ମାତ୍ର ୧୫୦୦ ଟଙ୍କା ଲଗାଇଲେ,ଲକ୍ଷପତି ଵନେଇ ଦେଵ ପୋଷ୍ଟ ଅଫିସର ଏହି ଧମାକାଦାର ସ୍କିମ ,ମିଳିବ ୩୫ ଲକ୍ଷ,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆଜିର ସମୟରେ ସମସ୍ତେ ଅଧିକରୁ ଅଧିକ ଟଙ୍କା ଆୟ କରିବାକୁ ଉପାୟ ଖୋଜୁଛନ୍ତି|ଲୋକମାନେ ଚାହୁଁଛନ୍ତି ଯେ ତାଙ୍କର ପରିଶ୍ରମର ଟଙ୍କା କେଉଁଠି ନା କେଉଁଠି ନିବେଶ କରିବା|ଲୋକମାନେ ଏହା ମଧ୍ୟ ଚାହୁଁଛନ୍ତି ଯେଉଁଠି ବି ନିବେଶ କରୁ ସୁରକ୍ଷିତ ଓ ଭଲ ରିଟର୍ଣ ମିଳୁ|ଗତ କିଛି ବର୍ଷ ଧରି ଲୋକମାନେ ଟଙ୍କା ବ୍ୟାଙ୍କ ପରିବର୍ତ୍ତେ ଷ୍ଟକ,ମ୍ୟୁଚୁଆଲ ଫଣ୍ଡ,କ୍ରିପ୍ଟୋ ଆଦିରେ ନିବେଶ କରୁଛନ୍ତି|

କିନ୍ତୁ ଏକ୍ଷେତ୍ରରେ ନିବେଶ ଟିକେ ରିସ୍କ|ଯଦି ମାର୍କେଟ ପରଫରମାନ୍ସ ଭଲ ତେଵେ ଭଲ ରିଟର୍ଣ ମିଳିବ କିନ୍ତୁ ଯଦି ଖସିଗଲା ତେବେ କ୍ଷତି ସହିବାକୁ ପଡ଼ିଥାଏ|ତେଣୁ ସମସ୍ତେ ବିନା କ୍ଷତିପୂରଣରେ ନିବେଶ ପାଇଁ ବିକଳ୍ପ ଖୋଜିଥାନ୍ତି|

ଯଦି ଆପଣ ଟଙ୍କା ନିବେଶ ପାଇଁ ଇଛୁକ ଯେଉଁଥିରେ ଟଙ୍କା ବୁଡିବାର ଆଶା କମ ଓ ଭଲ ରିଟର୍ଣ ମିଳିବ ତେଣୁ ଆପଣ ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କରିପାରିବେ|ଯଦିଓ ଆଜିର ଇଣ୍ଟରନେଟ ଜମାନାରେ ପୋଷ୍ଟ ଅଫିସରେ ଭିଡ କମି ଯାଇଛି କିନ୍ତୁ ସେ ଆଜିବି ଆକର୍ଷଣ ଅଫର ନେଇ ଆସିଛି|

ଆଜି ମୁଁ ଏହି ଯୋଜନା ବିଷୟରେ କହିବି ଯାହା ଆପଣଙ୍କୁ ଲକ୍ଷପତି ବନାଇ ଦେଇପାରେ|ଏହି ସରକାରୀ ସ୍କିମ ଅନ୍ତର୍ଗତ ଆପଣଙ୍କୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହେବ|

ଏହି ଯୋଜନାର ନାମ ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନା|ଏଥିରେ ଆପଣଙ୍କୁ ମାସିକ ୧୫୦୦ ଟଙ୍କା ନିବେଶ କରିଲେ ୩୫ ଲକ୍ଷ ଟଙ୍କା ମିଳି ପାରିବ|

ଗ୍ରାମ ସୁରକ୍ଷା ଯୋଜନାରେ ଏକ ଭଲ ଯୋଜନା ସହ ଭଲ ରିଟର୍ଣ ମିଳିବ|ଏହା ଏକ ବୀମା ଯୋଜନା|ଏହାକୁ ୧୯-୫୫ ବର୍ଷ ବୟସର ବ୍ୟକ୍ତି ନେଇ ପାରିବେ|ଏହାର ନ୍ୟୁନତମ ବୀମା ରାଶି ୧୦ ହଜାର ଓ ଅଧିକ ୧୦ ଲକ୍ଷ ଅଟେ|

ଯଦି ଆପଣ ଏହି ପଲିସି କିଣନ୍ତି ତେଵେ ଏହାପରେ ଆପଣ ଲୋନ ମଧ୍ୟ ନେଇ ପାରିବେ|କିନ୍ତୁ ପଲିସି କିଣିବାର ୪ ବର୍ଷ ପରେ ଲୋନ ନେଇ ପାରିବେ|ଏଥିରେ ପ୍ରିମିୟମ ମାସିକ, ତ୍ରୈମାସିକ, ବାର୍ଷିକ ଦେଇ ପାରିବେ|ଏଥିରେ ପ୍ରିମିୟମ ପେମେଣ୍ଟର ୩୦ ଦିନ ରିହାତି ମିଳିବ|

ଏହି ଯୋଜନାରେ ଯଦି ଆପଣ ୧୯ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କାର ଗ୍ରାମ ସୁରକ୍ଷା ଯୋଜନା କିଣନ୍ତି ତେବେ ଆପଣଙ୍କୁ ୫୫ ବର୍ଷ ପାଇଁ ମାସିକ ୧୫୧୫ ଟଙ୍କା ଦେବାକୁ ପଡିବ|ଯଦି ୫୮ ବର୍ଷ ପାଇଁ କିଣନ୍ତି ତେଵେ ମାସିକ ୧୪୬୩ ଟଙ୍କା ଦେବାକୁ ପଡିବ|୬୦ ବର୍ଷ ପାଇଁ ମାସିକ ୧୪୧୧ ଟଙ୍କା ଦେବାକୁ ପଡିବ|

ପ୍ରିମିୟମ ୫୫ ବର୍ଷ ହେଲା ପରେ ଗ୍ରାହକକୁ ୩୧.୬୦ ଲକ୍ଷ ଟଙ୍କା ମିଳିବ|୫୮ ବର୍ଷ ପୂରଣ ହେଲେ ୩୩.୪୦ ଲକ୍ଷ ଟଙ୍କା ଓ ୬୦ ବର୍ଷ ପୂରଣ ହେଲେ ୩୪.୬୦ ଲକ୍ଷ ଟଙ୍କାର ମାଚ୍ୟୁରିଟି ମିଳିବ|ଏହା ବ୍ୟତୀତ ୩ ବର୍ଷ ପରେ ଗ୍ରାହକ ପଲିସି ସରେଣ୍ଡର କରିପାରିବେ|ଏହାକୁ ଇଣ୍ଡିଆ ପୋଷ୍ଟରୁ ନେଇ ପାରିବେ|ଗ୍ରାହକଙ୍କୁ ୬୫ ଟଙ୍କା ବୋନସ ପ୍ରତି ୧୦୦୦ ରେ ମିଳିବ|

Leave A Reply

Your email address will not be published.