IFFCO ରୁ ଆସିଲା ବଡ ନିଯୁକ୍ତି, ମାସକୁ ୭୦ ହଜାର ଟଙ୍କା ଦରମା,ଜଲଦି କରନ୍ତୁ ଆବେଦନ

0

Get real time updates directly on you device, subscribe now.

ସରକାରୀ ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଖୁସି ଖବର ଆସିଛି। ଇଫକୋରେ ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟଥିବା ପ୍ରାର୍ଥୀ iffco.in iffcoyuva.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଆବେଦନ କରିପାରିବେ।

ପଦବୀ ବିବରଣୀ:-

– ଆକାଉଣ୍ଟସ ଟ୍ରେନି

– ଏଗ୍ରିକଲଚର ଟ୍ରେନି

ଶିକ୍ଷାଗତ ଯୋଗ୍ୟତା:-

ଏଗ୍ରିକଲ୍ଚର ଗ୍ରାଜୁଏଟ ଟ୍ରେନି ପଦବୀରେ ଆବେଦନ କରିବା ପାଇଁ ଏଗ୍ରିକଲ୍ଚରରେ ଫୁଲ ଟାଇମ ରେଗୁଲାର ଡିଗ୍ରୀ ହେବା ଜରୁରୀ ଅଟେ। ସାମାନ୍ୟ ଏବଂ ଓବିସି କ୍ୟାଟୋଗୋରୀ ପ୍ରାର୍ଥୀମାନଙ୍କ ପାଇଁ ୬୦ ପ୍ରତିଶତ ମାର୍କ ଏସସି/ଏସଟି କ୍ୟାଟେଗୋରୀ ପ୍ରାର୍ଥୀମାନଙ୍କ ପାଇଁ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ। ଅନ୍ୟ ପଦବୀ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଚେକ କରିପାରିବେ।

ଦରମା:-

ଆକାଣ୍ଟସ ଟ୍ରେନି ବର୍ଷେ ପର୍ଯ୍ୟନ୍ତ ଟ୍ରେନିଂ ନେବେ। ଏହି ସମୟରେ ସେମାନଙ୍କୁ ୩୬ ହଜାର ଟଙ୍କାର ଦରମା ମିଳିବ। ତାପରେ ଏହାର ଦରମା ବଢି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ।

ଏଗ୍ରିକଲ୍ଚର ଗ୍ରାଜୁଏଟ ଟ୍ରେନି:-

ଏହି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଟ୍ରେନିଂ ସମୟରେ ମାସକୁ ୩୩ ହଜାର ଟଙ୍କା। ପରେ ୩୭ ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଆପଣଙ୍କୁ ମିଳିବ।

ବୟସର ସୀମା:-

ଜାରି ହୋଇଥିବା ନୋଟିଫିକେସନ ପାଇଁ ଅଧିକତମ ବୟସର ସୀମା ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀମାନଙ୍କ ପାଇଁ ୫ ବର୍ଷ ରିହାତି ଏବଂ ଓବିସି ଶ୍ରେଣୀ ପାଇଁ ୩ ବର୍ଷ ରିହାତି ମିଳିବ।

ଚୟନ ପ୍ରକ୍ରିୟା:-

ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ବେସଡ ଅନଲାଇନରେ ଟେଷ୍ଟ ଦେବାକୁ ପଡ଼ିବ। ଏହି ପରୀକ୍ଷା ଦେଶର ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେବ।

କେମିତି ଆବେଦନ କରିବେ:-

– ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ କ୍ଲିକ କରନ୍ତୁ।

– ତା’ ପରେ ଏଠାରେ ରେଜିଷ୍ଟ୍ରେସନ କରନ୍ତୁ।

– ଏହା ପରେ ଲଗ୍‌ ଇନ କରି ଆପ୍ଲିକେସନ ଫର୍ମ ଭରନ୍ତୁ।

– ଆପ୍ଲିକେସନ ଫର୍ମ ଭରିବା ପରେ ଫର୍ମରେ ଫଟୋ, ସାଇନ ଏବଂ ଅନ୍ୟ ଡକ୍ୟୁମେଣ୍ଟସକୁ ଅପଲୋଡ କରନ୍ତୁ।

– ପ୍ରୋସେସ ସଂପୂର୍ଣ୍ଣ ହେବା ପରେ ଆପ୍ଲିକେସନର ପ୍ରିଣ୍ଟ ଆଉଟ ବାହାର କରି ନିଜ ପାଖରେ ରଖନ୍ତୁ।

Leave A Reply

Your email address will not be published.