COVID Side Effect: କରୋନା କବଜାରେ ଆସିଲେ ଏହି ମଡ଼େଲ୍,କା-ଟିବା-କୁ ପଡିଲା ଦୁଇ ଗୋଡ଼,ତଥାପି ଖୁସି ଅଛନ୍ତି,ଜାଣନ୍ତୁ କାରଣ …..

0

Get real time updates directly on you device, subscribe now.

COVID Side Effect: କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ବଦଳେଇକି ରଖିଦେଇଛି । ମହାମାରୀ କାରଣରୁ ଅନେକ ଲୋକଙ୍କ ଜୀବନ ନଷ୍ଟ ହୋଇଯାଇଛି । କରୋନାରେ ଶି-କା-ର ହୋଇଥିବା ମଡେଲଙ୍କୁ ତାଙ୍କର ଗୋଡ଼ ହରେଇବାକୁ ପଡିଛି । କରୋନା ଚିକିତ୍ସା ସମୟରେ ଗୋଡ଼ ହରେଇଥବା ମଡେଲ ହେଉଛନ୍ତି ଆମେରିକାର ବାସିନ୍ଦା ଯାହାଙ୍କ ନାମ ହେଉଛି କ୍ଲେୟର ବ୍ରଜେସ୍ । ବର୍ତ୍ତମାନ ତାଙ୍କ ବୟସ ହେଉଛି ମାତ୍ର ୨୧ ବର୍ଷ ।

ମଡେଲ କ୍ଲେୟର ଫୁଲି ଭ୍ୟାକ୍ସିନେଟେଡ଼ ଥିଲେ,କିନ୍ତୁ ଏହା ପରେ ମଧ୍ୟ ସେ କରୋନା ସଂକ୍ରମିତ ହୋଇଯାଇଥିଲେ । ତାଙ୍କର ହସ୍ପିଟାଲରେ ଦୁଇ ମାସ ପର୍ଯ୍ୟନ୍ତ କରୋନାର ଚିକିତ୍ସା ଚାଲିଥିଲା ଯାହା ପରେ ସେ କିଛି ଦିନ ପୂର୍ବରୁ ଘରକୁ ଫେରିଛନ୍ତି । କଠିନ ପରିସ୍ଥିତିରୁ ବାହାରିବା ପରେ କ୍ଲେୟାର ବ୍ରିଜ୍ ବହୁତ ଖୁସି ଅଛନ୍ତି । ବ୍ରିଜ୍ ଏକ ମଡେଲ୍ ହେବା ସହ ବି ଜଣେ ପର୍ବତାରୋହୀ ବି ଅଟନ୍ତି ଯିଏ ଆମେରିକାର ଫ୍ଲୋରିଡା ରେ ରୁହନ୍ତି ।

ଦୁନିଆରେ କରୋନା ମହାମାରୀ କାରଣରୁ ଅନେକ ଲୋକଙ୍କ ଜୀବନ ନ-ଷ୍ଟ ହୋଇଯାଇଛି । ଦୁନିଆରେ ଏହି ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃ-ତ୍ୟୁ ହୋଇସାରିଛି । କିନ୍ତୁ କ୍ଲେୟର ବ୍ରିଜେସ୍ ଭାଗ୍ୟଶାଳୀ ଅଟନ୍ତି କି ସେ ଦୁଇ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବା ପରେ ନିରାପଦ ହୋଇ ଘରକୁ ଫେରିଛ ଆସିଛନ୍ତି । ତେବେ ସେ କରୋନା ଭାଇରସ୍ କାରଣରୁ ନିଜ ଗୋଡ଼ ହରେଇ ଦେଇଛନ୍ତି ।

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ,ମଡେଲ ଏବଂ ପର୍ବତାରୋହୀ କ୍ଲେୟର କରୋନା ମହାମାରୀ ରୁ ବଂଚିବା ପାଇଁ ଭ୍ୟାକ୍ସିନ ଲଗେଇଥିଲେ,କିନ୍ତୁ ସେ ଜାନୁଆରୀ ମାସରେ କରୋନା ସଂକ୍ରମିତ ହୋଇଗଲେ ।

କରୋନା ସଂକ୍ରମିତ ହେବା ପରେ ବ୍ରିଜେସ୍ ଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା । ବ୍ରିଜେସ୍ ହୃଦୟ ସହ ଜଡିତ ବେମାରୀ ରେ ପୀ-ଡି-ତ ଅଛନ୍ତି । ଏହି କାରଣରୁ ତାଙ୍କ ଅବସ୍ଥା ଶୀଘ୍ର ଖରାପ ହୋଇଗଲା । ଏହା ପରେ ତାଙ୍କୁ 16ଜାନୁଆରୀ କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

ବ୍ରିଜେସ୍ ଙ୍କ ଯାଞ୍ଚ କରାଗଲା ତ ଆଶ୍ଚର୍ଯ୍ୟ କରିବା ଭଳି ସୂଚନା ସାମ୍ନାକୁ ଆସିଲା । ଯାଞ୍ଚରେ ଖୁଲାସା ହେଲା କି ସେ କରୋନା ମାୟୋକାର୍ଡାଇଟିସ୍, ସିଆନୋଟିକ୍, ଏସିଡୋସିସ୍, ରାବଡୋମିଓଲିସିସ୍ ଏବଂ ନିମୋନିଆରେ ପୀ-ଡି-ତ ଅଛନ୍ତି । କରୋନା ସଂକ୍ରମିତ ହେବା ପରେ ବ୍ରିଜେସ୍ ଙ୍କ ଲିଭର ଖରାପ ହୋଇଗଲା ଏବଂ ତାଙ୍କୁ କିଡନୀ ଫେଲ୍ ହେବା ପରି କଷ୍ଟର ସାମ୍ନା କରିବାକୁ ପଡିଲା ।

ପ୍ରତିବନ୍ଧିତ ରକ୍ତ ପ୍ରବାହ କାରଣରୁ ତାଙ୍କ ଗୋଡ ଖରାପ ହେଉଥିଲା । ଏହି କାରଣରୁ ଡାକ୍ତରମାନେ ବ୍ରିଜେସ୍ ଙ୍କ ଦୁଇ ଗୋଡ଼ କୁ କଟିବାର ନିଷ୍ପତି ନେଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ,ବ୍ରିଜେସ୍ ଆର୍ଟିକ୍ ଭାଲ୍ ଷ୍ଟେନୋସିସ୍ ସହିତ ଜନ୍ମ ନେଇଥିଲେ ।

ମଡେଲ କ୍ଲେୟର ବ୍ରିଜେସ୍ ଙ୍କ ମାତ୍ର ନଅ ବର୍ଷ ବୟସରେ ଓପନ ହାର୍ଟ ସର୍ଜରୀ ହୋଇଥିଲା । ଜନ୍ମ ହେବା ପରେ ହିଁ ତାଙ୍କୁ ଅନେକ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ କରୋନା ମହାମାରୀ ତାଙ୍କ ଜୀବନକୁ ବଦଳେଇ ଦେଲା ।

କରୋନା ଦ୍ୱାରା ପୀ-ଡି-ତ ହେବା ପରେ ମଧ୍ୟ କ୍ଲେୟର ବ୍ରିଜେସ୍ ମନବଳ ହାରିନଥିଲେ । ହସ୍ପିଟାଲରୁ ଛୁଟି ପରେ ବର୍ତ୍ତମାନ ସେ ଖୁସି ଖୁସି ତାଙ୍କ ଜୀବନ ବଞ୍ଚୁଛନ୍ତି । କିଛି ଦିନ ପୂର୍ବରୁ ହିଁ ତାଙ୍କ 21ତମ ଜନ୍ମଦିନ ଥିଲା ଯାହାକୁ ସେ ଧୁମଧାମ ର ସହ ପାଳନ କରିଥିଲେ । ତାଙ୍କ ପିତାଙ୍କ କହିବା ଅନୁଯାୟୀ ବ୍ରିଜେସ୍ ଜୀବନ ବଞ୍ଚିଗଲା ଯେଉଁଥିପାଇଁ ସେ ଖୁସି ଅଛନ୍ତି ।

Leave A Reply

Your email address will not be published.