ଛୁଆ ଜନ୍ମ କରିବା ପାଇଁ ସକ୍ଷମ ନଥିଲା ପୁଅ, ବାପା ଭାବିଲେ ବୋହୂ ସହ ସମ୍ବନ୍ଧ ବନାଇ ଆଣିବି ନାତି,ଆଉ ତା ପରେ ଯାହାହେଲା …ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସାଧାରଣତଃ ଆମେ ଦେଖିଛେ କି, ବାପଘର ବାପଘର ହୋଇଥାଏ ଓ ଶଶୁର ଘର ଶଶୁର ଘର ହୋଇଥାଏ। ବାପଘରେ ଯେଉଁ ସମ୍ପର୍କ ବାପ ସହିତ ହୋଇଥାଏ ଶଶୁର ଘରେ ସେହି ସମ୍ପର୍କ ପାଇବା ମୁସ୍କିଲ ହୋଇଥାଏ। ଏମିତି ବହୁତ କମ ଲୋକ ଥାଆନ୍ତି ଯାହାଙ୍କୁ ଏହି ସମ୍ପର୍କରେ ଭଲ ପାଇବା ଓ ସମ୍ମାନ ମିଳିଥାଏ। ସର୍ବଦା ଝିଅଟି ନିଜ ପିତା ସହିତ ବହୁତ ଘନିଷ୍ଠ ହୋଇଥାଏ। ବିବାହ ପରେ ଝିଅଟିର ବାପର ଅଭାବକୁ ଯଦି କେହି ପୂରଣ କରିଥାଏ ତାହେଲେ ସେ ଶଶୁର ଅଟେ।

ଶଶୁର ଓ ବୋହୂ ସମ୍ପର୍କ ବାପ-ଝିଅ ସମ୍ପର୍କ ଭଳି ହୋଇଥାଏ। ଶଶୁର ଘରେ ପିତାଙ୍କ ଦ୍ଵିତୀୟ ରୂପ ଶଶୁରଙ୍କୁ ହିଁ ମାନାଯାଇଥାଏ। କିନ୍ତୁ ଦେଶ ଦୁନିଆରୁ ଏମିତି କିଛି ଖବର ସାମ୍ନାକୁ ଆସୁଛି ଯାହାକି ଏହି ସମ୍ପର୍କକୁ ଲଜ୍ବିତ କରି ଦେଇଥାଏ। ଜୟପୁରରୁ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ବିବାହିତା ନିଜ ଶଶୁର ଉପରେ ଆରୋପ ଆଣିଛନ୍ତି।

ଶଶୁର ବୋହୂ ସହିତ ଖରାପ ସମ୍ବନ୍ଧ ବନାଇବାକୁ ଚେଷ୍ଟା କଲେ:-

ଆଜି ଆମେ ଯେଉଁ କଥା କହିବାକୁ ଯାଉଛି ତାହା ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଜୟପୁର ରୋଡ଼ରେ ରହୁଥିବା ବିବାହିତା ମହିଳା ଶଶୁରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ ନେଛବା ଥାନାରେ ମୁକଦମା ଦର୍ଜ କରିଛନ୍ତି। ବିବାହିତା ଆରୋପ ଲଗାଇଲେ କି, ତାଙ୍କ ଶଶୁର ତାଙ୍କ ସହିତ ଖରାପ ସମ୍ବନ୍ଧ ବନାଇବାକୁ ଚେଷ୍ଟା କରିଥିଲେ। ଯେବେ ସେ ଏହାର ବିରୋଧ କଲେ ସେତେବେଳେ ସେ ମାରପିଟ କରିବା ସହ ତାଙ୍କୁ ଘରୁ ବାହାର କରିଦେଲେ।

ନେଛବା ଥାନାଧିକାରୀଙ୍କ କହିବା ହେଲା, ମହିଳା ଜଣକ ନିଜର ଶଶୁର ବିପକ୍ଷରେ ଅଭିଯୋଗ ଜାରି କରିଛନ୍ତି। ପିଡ଼ିତାଙ୍କ ସ୍ୱାମୀଙ୍କୁ ମଦ୍ୟପାନର ଅଭ୍ୟାସ ହୋଇଯାଇଛି। ସେ ବହୁତ ସାରା ପ୍ରକାରର ନିଶା ଦ୍ରବ୍ୟ ସେବନ କରି ନିଶାରେ ରହିଥାଏ। ଯେତେବେଳେ ସେ ନିଜ ପତିଙ୍କ ସନ୍ତାନ ସମ୍ବନ୍ଧୀୟ ଯାଞ୍ଚ କରିଥିଲେ ସେତେବେଳେ ଜଣାପଡ଼ିଲା ଅତ୍ୟଧିକ ନିଶା ସେବନ କରିବା ଦ୍ୱାରା ତାଙ୍କର ସନ୍ତାନ ଜନ୍ମ କରାଇବାର କ୍ଷମତା କମି ଯାଇଛି।

ଶଶୁରଙ୍କୁ ଏହିକଥା ଜଣାପଡିବା ପରେ ସେ ଚାପ ପକାଇଥିଲେ:-

ଯେତେବେଳେ ଶଶୁରଙ୍କୁ ଏହିକଥା ଜଣାପଡିଥିଲା ସେତେବେଳେ ସେ ବଦନାମୀ ଭୟରେ ଏହିକଥା ବାହାରେ କାହାରିକୁ କହିବାକୁ ମନା କରିଥିଲେ। ଏହାସହ ଶଶୁର ବୋହୂ ସହିତ ବହୁତ ବାର ଶାରୀରିକ ସମ୍ବନ୍ଧ ବନାଇବାକୁ ଚେଷ୍ଟା କଲେ। ଯେତେବେଳେ ପିଡ଼ିତା ଏହାର ବିରୋଧ କଲେ ସେତେବେଳେ ତାଙ୍କୁ ପ୍ରତାଡୀତ କରାଗଲା ଓ ମାଡ଼ ମରାଯାଇ ଘରୁ ବାହାର କରାଗଲା।

ଯେତେବେଳେ ଏହି ମାମଲା ପୋଲିସରେ ଆସିଥିଲା ସେତେବେଳେ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେପଟେ ବିବାହିତା ପତି ନିଜ ପତ୍ନୀ ବିରୁଦ୍ଧରେ ଆରୋପ ଆଣିଥିଲା କି, ସେ ଚୋରି କରି ଘରୁ ପଳାଇଛି।

ବିବାହିତା ଯୌତୁକ ପ୍ରତାଡ଼ନାର ଆରୋପ ଲଗାଇଲେ:-

ପୋଲିସ ମୁତାବିକ, ପିଡ଼ିତା ନିଜର ଅଭିଯୋଗରେ ଶାଶୁ, ଶଶୁର ଓ ନଣନ୍ଦ ଉପରେ ମଧ୍ୟ ଯୌତୁକ ଆଣିବାର ପ୍ରତାଡିତ ଆରୋପ ଲଗାଇଲେ। ବିବାହିତା ଏହି ଆରୋପ ଲଗାଇଲେ କି, ଯୌତୁକ ନଆଣିବା କାରଣରୁ ତାଙ୍କୁ ସେହି ସମୟରେ ଖାଦ୍ୟ ମଧ୍ୟ ମିଳୁନଥିଲା। ବିବାହ ସମୟରେ ବାପଘରୁ ଯେଉଁ ସବୁ ସୁନା ଅଳଙ୍କାର ମିଳିଥିଲା ତାକୁ ମଧ୍ୟ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା।

ଏତିକି ନୁହେଁ ବିବାହିତା ଏଗା ଆରୋପ ଆଣିଥିଲେ କି, ଘରର ବକ୍ସ ଓ ଆଲମାରୀ ଚାବି ମଧ୍ୟ ଛଡ଼ାଇ ନେଇଯାଇଥିଲେ। ବିବାହିତାଙ୍କ ଦ୍ଵାରା ଲଗାଯାଇଥିବା ଆରୋପ ରେ ପୋଲିସ ଯାଞ୍ଚ କରୁଛି।

Leave A Reply

Your email address will not be published.