ଫ୍ରି ଫାୟାର ଖେଳି ଖେଳି ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଗେମ୍ ଜିତିବା ଯୁଦ୍ଧରେ ଜୀବନରେ ହାରିଗଲେ

0

Get real time updates directly on you device, subscribe now.

ଏ ଯୁଗରେ ମୋବାଇଲ ଫୋନ ଆମ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ସ୍ମାର୍ଟ ଫୋନର ଏହି ଜମାନାରେ ଲୋକମାନେ ରାସ୍ତା ଉପରେ ଚାଲି ଚାଲି ମଧ୍ୟ ନିଜ ହାତରୁ ମୋବାଇଲ୍ ଛାଡ଼ୁ ନାହାନ୍ତି ଏବଂ ଲଗାତାର ଫୋନ୍ ଚଳାଉଛନ୍ତି । ଏପରି ପରିସ୍ଥିତିରେ ଅନେକଥର ବ୍ୟକ୍ତି ଦୁର୍ଘଟଣାର ଶିକାର ମଧ୍ୟ ହୋଇଯାନ୍ତି, ଏହା ସତ୍ତ୍ବେ ମଧ୍ୟ ମଣିଷ ଏସବୁ କଥାକୁ ଅଣଦେଖା କରି କେବଳ ନିଜ ମୋବାଇଲକୁ ଚଳାଇବାରେ ବ୍ୟସ୍ତ ରହୁଛି ।

ବର୍ତ୍ତମାନ ନିକଟରେ କାନପୁରର ଚକେରି ଗାଁରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଦୁଇଜଣ ମାଉସୀ ପୁଅ ଭାଇ ମୋବାଇଲରେ ବ୍ୟସ୍ତ ଥିଲେ ଏବଂ ସେମାନଙ୍କୁ ଟ୍ରେନ ଆସିବା ବିଷୟରେ ମଧ୍ୟ ଜଣାପଡ଼ିଲା ନାହିଁ । ଦୁର୍ଭାଗ୍ୟବଶତଃ ଦୁଇଜଣ ଯାକ ଟ୍ରେନ କବଳରେ ପଡିଗଲେ ଏବଂ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।

ଦୁଇଭାଇ ମୋବାଇଲରେ ଖେଳୁଥିଲେ ଫ୍ରି ଫାୟାର ଗେମ୍ :-

ବାସ୍ତବରେ ଚକେରି ଗାଁ ବାସିନ୍ଦା ଶ୍ରମିକ ରାମଦେବ କୁରିଲଙ୍କର 15 ବର୍ଷୀୟ ପୁଅ ଆରୀୟନ୍ ନିଜ ମାଉସୀ ପୁଅ ଭାଇ ସହିତ ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । କୁହାଯାଇଛି ଯେ ଦୁହିଙ୍କ ହାତରେ ମୋବାଇଲ ଥିଲା ଏବଂ ମୋବାଇଲ ଚଳାଇ ଚଳାଇ ସେମାନେ ରେଲୱେ ଟ୍ରାକରେ ଚାଲି ଚାଲି ଆସୁଥିଲେ । ସେହି ସମୟରେ ସେମାନଙ୍କ ସାମ୍ନାକୁ ଟ୍ରେନ ଆସିଗଲା ଏବଂ ସେମାନେ ଟ୍ରେନ କବଳରେ ଆସିଗଲେ ।

କୁହାଯାଉଛି ଯେ ଟ୍ରେନ ବହୁତ୍ ଜୋରରେ ହର୍ନ ମଧ୍ଯ ବାଜାଇଲା, କିନ୍ତୁ ଦୁହିଁଙ୍କ କାନରେ ଇୟର୍ ଫୋନ୍ ଲାଗିଥିଲା । ଯେଉଁ କାରଣରୁ ସେମାନେ ଟ୍ରେନର ହର୍ନ ମଧ୍ୟ ଶୁଣିପାରିଲେ ନାହିଁ ଏବଂ ଟ୍ରେନ କବଳରେ ଆସି ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା । ଘଟଣା ପରେ ଜଣାପଡ଼ିଲା ଯେ ଦୁହେଁ ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ । ଦୁର୍ଘଟଣା ସମୟରେ ମଧ୍ୟ ସେମାନେ ଗେମ୍ ଖେଳୁଥିଲେ ।

ଏକାବେଳେ ଦୁଇ ପୁଅଙ୍କ ମୃତ୍ୟୁ କାରଣରୁ ବର୍ତ୍ତମାନ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି :-

ଯେତେବେଳେ ଚକେରି ପୋଲିସ ତାଙ୍କ ଘର ଲୋକଙ୍କୁ ଏହି ସୂଚନା ଦେଲେ, ସେତେବେଳେ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗିପଡିଲା । କୁହାଯାଉଛି ଯେ ଦୁହେଁ ନିଜ ନିଜ ଘରର ଏକମାତ୍ର ପୁଅ ଥିଲେ । ରିପୋର୍ଟ ଅନୁଯାୟୀ 15 ବର୍ଷୀୟ ଆରୀୟନ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା ଏବଂ ଅଂଶୁ ଦଶମ ଶ୍ରେଣୀରେ ପଢ଼ୁଥିଲା ।

Leave A Reply

Your email address will not be published.