ଏପ୍ରିଲ 1 ତାରିଖ ଠାରୁ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିବ ଏହି 10ଟି ପରିବର୍ତ୍ତନ, ଏଲପିଜି ଗ୍ୟାସଠାରୁ ଆରମ୍ଭ କରି ଔଷଧ ମଧ୍ୟ ହୋଇପାରେ ମହଙ୍ଗା

0

Get real time updates directly on you device, subscribe now.

ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଏପ୍ରିଲ 1 ତାରିଖ ଠାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭାବ ପ୍ରତ୍ୟେକ ସାଧାରଣ ଲୋକର ପକେଟ୍ ଉପରେ ପଡ଼ିବାକୁ ଯାଉଛି । ଏଠାରେ ଆମେ ଆପଣଙ୍କୁ 10ଟି ଏପରି ପରିବର୍ତ୍ତନ ବିଷୟରେ କହିବୁ, ଯାହାର ପ୍ରଭାବ ଆପଣଙ୍କ ବଜେଟ ଉପରେ ପଡିପାରେ ।

1 – ପିଏଫ ଖାତା ଉପରେ ଟ୍ୟାକ୍ସ :-

ଏପ୍ରିଲ 1 ତାରିଖ 2022 ଠାରୁ ଯେଉଁ ସବୁଠାରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ସେଥିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଏଫ ଖାତା ଉପରେ ଟ୍ୟାକ୍ସ । ଇପିଏଫ ଖାତାରେ 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ଯୋଗଦାନର ସୀମା ଲଗାଯାଉଛି । ଯଦି ତାଠାରୁ ଉପରେ ଯୋଗଦାନ କରିବେ, ତେବେ ସୁଧ ଆୟ ଉପରେ ଟ୍ୟାକ୍ସ ଲାଗିବ ।

2 – ହୋମ ଲୋନ ଉପରେ ଅତିରିକ୍ତ ଛାଡ ଶେଷ :-

ସରକାର 2019ର ବଜେଟରେ ଆୟକର ଆଇନରେ ନୂତନ ସେକ୍ସନ 80 ଇଇଏ ଯୋଡ଼ିଥିଲା । ଏହି ସେକ୍ସନ ଅଧୀନରେ ସ୍ଥିର କରାଯାଇଥିଲା ଯେ ପ୍ରଥମଥର ଘର କିଣୁଥିବା ହୋମ ଲୋନର ସୁଧ ଦେୟ ଉପରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟ୍ୟାକ୍ସ ଛାଡର ଫାଇଦା ଦିଆଯିବ । କିନ୍ତୁ ବଜେଟ 2022 ରେ ଏହି ଧାରାକୁ ଆଗକୁ ବଢ଼ାଯାଇନାହିଁ ।

3 – ଟ୍ୟାକ୍ସ ଡାଏରୀରେ କ୍ରିପ୍ଟୋ ଦ୍ଵାରା ରୋଜଗାର :-

ଗୋଟିଏ ବଡ ପରିବର୍ତ୍ତନ କ୍ରିପ୍ଟୋକରେନ୍ସି ଉପରେ ଲାଗିବାକୁ ଯାଉଥିବା ଟ୍ୟାକ୍ସ ଅଟେ । ବଜେଟ 2022-23 ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଭର୍ଚୁଆଲ ଡିଜିଟାଲ ଏସେଟ କିମ୍ବା କ୍ରିପ୍ଟୋ ଉପରେ 30 ପ୍ରତିଶତ ଟ୍ୟାକ୍ସ ଲଗାଇବା ପାଇଁ ଘୋଷଣା କରିଥିଲେ । ଏହା ଅଧୀନରେ ଯଦି କ୍ରିପ୍ଟୋକରେନ୍ସି ବିକ୍ରି ଉପରେ ବିନିଯୋଗକାରୀଙ୍କୁ ଯେଉଁ ଫାଇଦା ହେବ, ତା ଉପରେ ତାକୁ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ।

4 – ଔଷଧ ଦାମ୍ ବଢିଯିବ :-

ନୂତନ ଆର୍ଥିକ ବର୍ଷର ଆରମ୍ଭରୁ ସାଧାରଣ ଲୋକଙ୍କୁ ଔଷଧ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ପ୍ରାୟ 800 ଆବଶ୍ୟକୀୟ ଔଷଧର ମୂଲ୍ୟରେ 10.7 ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି ।

5 – ଡାକଘରେ ନଗଦ ମିଳିବ ନାହିଁ ସୁଧ :-

ଡାକଘରର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା କିମ୍ବା ଡାକଘର ଟର୍ମ ଡିପୋଜିଟରେ ବିନିଯୋଗ ସହିତ ଜଡ଼ିତ ନିୟମ ମଧ୍ୟ ବଦଳିବାକୁ ଯାଉଛି । ଏଥିରେ ସୁଧ ରାଶି ଏପ୍ରିଲ 1 ତାରିଖଠାରୁ ନଗଦ ମିଳିବ ନାହିଁ ।

6 – ଜିଏଷ୍ଟି ଇ- ଚାଲାଣର ନିୟମ ବଦଳିବ :-

ସିବିଆଇସି ମାଲ ଏବଂ ସେବା କର ( ଜିଏସଟି) ଅଧୀନରେ ଇ- ଚାଲାଣ ଜାରି କରିବାପାଇଁ ଟର୍ନଓଭର ସୀମାକୁ ପୂର୍ବରୁ ସ୍ଥିର ସୀମା 50 କୋଟିରୁ କମେଇ 20 କୋଟି ଟଙ୍କା କରିଦେଇଛି ।

7 – ଆକ୍ସିସ୍ ବ୍ୟାଙ୍କର ଗ୍ରାହକଙ୍କୁ ଝଟକା :-

ଆକ୍ସିସ୍ ବ୍ୟାଙ୍କର ଗ୍ରାହକଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସର ସୀମା 10 ହଜାରରୁ ବଢାଇ 12 ହଜାର ଟଙ୍କା କରାଯାଇଛି ।

8 – ମ୍ୟୁଚୁଆଲ ଫଣ୍ଡରେ କେବଳ ଡିଜିଟାଲ ପେମେଣ୍ଟ :-

ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ପାଇଁ ଏପ୍ରିଲ 1 ତାରିଖଠାରୁ ପେମେଣ୍ଟ, ଚେକ୍, ବ୍ୟାଙ୍କ୍ ଡ୍ରାଫ୍ଟ କିମ୍ବା ଅନ୍ୟ କୌଣସି ଭୌତିକ ମାଧ୍ୟମରେ କରିପାରିବେ ନାହିଁ । ଏହାପରେ ରାଶି ଜମା କରିବାପାଇଁ ଆପଣଙ୍କୁ କେବଳ ୟୂପିଆଇ କିମ୍ବା ନେଟ ବ୍ୟାଙ୍କିଙ୍ଗର ସୁବିଧା ମିଳିବ ।

9 – ବାହନ କମ୍ପାନିଗୁଡ଼ିକ ବଢାଇବେ ଦାମ :-

କିଛି ବଡ କଂପାନୀମାନେ ନିଜ ବାହନ ଗୁଡ଼ିକର ଦାମରେ ବୃଦ୍ଧି କରିବେ ବୋଲି ଘୋଷଣା କରିଛନ୍ତି । ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ଟାଟା ମୋଟର୍ଷ, ମର୍ସିଡିଜ୍ ୱେଞ୍ଜ ଇଣ୍ଡିଆ ଏବଂ BMW ସାମିଲ ଅଛନ୍ତି ।

10 – ଏଲପିଜିର ବଢିପାରେ ଦାମ୍ :-

ପୁଣିଥରେ ଏପ୍ରିଲ 1 ତାରିଖରେ ନୂତନ ଦାମ ଜାରି ହେବ ଏବଂ ପୁରା ସମ୍ଭାବନା ରହିଛି ଯେ ଏଲପିଜି ସିଲିଣ୍ଡର ଦାମ 50ରୁ 100 ଟଙ୍କା ପର୍ଯ୍ୟନ୍ତ ବଢିଯିବ ।

Leave A Reply

Your email address will not be published.