କରୋନାର XE ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର ବଡ ଚେତାବନୀ ! ଏହା କେତେ ବିପଦପୂର୍ଣ୍ଣ ଓ ଏହାର ଲକ୍ଷଣ କ,ଣ କ,ଣ ?

0

Get real time updates directly on you device, subscribe now.

ବର୍ତ୍ତମାନ ବିଶ୍ବରେ କରୋନାର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ କେବଳ ଚୀନରେ ହିଁ ଏହା ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି। ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡିକରେ କିଛି ମାତ୍ରାରେ ଏହି ମହାମାରୀର ସଂକ୍ରମଣ କମିଛି। କିନ୍ତୁ ମୁମ୍ବାଇରେ ଦେଖା ଯାଇଥିବା ଆଉ ଏକ କରୋନା ଭାରିଆଣ୍ଟ ହେଉଛି XE ଭାରିଆଣ୍ଟ। ଅନେକ ଲୋକ ଏହି ଭାରିଆଣ୍ଟକୁ ନେଇ ଡରି ଯାଇଥିବା ସମୟରେ ଏହା ଉପରେ ଗବେଷଣା ମଧ୍ୟ କରାଯାଉଛି। ତେବେ ଏହାକୁ ଏହାକୁ ଔଷଧ ଦ୍ଵାରା ଠିକ୍ କରାଯାଇପାରିବ।

ତେବେ ଆସନ୍ତୁ ଏହାର ଲକ୍ଷଣ ବିଷୟରେ ଜାଣିବା। ତେବେ ଏହି xe ଭାରିଆଣ୍ଟ ଦ୍ବାରା ମୁମ୍ବାଇରେ ଜଣେ ମହିଳା ସଂକ୍ରମିତ ହୋଇଥିଲେ ବୋଲି ଜଣାପଡ଼ିଥିଲେ। ଏହା ପରେ ଏହି ଭାରିଆଣ୍ଟ ଉପରେ ରିସର୍ଚ୍ଚ ମଧ୍ୟ କରାଯାଇଥିଲା। ଏମିତିକି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତାର ବିଷୟ ବୋଲି ମଧ୍ୟ କହିଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା ଏହା ଏତେ ମାରାତ୍ମକ ନୁହେଁ। ୫୦ ବର୍ଷୀୟା ମହିଳା ଜଣକ ଦକ୍ଷିଣ ଆଫ୍ରିକାରୁ ଯାତ୍ରା କରି ଫେରିଥିଲେ।

ତେବେ ଓମିକ୍ରନ କରୋନାର ଏକ ନୂଆ ଭାରିଆଣ୍ଟ, ଯାହାକି କୋଭିଡ-୧୯ର ତୃତୀୟ ଲହର ସୃଷ୍ଟି କରିଥିଲା। ତେବେ ଏହି xe ଭାରିଆଣ୍ଟକୁ ଚତୁର୍ଥ ଲହର ଆଖ୍ୟା ଦିଆଯାଉଛି। କରୋନାଭାଇରସର XE ଭାରିଆଣ୍ଟ ବିଷୟରେ କହିବାକୁ ଗଲେ ଏହା ଓମିକ୍ରନ ଭାରିଆଣ୍ଟର ଏକ ନୂଆ ଭାରିଆଣ୍ଟ, ଯାହା ଚଳିତ ବର୍ଷ ଚିହ୍ନଟ ହୋଇଥିବା ୯୦ ପ୍ରତିଶତରୁ ଅଧିକ ସଂକ୍ରମଣ ପାଇଁ ଦାୟୀ। ଏହାର ଦୁଇଟି ପ୍ରମୁଖ ଉପ-ଭାରିଆଣ୍ଟ ମଧ୍ୟ ରହିଛି, ଯାହାର ନାମ BA.1 ଏବଂ BA.2 । ଏହାର ଅନ୍ୟ ଏକ ଭାରିଆଣ୍ଟ BA.3 ମଧ୍ୟ ରହିଛି, ଯାହା ବହୁତ କମ୍ ଦେଖାଯାଇଥାଏ।

ପ୍ରଥମେ BA.1 ଉପ-ଭାରିଆଣ୍ଟ ସବୁଠାରୁ ଅଧିକ ସଂକ୍ରମଣ କରାଉଥିଲା। ଏହା ପରେ BA.2 ଆସିଲା, ଯାହା ପୂର୍ବଠାରୁ ଅଧିକ ମାତ୍ରାରେ ବ୍ୟାପିଲା। ଏମିତିକି ୯୪ ପ୍ରତିଶତ ସଂକ୍ରମଣ କରାଉଥିଲା। କିନ୍ତୁ ଏହାକୁ ନେଇ ଚିନ୍ତା କରିବା କଥା ନୁହେଁ ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି। XE ପ୍ରକାରକୁ ‘ରେକମ୍ବିନାଣ୍ଟ’ ମଧ୍ୟ କୁହାଯାଏ। ଏହି XE ଭାରିଆଣ୍ଟର ୬୦୦ ସାମ୍ପ୍ଲଲ ଗତ ଜାନୁୟାରୀ ମାସରେ ଦେଖିବାକୁ ମିଳିଥିଲା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଛିଯେ XE ମ୍ୟୁଟେସନ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟର ଅଂଶ ଭାବରେ ଟ୍ରାକ କରାଯାଉଅଛି। ଏହାର ମୁଖ୍ୟ ଲକ୍ଷଣ ହେଉଛିକି ଜ୍ୱର, ଗଳା ଯନ୍ତ୍ରଣା, ଗଳାରେ ଘା ହେବା, କାଶ ଏବଂ ଥଣ୍ଡା, ଶରୀରରେ ତାପମାତ୍ରା ରହିବା ଏବଂ ପେଟର ଯନ୍ତ୍ରଣା ଅନୁଭବ ହେବା।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏପିଡେମୋଲୋଜି ଏବଂ କମ୍ୟୁନିକେବଲ ରୋଗ ଡିଭିଜନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ବରିଷ୍ଠ ଏପିଡେମୋଲୋଜିଷ୍ଟ୍ ଡ଼ାକ୍ତର ରମଣ ଗଙ୍ଗାଖେଡେକର କହିଛନ୍ତିଯେ ଯେତେବେଳେ ଏକ ରେକମ୍ବିନାଣ୍ଟ ହୁଏ, ସେତେବେଳେ ଏହା ଅଳ୍ପ ସମୟ ପର୍ଯ୍ୟନ୍ତ ରହିଥାଏ। ଗଙ୍ଗାଖେଡେକର କହିଛନ୍ତିକି ରେକମ୍ବିନାଣ୍ଟ ପ୍ରୋସେସରେ ଶରୀରରେ ଦୁଇଟି ଭିନ୍ନ ଭିନ୍ନ ପ୍ରକାରର ଜୀବାଣୁ ରହିଥାନ୍ତି। ଏବଂ ସେମାନେ ପୁନର୍ବାର ଏକ ନୂତନ ଜୀବାଣୁ ସୃଷ୍ଟି କରନ୍ତି। ଯାହାକି ଏହି xe ଭ୍ୟାରିଆଣ୍ଟ କରାଉଛି।

ପ୍ରଥମେ ଏହି XE ଭାରିଆଣ୍ଟ ବ୍ରିଟେନରେ ଚିହ୍ନଟ ହୋଇଥଲା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାର ରିପୋର୍ଟରେ କହିଛିଯେ ଏହି XE ଅଧିକ ମାତ୍ରାରେ ବ୍ୟାପୁଅଛି। ଥାଇଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ XE ଭାରିଆଣ୍ଟର ପ୍ରକାର ଚିହ୍ନଟ ହୋଇଛି। ଏହା ଅଧିକ ମାତ୍ରାରେ ସଂକ୍ରମଣ ମଧ୍ୟ କରାଉଛି। ‘ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ’ କହିଛିଯେ ଏହାକୁ ଆମେ ଚତୁର୍ଥ ଲହରର ଆଗମନ ବୋଲି କହିପାରିବା। ତେଣୁ ଏଥିପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଦରକାର। ଏହାକୁ କିଛି ଲୋକମାନଙ୍କ ପାଇଁ ଭୟଙ୍କର ବୋଲି କୁହାଯାଇପାରେ ଓ କିଛି ଲୋକମାନଙ୍କ କ୍ଷେତ୍ରରେ ଏହା ବହୁତ ଶୀଘ୍ର ଠିକ ହୋଇଯାଏ।

Leave A Reply

Your email address will not be published.