ଦିନଥିଲା ତାଙ୍କ ବାପା ସାଇକେଲ ମାଗି ତାଙ୍କୁ ପରୀକ୍ଷା ଦେବାକୁ ନେଉଥିଲେ,ଆଉ ବର୍ତମାନ ବଡ଼ ହୋଇ ହେଲେ ଆଇପିଏସ ଅଧିକାରୀ,ଜାଣନ୍ତୁ ତାଙ୍କ ସଂଘର୍ଷ କାହାଣୀ ?

0

Get real time updates directly on you device, subscribe now.

ସଫଳତା ତ ସମସ୍ତଙ୍କୁ ଦରକାର କିନ୍ତୁ ଏହାକୁ ପାଇବାକୁ ହେଲେ ସଂଘର୍ଷ କରିବା ବହୁତ ଆବଶ୍ୟକ। ଆଜି ଯେକେହିବି ସଫଳତା ପାଇଛନ୍ତି ତାଙ୍କ ପଛରେ ସଂଘର୍ଷ ରହିଛି। ଯାହାକି ଆଗାମୀ ପିଢ଼ିକୁ ବହୁତ ପ୍ରେରିତ କରିବ। ସଂଘର୍ଷ ନିଜ ସହିତ ପରିବାରର ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଉତ୍ତର ପ୍ରଦେଶ କ୍ୟାଡ଼ର ଆଇପିଏସ ଅଧିକାରୀ ନବନୀତ ସିକେରାଙ୍କ ସଂଘର୍ଷ ଓ ସଫଳତାର କାହାଣୀ କହିବୁ।

ୟାଦବ ନାମକ ଫେସବୁକ ପେଜ ର ପୋଷ୍ଟ ମୁତାବିକ, ଅକ୍ଟୋବର 22 ତାରିଖ 1971 ରେ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା ଶିକହାବାଦରେ ମନୋହର ସିଂହ ଯାଦବଙ୍କ ଘରେ ନବନୀତ ସିକେରାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ଉତ୍ତର ପ୍ରଦେଶର ସୁପର କୋପ କୁହାଯାଏ। ନବନୀତ ଏଟା ଜିଲ୍ଲାରୁ ନିଜର ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ଦିଲ୍ଲୀର ହଂସରାଜ କଲେଜ ଆଡ଼ମିଶନ ପାଇଁ ଯାଇଥିଲେ କିନ୍ତୁ ତାଙ୍କୁ ଇଂରାଜୀ ନଆସିବାରୁ ସେ ଫର୍ମ ଭରି ପାରିନଥିଲେ।

ଏହାପରେ ସେ ହାର ମାନିନଥିଲେ ଓ ନିଜେ ବହି କିଣି ପଢ଼ିବା ଆରମ୍ଭ କଲେ ଓ ଗୋଟିଏ ଥରରେ ଆଇଆଇଟି ଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଓ ସଫ୍ଟଓୟାର ଇଂଜିନିୟରିଂରେ ଗ୍ରାଜୁଏଟ ହୋଇଥିଲେ। ଏହାପରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ହୋଇଥିଲେ। ସେ ବର୍ତ୍ତମାନ ଆଇପିଏସ ହୋଇ ୟୁପିର ମେରଠରେ ଆଇଜି ଭାବରେ କାର୍ଯ୍ୟରତ ଅଛନ୍ତି। ସେ ନିଜର ସଂଘର୍ଷ ଓ ସଫଳତାର କାହାଣୀ ସୋସିଆଲ ମିଡ଼ିଆରେ ବାଣ୍ଟିଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରୁ ଏକ ଖବର ସାମ୍ନାକୁ ଆସିଛି। ଏହି ଖବରରେ ଶୋଭାରାମ ନିଜ ପୁଅ ଆଶିଷକୁ ଦଶମ ପରୀକ୍ଷାରେ ଉପସ୍ଥିତ ରହିବାପାଇଁ ରାତିସାରା ସାଇକେଲ ଚଳାଇଲେ। ଲକଡାଉନ ଲାଗିଥିବା କାରଣରୁ ଯାତାୟାତ ସାଧନ ବନ୍ଦ ଥିଲା। ବସ ଚଳାଚଳ ବନ୍ଦ ଥିବାରୁ ପିତା ପୁତ୍ର ସାଇକେଲରେ ହିଁ 105 କିଲୋମିଟର ପଥକୁ ପୁରା କରି ପାରିଥିଲେ ଓ ମଙ୍ଗଳବାର ଦିନ ସକାଳୁ ପରୀକ୍ଷା ସେଣ୍ଟରରେ ପହଞ୍ଚି ଥିଲେ।

ସବୁଠାରୁ ରୋମାଞ୍ଚକର କଥା ଏହାକି ଯେ, ପୁଅର ତିନୋଟି ପେପର ଥିବାରୁ ପିତା ନିଜ ସହିତ 3 ଦିନ ପାଇଁ ରାଶନ ମଧ୍ୟ ନେଇଯାଇଥିଲେ। ଇଏ ତ ଥିଲା ଶୋଭାରାମ ଓ ତାଙ୍କ ପୁଅ କାହାଣୀ କିନ୍ତୁ ଏବେ ଆସନ୍ତୁ ଜାଣିବା ଆଇପିଏସ ନବନୀତଙ୍କ କାହାଣୀ ବିଷୟରେ।

ଯେତେବେଳେ ଶୋଭାରାମ ଓ ତାଙ୍କ ପୁଅ ଆଶିଷଙ୍କ କାହାଣୀ ଭାଇରାଲ ହୋଇଥିଲା ସେତେବେଳେ ଆଇପିଏସ ନବନୀତ ସିକେରା ମଧ୍ୟ ନିଜର କାହାଣୀ ଫେସବୁକ ପେଜ ଜରିଆରେ ପୋଷ୍ଟ କରି ଶେୟର କରିଥିଲେ।

ମେରଠ ଆଇଜି ନବନୀତ ଏହି କାହାଣୀକୁ ପଢ଼ିବାପରେ କହିଥିଲେ, ଏହାକୁ ଦେଖି ଆଖି ଛଳଛଳ ହୋଇଯାଉଛି। କିଛି ଦଶକ ପୂର୍ବରୁ ଠିକ ଏହିପରି ମୋ ପିତା ମଧ୍ୟ ମୋତେ ସାଇକେଲରେ ବସାଇ ଆଇଆଇଟି ଏଣ୍ଟ୍ରାସ ପରୀକ୍ଷା ଦେବାକୁ ନେଇଥିଲେ। ସେଠାକୁ ବହୁତ ପିଲା କାର ରେ ଆସୁଥିଲେ ଓ ତାଙ୍କ ଅଭିଭାବକ ତାଙ୍କ ପିଲାଙ୍କୁ ଶେଷ ମିନିଟର ପ୍ରସ୍ତୁତି ମଧ୍ୟ ଦେଉଥିଲେ।

ସେହି ପିଲାଙ୍କୁ ଦେଖି ଓ ତାଙ୍କର ନୂଆ ବହି ଗୁଡ଼ିକୁ ଦେଖି ମୁଁ ଭାବିଲି ୟାଙ୍କ ସାମ୍ନାରେ ମୁଁ କଣ ତିଷ୍ଠି ପାରିବି ? ଏହାକୁ ମୋ ପିତା ନୋଟିସ କରୁଥିଲେ ଓ ସେ ମୋତେ ଟିକେ ଦୂରକୁ ନେଇଯାଇ ଉତ୍ସାହ ଭରା କଥା କହିଥିଲେ।

ମୋ ପିତା ମୋତେ ଦୃଢ଼ ହେବାପାଇଁ କଥା କହିଥିଲେ ଓ ମୁଁ ତାଙ୍କ କଥାରେ ପ୍ରେରିତ ହୋଇ ପରୀକ୍ଷା ସେଣ୍ଟରରେ ବସିଥିଲି ଓ ପରୀକ୍ଷା ଦେଲି। ରେଜଲ୍ଟ ବାହାରିଲା ଓ ଆଗ୍ରାର ସେହି ସେଣ୍ଟରରୁ ମାତ୍ର ଦୁଇଟି ପିଲା ପାସ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୁଁ ଥିଲି। ଈଶ୍ବରଙ୍କ ପାଖରେ ପ୍ରାର୍ଥନା ହେଉଛି କି, ସେହି ପିତା-ପୁତ୍ରଙ୍କୁ ମଧ୍ୟ ଭଲ ଫଳ ମିଳୁ।

ଆଇପିଏସ ନବନୀତ ସିକେରା ନିଜ କାହାଣୀ ଶେୟର କରି ନିଜ ପିତାଙ୍କ ସହିତ ଏକ ଫୋଟୋ ପୋଷ୍ଟ କରିଥିଲେ। ଏହାସହ ଜ଼ଏ ଲେଖିଥିଲେ, ମୋ ପିତା ଆଜି ମୋ ପାଖରେ ନାହାଁନ୍ତି। ତାଙ୍କର ସବୁ ସ୍ମୃତି ମୋ ସହିତ ଆଜି ରହିଛି।

Leave A Reply

Your email address will not be published.