କିଣିବାକୁ ଯାଉଛନ୍ତି କି Window କିମ୍ବା split AC ? ତା ପୂର୍ବରୁ ଜାଣିନିଅନ୍ତୁ ଏହି ୫ଟି କଥା !

0

Get real time updates directly on you device, subscribe now.

ଯେମିତି ଗରମ ଦିନ ଆସିଥାଏ ସେହିପରି ଲୋକେ ନିଜର ଏସି ଫିଲଟରକୁ ସଫା କରିବା ସହିତ ଗ୍ୟାସ ଭରିଥାନ୍ତି। ଯେଉଁ ଲୋକମାନେ ଏକ ନୂଆ AC କିଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ Voltas, Blue Star, Whirlpool, LG, Panasonic, Samsung ଓ Hitachi ଭଳି କେତେକ କମ୍ପାନୀ ରହିଛି।

ଯଦି ଆପଣ ନିଜର ବେଡ଼ ରୁମ ପାଇଁ ନୂଆ ଏସି କିଣିବାକୁ ଚାହାଁନ୍ତି ତାହେଲେ ସର୍ବପ୍ରଥମେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡ଼ିବ। ଆପଣଙ୍କୁ ନିଜର ବଜେଟ ମଧ୍ୟ ସେଟ କରିବାକୁ ହେବ। କେତେକ କମ୍ପାନୀ ଏୟାର କଣ୍ଡିସନ ଉପରେ ନିଜର ବଜେଟ ସେଟ କରିଥାନ୍ତି। ନିଜ ଘରକୁ ଏୟାର କଣ୍ଡିସନର ଆଣିବାପାଇଁ ଆପଣଙ୍କୁ ଏହିକଥାର ଧ୍ୟାନ ରଖିବାକୁ ହେବ।

ମାର୍କେଟରେ ଦୁଇ ପ୍ରକାରର ଏୟାର କଣ୍ଡିସନିଂ Window Ac ଓ Split Ac ମିଳିଥାଏ।

Window Ac:-

Window ଏୟାର କଣ୍ଡିସନିଂ ବହୁତ ବଡ଼ ହୋଇଥାଏ ଓ ଏକ ଚେସିସ ଭିତରେ ସବୁ କମ୍ପୋନେଣ୍ଟକୁ ସାମିଲ କରିଥାଏ। Window Ac ରେ ରିପେୟରିଂ ମୂଲ୍ୟ କମ ହେବା କାରଣରୁ ଏହା Split Ac ତୁଳନାରେ ବହୁତ ଶସ୍ତା ହୋଇଥାଏ।

Split Ac ଆପଣଙ୍କୁ ସାଧାରଣତଃ ସମସ୍ତଙ୍କ ଘରେ ମିଳିଯିବ। Split Ac କୁ କମ୍ପ୍ରେସର ଓ ହିଟ ଡିସ୍ପେନସିଂ କଏଲକୁ ଆପଣଙ୍କ ଘର ବାହାର ବାଲା ୟୁନିଟରେ ଅଲଗା କରି ରଖାଯାଇଥାଏ। Window Ac ତୁଳନାରେ Split Ac ମେଣ୍ଟେନାନ୍ସ ବହୁତ ଅଧିକ ହୋଇଥାଏ।

କାପାସିଟି କୁ ଜାଣନ୍ତୁ:-

Ac ସର୍ବଦା ରୁମ ର ସାଇଜକୁ ଦେଖି କିଣାଯାଇଥାଏ। ଯଦି ଆପଣଙ୍କ ପାଖରେ ଏକ ଛୋଟ ରୁମ ରହିଛି ତାହେଲେ ଆପଣଙ୍କୁ 1 ଟନ କାପାସିଟି ଵାଲା ଏୟାର କଣ୍ଡିସନର ଅପ୍ସନ ବାଛିବାକୁ ପଡ଼ିବ। ସେହିପରି ମିଡିୟମ ଓ ବଡ଼ ରୁମ ପାଇଁ 1.5 ରୁ 2 ଟନ କାପାସିଟି ହେବା ଆବଶ୍ୟକ। ଯଦି ଆପଣ ଏକ ବଡ଼ ରୁମ ରେ ଏୟାର କଣ୍ଡିସନର ଇଂଷ୍ଟେଲ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କୁ 2 ଟନ Ac ଅପ୍ସନ ବାଛିବାକୁ ପଡ଼ିବ।

ରେଟିଂ ଓ ଷ୍ଟାର କୁ ଦେଖନ୍ତୁ:-

ଯଦି ଆପଣ ଏୟାର କଣ୍ଡିସନର କିଣୁଛନ୍ତି ତାହେଲେ ରେଟିଂ ସବୁଠାରୁ ଜରୁରୀ କଥା ହେବ। ସମସ୍ତ କଣ୍ଡିସନର ରେଟିଂ କିମ୍ବା ଷ୍ଟାର ସହିତ ଆସିଥାଏ। ଯେତେ ଅଧିକ ଷ୍ଟାର ହେବ ମେସିନ ସେତେ ଅଧିକ ଏଫିସିଏନ୍ସି ପ୍ରଦାନ କରିବ। 5 ଷ୍ଟାର ବାଲା ବାଲା Ac 3 ଷ୍ଟାର Ac ତୁଳନାରେ ଅଧିକ ଏଫିସିଏନ୍ସି ଦେଇଥାଏ। ଯଦି ଆପଣ ନିଜର ମାସିକ ପାୱାର ବିଲ ବଞ୍ଚାଇବାକୁ ଚାହୁଁଛନ୍ତି ତାହେଲେ 5 ଷ୍ଟାର Ac ଚୟନ କରନ୍ତୁ। ରିପୋର୍ଟସ ମୁତାବିକ 5 ଷ୍ଟାର ଆସି 1 ଷ୍ଟାର Ac ମୁକାବିଲାରେ 35 ପ୍ରତିଶତ ଅଧିକ ଏଫିସିଏଣ୍ଟ ହୋଇଥାଏ। ଧ୍ୟାନ ଦେବାର କଥା ଏହାକି ଯେ, 5 ଷ୍ଟାର Ac ବାକି Ac ଠାରୁ ବହୁତ ମହଙ୍ଗା ଅଟେ।

କମ ନଏଜ ବାଲା Ac ର ଚୟନ:-

ଆପଣଙ୍କୁ ସର୍ବଦା ଶୋର ଆଧାରରେ ଏୟାର କଣ୍ଡିସନିଂ ବାଛିବାକୁ ପଡ଼ିବ। ଯଦି ଆପଣଙ୍କ ଘରେ ବହୁତ ଲୋକ ଅଛନ୍ତି ତାହେଲେ ଆପଣଙ୍କୁ ସାଇଲେଣ୍ଟ କଣ୍ଡିସନର କୁ ଚୟନ କରିବାକୁ ପଡ଼ିବ। କିଛି ନୂଆ କଣ୍ଡିସନର ସାଇଲେଣ୍ଟ କିମ୍ବା ଏୟାରମୋଡ଼ ଭଳି ଫିଚର୍ସ ସହିତ ଆସିଥାଏ। ଆପଣ ଏମିତି ମେସିନ ଅପ୍ସନ ମଧ୍ୟ ଚୟନ କରିପାରିବେ। ଧ୍ୟାନ ଦେବାର କଥା ଏହାକି ଯେ, Window Ac Split Ac ଠାରୁ ଅଧିକ ସାଉଣ୍ଡ କରିଥାଏ।

ଆଫ୍ଟର ସେଲ ସର୍ଭିସ:-

ସମସ୍ତ Ac ସାଧାରଣତଃ Split Ac ଭିତରେ କମ୍ପ୍ଲେକ୍ସ ଓ ମେକାନିକାଲ ଟେକ୍ନୋଲୋଜି built ଇନ ହୋଇଥାଏ। ଏହାର ଅର୍ଥ ତାଙ୍କୁ କାମ କରିବା କଣ୍ଡିସନରେ ମଧ୍ୟ ସର୍ଭିସିଂର ଦରକାର ହୋଇଥାଏ। ଆପଣଙ୍କୁ ସର୍ବଦା ଭଲ ସର୍ଭିସ ଦେଉଥିବା Ac କୁ ଚୟନ କରିବାକୁ ହେବ। କେବଳ Ac କିଣନ୍ତୁ ନାହିଁ ଏହାର ଆଫ୍ଟର ସେଲ ସର୍ଭିସକୁ ଧ୍ୟାନରେ ରଖି ଏହାର ଚୟନ କରନ୍ତୁ।

Leave A Reply

Your email address will not be published.