକୃତରେ ରାୟପୁର ନଗର ନିଗମରେ ଏହି ଅନନ୍ୟ କାର୍ଯ୍ୟକ୍ରମ କରିଛି । ଏଠାରେ ପ୍ରଶାସନ ସହରକୁ ପଲିଥିନ ଠାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରିବାକୁ ଚାହୁଁଛି । ଏହି କାରଣରୁ ଲୋକଙ୍କୁ ସଚେତନ କରିବାପାଇଁ ସେମାନଙ୍କୁ ଟିକେ ଲୋଭ ଦିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଯେ ଲୋକମାନେ ଫ୍ରି ଖାଇବା ପାଇଁ ହିଁ ଭଲ ପଲିଥିନକୁ ନ ଫିଙ୍ଗିବେ ।

ରାୟପୁରର ଶାସ୍ତ୍ରୀ ମାର୍କେଟରେ ନଗର ନିଗମ ସାହାଯ୍ୟରେ ଏହି ଫୁଡ୍ ବ୍ୟାଙ୍କକୁ ଖୋଲା ଯାଇଛି । ଏହି ଅଜବ ରେଷ୍ଟୁରାଣ୍ଟକୁ ଚଳାଇବାର ଦାୟିତ୍ଵ ଜାହ୍ନବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦିଆଯାଇଛି । ଏଠାକୁ ଆପଣ କେବଳ ଏକ କିଲୋ ପଲିଥିନ ନେଇ ଆସନ୍ତୁ ଏବଂ ଗରମା ଗରମ ଖାଇବା ଖାଇ ଯାଆନ୍ତୁ । ଆପଣଙ୍କୁ କେବଳ ସେହି ପଲିଥିନ ଦେବାକୁ ପଡ଼ିବ ।

ବର୍ତ୍ତମାନ ନାସ୍ତାରେ ମିଳୁଛି ଏହି ଭୋଜନ :-

ଏଠାରେ ବର୍ତ୍ତମାନ ଗରମା ଗରମ ବରା, ସିଙ୍ଗଡ଼ା ଏବଂ ତରକାରୀ ଲୋକଙ୍କୁ ଦିଆଯାଉଛି । ସେହିପରି ଏହି ମେନ୍ୟୁରେ ଆହୁରି ମଧ୍ୟ ଭୋଜନ ଆଡ କରିବାପାଇଁ ଚିନ୍ତା କରାଯାଉଅଛି । ଏନଜିଓର ଅଧ୍ୟକ୍ଷ ରିନା ଯାଦବ କହିଛନ୍ତି ଏହି ଚେଷ୍ଟା ଦ୍ଵାରା ସହର ପଲିଥିନ ମୁକ୍ତ ହେବ ଏବଂ ଏନଜିଓର ମହିଳାମାନଙ୍କୁ ମଧ୍ୟ ରୋଜଗାର ମିଳିବ ।

Leave A Reply

Your email address will not be published.