ନାତି ଜିଦ୍ କରିବାରୁ ଜେଜେମା ଖାଇଦେଲେ ଆଉ ଗୋଟିଏ ରୋଟି, କ୍ରୋଧିତ ବୋହୂ ବୃଦ୍ଧ ଶାଶୁକୁ ଖୁବ୍ ପିଟିଲା

0

Get real time updates directly on you device, subscribe now.

ପରିବାରରେ ଯଦି କଳି ଝଗଡା ରହିଥାଏ, ତେବେ ଦୁଇଟି ରୋଟି ମଧ୍ୟ ଶାନ୍ତିରେ ଖାଇବା କଷ୍ଟକର ହୋଇପଡେ । କିନ୍ତୁ ଏଠାରେ ଶାଶୁ ତୃତୀୟ ରୋଟି ଖାଇଦେଲା, ତାପରେ ଆଉ କଣ ହେବ, ଏହି ପାଟିତୁଣ୍ଡ ଘରେ ମହାଭାରତ ସୃଷ୍ଟି ହୋଇଗଲା । କ୍ରୋଧିତ ବୋହୂ ନିଜର ବୃଦ୍ଧ ଶାଶୁକୁ ପିଟିବା ଆରମ୍ଭ କରିଦେଲା ।

ହରିୟାଣାର ସୋନିପତର ମାମଲା :-

ହରିୟାଣାର ସୋନିପତ ଜିଲ୍ଲାରେ ଜଣେ ବୋହୂ ନିଜର ବୃଦ୍ଧ ଶାଶୁକୁ ପିଟିବାର ମାମଲା ସାମ୍ନାକୁ ଆସିଛି । ଏହି ମାମଲା ଜିଲ୍ଲାର ସାନ୍ଦଳ ଖୁର୍ଦ୍ ଗାଁର ଅଟେ । ଯେଉଁଠାରେ ବୃଦ୍ଧ ଶାଶୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ତାଙ୍କୁ ପିଟିଛନ୍ତି । ବୃଦ୍ଧ ଶାଶୁ କହିବା ଅନୁଯାୟୀ ନାତି ଆଣିଥିବା ଆଉ ଗୋଟିଏ ରୋଟି ଖାଇବାରୁ ତାଙ୍କୁ ପିଟାଯାଇଛି । ସେହିପରି ବୃଦ୍ଧ ଶାଶୁକୁ ମାଡ ଦିଆଯାଇଥିବାର ଭାଇରାଲ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବୋହୂ ନିଜ ଶାଶୁକୁ ପିଟୁଥିବାର ଦେଖାଯାଉଛି ।

ଭାଇରାଲ ଭିଡିଓକୁ ଆଧାର କରି କରାଯାଇଛି କେସ :-

ସେହିପରି ଭିଡିଓ ଭାଇରାଲ ହେବାପରେ ପୋଲିସ ବିଭାଗ ବୃଦ୍ଧ ଶାଶୁଙ୍କ ଅଭିଯୋଗ ଉପରେ କେସ କରିଛନ୍ତି । ପୋଲିସ ବୃଦ୍ଧ ମହିଳାଙ୍କ ଅଭିଯୋଗ ଉପରେ ତାଙ୍କର ବୋହୂ, ବୋହୂର ମା ଏବଂ ବୋହୂର ଭାଇ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । କିନ୍ତୁ ମାମଲା ରୁଜ୍ଜୁ ହେବାପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ହାତ ଖାଲି ରହିଛି ।

75 ବର୍ଷୀୟ ମହିଳା ଏସଏସପିଙ୍କୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ପୁଅର ବିବାହ ହୋଇସାରିଛି । ତାଙ୍କର ଗୋଟିଏ ତିନି ବର୍ଷର ନାତି ଅଛି । ତାଙ୍କ ବୋହୂ ତାଙ୍କୁ ଦୁଇ ଓଳି ଦୁଇଟି ଲେଖାଏଁ ରୋଟି ଖାଇବାକୁ ଦିଅନ୍ତି । ତାଙ୍କର ତିନି ବର୍ଷୀୟ ନାତି ପାଞ୍ଚ ଦିନ ପୂର୍ବରୁ ତାଙ୍କୁ ଆଉ ଗୋଟିଏ ରୋଟି ଆଣି ଦେଇ ଦେଇଥିଲା । ନାତି ଜିଦ୍ କରିବାରୁ ସେ ସେହି ରୋଟିକୁ ଖାଇଦେଲେ । ତାପର ଠାରୁ ବୋହୂ ତାଙ୍କୁ ବହୁତ୍ ପିଟୁଛନ୍ତି ।

ଦେଖନ୍ତୁ ଭାଇରାଲ ଭିଡିଓ :-

ବୋହୂ ପିଟୁଥିବା କାରଣରୁ ବିଚଳିତ ବୃଦ୍ଧ ଶନିବାର ଦିନ ଅଭିଯୋଗ ନେଇ ଏସଏସପିଙ୍କ ସହିତ ଦେଖା କରିବାକୁ ଗଲେ । ଅଭିଯୋଗ ରହିଛି ଯେ ପୁଅ ବୃଦ୍ଧ ମାଙ୍କୁ ପିଟିବାକୁ ନେଇ ବିରୋଧ କଲା, ତେଣୁ ବୋହୂ ପୁଣି ତାଙ୍କୁ ପିଟିବା ଆରମ୍ଭ କଲା । ତାଙ୍କୁ ବଞ୍ଚାଇବା ଚେଷ୍ଟାରେ ସ୍ବାମୀ ମଧ୍ୟ ତାଙ୍କ ସହିତ ମାରପିଟ କରିଥିଲେ । ବୃଦ୍ଧ ମହିଳା ଏସଏସପିଙ୍କୁ ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି । ଏସଏସପି ପୁରା ମାମଲାକୁ ଯାଞ୍ଚ କରିବାପାଇଁ ମହିଳା ଥାନାକୁ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.