ଏହି ଗ୍ରାମରେ ହୋଇଯାଇଛି ପିଆଜ ଓ ରସୁଣ ବ୍ୟାନ, ଲୋକମାନଙ୍କ କହିବା ହେଲା ଖାଇବା ପରେ ହୋଇଥାଏ ଏମିତି କିଛି

0

Get real time updates directly on you device, subscribe now.

ଖାଇବାକୁ ନେଇ ଆପଣ ମଧ୍ୟ କେତେ ପ୍ରକାରର ଅଲଗା ଅଲଗା ମାନ୍ୟତା ଦେଖିଥିବେ। ଏମିତିରେ ଖାଇବା ରୂପରେ ଦୁଇପ୍ରକାରର ଜିନିଷ ରହିଥାଏ। ଗୋଟିଏ ଶାକାହାରୀ ଓ ଅନ୍ୟଟି ମାଂସାହାରୀ। ଶାକାହାରୀ ଅର୍ଥ ଯେଉଁ ଲୋକେ ଫଳ, ପନିପରିବା, ଚାଉଳ ଖାଇଥାନ୍ତି। ମାଂସାହାରୀ ଲୋକ ମାନଙ୍କ ମଧ୍ୟରେ ଏମିତି ଲୋକ ଆସିଥାନ୍ତି ଯିଏକି ଜାନୁଆରଙ୍କ ମାଂସ ଖାଇଥାନ୍ତି। ଆପଣଙ୍କୁ ଶାକାହାରୀରେ ଅଲଗା ପ୍ରକାରର ଲୋକ ମଧ୍ୟ ମିଳିବେ।

ଶାକାହାରୀ ଲୋକେ ପିଆଜ ମଧ୍ୟ ଖାଆନ୍ତି ନାହିଁ:-

ଏବେ କଥା ହେଉଛି ଖାଦ୍ୟର ସ୍ୱାଦ ଉପରେ କଲେ ପିଆଜ ଓ ରସୁଣ ଖାଦ୍ୟର ସ୍ବାଦ ଆଣିବାରେ ଯଥେଷ୍ଟ ଭୂମିକା ନିଭାଇ ଥାଆନ୍ତି। କିଛି ଶାକାହାରୀ ଲୋକେ ପିଆଜ ଓ ରସୁଣ ଖାଇ ନଥାନ୍ତି। ଏହିପରି ଏକ ଗ୍ରାମ ଯେଉଁଠାରେ ପିଆଜ ଓ ରସୁଣ ଉପରେ ବ୍ୟାନ ଲାଗିଛି।

ଆମ ଦେଶରେ ଏଭଳି ଏକ ଗ୍ରାମ ଅଛି ଯେଉଁଠାରେ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ପିଆଜ ଓ ରସୁଣ ଖାଇବାକୁ ନେଇ ବାରଣ ରହିଛି ଓ ଏହିସବୁ ଜିନିଷ ଉପରେ ସେଠାରେ ବ୍ୟାନ ମଧ୍ୟ ଲାଗିଛି। ଯେଉଁ ଗ୍ରାମର କଥା ଆମେ କହୁଛେ ଏହା ବିହାରର ଜାହାନାବାଦ ଚେରି ପଞ୍ଚାୟତର ଅଟେ। ଏହି ଗ୍ରାମ ଜାହାନାବାଦ ମୁଖ୍ୟାଳୟ ଠାରୁ ମୋଟ 30 କିଲୋମିଟର ଦୂର ବିଗହା ଗ୍ରାମ ଅଟେ।

ବହୁତ ବର୍ଷ ହେବ ଏହିପରି ହୋଇଆସୁଛି:-

ଏହି ଗ୍ରାମର ଲୋକେ ବଜାରରୁ ପିଆଜ ଓ ରସୁଣ କିଣନ୍ତି ନାହିଁ ଓ ବହୁତ ବର୍ଷ ହେବ ସେମାନେ ଏହି ନିୟମକୁ ସୁରୁଖୁରୁରେ ମାନି ଆସୁଛନ୍ତି। ଏହି ଗ୍ରାମର ଯୁବକ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ଏହା ମାନିବା ହେଉଛି ପୂର୍ବ ପିଢ଼ିରୁ ଗାଁ ରେ ଏହିପରି ମାନି ଆସୁଛନ୍ତି।

ଗାଁ ରେ କେବଳ ପିଆଜ ରସୁଣ ନୁହେଁ ବରଂ ନିଶାଦ୍ରବ୍ୟକୁ ମଧ୍ୟ ଗ୍ରାମର ଲୋକେ ହାତ ଲଗାନ୍ତି ନାହିଁ। ଗାଁ ରେ କଣପାଇଁ ପିଆଜ ରସୁଣ ଖାଉନାହାଁନ୍ତି ଆସନ୍ତୁ ଜାଣିବା।

ତାହେଲେ ଏହା ହେଉଛି ପିଆଜ ରସୁଣ ନଖାଇବାର କାରଣ:-

ଗ୍ରାମ ଲୋକଙ୍କ କହିବା ହେଲା ଏଠାରର ଲୋକେ ବହୁତ ବର୍ଷ ହେବ ପିଆଜ ରସୁଣ ଖାଇବା ଛାଡ଼ିଦେଇଛନ୍ତି କାରଣ ଗ୍ରାମରେ ବିଷ୍ଣୁ ଭଗବାନଙ୍କ ମନ୍ଦିର ରହିଛି। ଗାଁ ଲୋକଙ୍କ କହିବା ହେଲା ଏଠାରେ ଯିଏବି ପିଆଜ ରସୁଣ ଖାଇଥାଏ ତା’ସହ କିଛି ନା କିଛି ଘଟିଥାଏ।

ଲୋକଙ୍କ ସହିତ ଯେଭଳି ଖରାପ ହେବାକୁ ଲାଗିଲା ସେହିପରି ଲୋକେ ପିଆଜ ରସୁଣ ଖାଇବା ଛାଡ଼ିଦେଲେ ଓ ଗ୍ରାମ ଲୋକେ ଖୁସ ଖୁସିରେ ଏହି ନିୟମ ମାନୁଛନ୍ତି। ଗ୍ରାମ ଲୋକ ଯଦି ବାହାରକୁ ଯାଆନ୍ତି ତାହେଲେ ମଧ୍ୟ ସେ ବିନା ପିଆଜ ରସୁଣରେ ହୋଇଥିବା ଖାଦ୍ୟ ଖାଇଥାନ୍ତି।

Leave A Reply

Your email address will not be published.