ପ୍ରେମରେ ଅନ୍ଧ ପ୍ରେମିକା ପ୍ରେମିକକୁ ଦେଖା କରିବ ପାଇଁ ୫,୦୦୦ କି.ମି.ପାର କରିଗଲେ, ହେଲେ ଧୋକା-ବାଜ୍ ପ୍ରେମିକ ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରିଦେଲା।

0

Get real time updates directly on you device, subscribe now.

ପ୍ରେମ ଏକ ଅତି ସୁନ୍ଦର ଶବ୍ଦ।ଦୁଇ ଲୋକଙ୍କ ମନ ମିଶିଲେ ପ୍ରେମ ସାର୍ଥକ ହୋଇଥାଏ।ଯେଉଁ ସମ୍ପ-ର୍କରେ ପ୍ରେମ ନାହିଁ ସେହି ସ-ମ୍ପର୍କ କୁ ସ-ମ୍ପର୍କ କୁହାଯାଏ ନାହିଁ।ସବୁ ସମ୍ପ-ର୍କରେ ପ୍ରେମ ନିହାତି ଆବଶ୍ୟକ।ତେବେ କଥା ତ ଅଛି ଯେ ମଣିଷ ବେଳେ ବେଳେ ପ୍ରେମରେ ଅନ୍ଧ ହୋଇଯାଏ।ଆଉ ସେଇ ପ୍ରେମ ପାଇବା ପାଇଁ କିଛି ବି କରିପାରେ।

ଆଜି କାଲି ଦୁନିଆ ରେ ପ୍ରେମକୁ ସବୁ ଖେଳଘର କରି ସାରିଲେଣି।ନିଜ ସ୍ବାର୍ଥ ପାଇଁ ଆଜିକାଲି ଲୋକ ମାନେ ଭଲ ପାଉଛନ୍ତି।ପ୍ରେମ ରେ କେବେ ପ୍ରେମିକା ଧୋ-କା ଦିଏ ତ କେବେ ପ୍ରେମିକ।ଆଉ ବେଳେ ବେଳେ ତୋ ଜୀବନ ମଧ୍ୟ ନେଇଯାଉଛନ୍ତି।ଏମିତି କିଛି ଘଟଣା ଘଟିଛି ଯେଉଁଠି ପ୍ରେମିକା ପ୍ରେମିକକୁ ଦେଖା କରିବ ପାଇଁ ୫,୦୦୦ କି.ମି. ଅତିକ୍ରମ କରି ଯାଇଛନ୍ତି ହେଲେ ପ୍ରେମିକ ତାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫୋପଡ଼ିଛି।

ଘ-ଟଣା ଟି ହେଉଛି ଅନ୍‌ଲାଇନ୍‌ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହ-ତ୍ୟା କରିଥିଲା। ପ୍ରେମିକାକୁ ହ-ତ୍ୟା ପରେ ଜହ୍ଲାଦ ପ୍ରେମିକ ମୃ-ତଦେ-ହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗି ଦେଇଥିଲା। ବିଭିନ୍ନ ସ୍ଥାନରୁ ଖଣ୍ଡ ଶରୀର ଜ-ବତ କରାଯାଇଛି।

ଅଭିଯୋଗ ଅନୁସାରେ, ଯୁବତୀଙ୍କ ଅର୍ଗାନ୍ ପାଇଁ ଏହି ହ-ତ୍ୟାକା-ଣ୍ଡ ଟି ହୋଇଛି।ସୂଚନା ଅନୁସାରେ, ପେରୁରେ ରହୁଥିବା ୩୧ ବର୍ଷୀୟ ଜୁଆନ୍‌ ଭିଲାଫୁଏଟ୍ରେଙ୍କ ସହ ମେକ୍ସିକୋର ୫୧ ବର୍ଷୀୟ ବ୍ଲାଙ୍କା ଅରେଲାନୋଙ୍କ ଅନ୍‌ଲାଇନ୍‌ରେ ପରିଚୟ ହୋଇଥିଲା।

କିଛି ମାସ୍‌ ଚାଟିଂ ପରେ ଜୁଆନ୍‌ଙ୍କୁ ଭେଟିବା ପାଇଁ ବ୍ଲାଙ୍କା ଯୋଜନା କରିଥିଲେ।ଏହାପରେ ସେ ୫,୦୦୦ କି.ମି. ଦୂର ଯାତ୍ରା କରି ହୁଆଚୋ ସହରରେ ପହଞ୍ଚି ଥିଲେ। ସେଠାରେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ନଭେମ୍ବର ୭ରେ ବ୍ଲାଙ୍କା ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।

ଜୁଆନ୍‌ଙ୍କୁ ସେ ଭଲ ପାଉଥିବା କଥା ଓ ପେରୁରେ ଥିବା କଥା ମଧ୍ୟ ଜଣାଇଥିଲେ। ଶେଷଥର ପାଇଁ ବ୍ଲାଙ୍କା ନିଜ ଭାଣିଜୀଙ୍କ ସହ କଥା ହୋଇଥିଲେ। ଏହାପରେ ଆଉ ବ୍ଲାଙ୍କାଙ୍କ ନା କୌଣସି ଫୋନ୍‌ କଲ୍‌ ଆସିଥିଲା ନା କୌଣସି ମେସେଜ୍‌। କିଛି ସପ୍ତାହ ପରେ ବ୍ଲାଙ୍କାଙ୍କ କୌଣସି ଉତ୍ତର ନମିଳିବାରୁ ଘର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା।

ଶେଷରେ ପରିବାର ଲୋକ ସୋସିଆଲ୍‌ ମିଡିଆରେ ବ୍ଲାଙ୍କାଙ୍କ ଫଟୋ ପୋଷ୍ଟ କରିବା ସହ ତାଙ୍କୁ ଖୋଜିବା ପାଇଁ ନିବେଦନ କରିଥିଲେ। ପୋ-ଲିସ୍‌ ମଧ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା ହେଲେ କିଛି ଫାଇଦା ମିଳିନଥିଲା। ଏହାସହ ଜୁଆନ୍‌ଙ୍କ ସହ କଥା ହୋଇଥିବା ଏକ ଚାଟିଂ ମଧ୍ୟ ସେଆର୍ କରାଯାଇଥିଲା। ଏଥିରେ ଜୁଆନ୍‌ କହିଥିଲେ ଯେ, ବ୍ଲାଙ୍କା ଏଠାରେ ବହୁତ ବୋର୍‌ ହେଉଛନ୍ତି। ସେ ଯାହା ଚାହୁଁଥିଲେ, ମୁଁ ତାହା ଦେଇପାରିଲିନି।ଏଥିପାଇଁ ସେ ମେକ୍ସିକୋ ଫେରି ଯିବାକୁ ନିଷ୍ପତ୍ତି ନେଇଥିଲେ।ହେଲେ ଘଟଣା କିଛି ଅଲଗା ଘଟିଲା।

ବ୍ଲାଙ୍କା ନିଜ ଘରକୁ ଫେରିବା ବଦଳରେ ତାଙ୍କର ମୃତଦେହ ମିଳିଥିଲା।ନଭେମ୍ବର ୧୦ରେ ସମୁଦ୍ର କୂଳରୁ ପୋ-ଲିସ୍‌କୁ ଖଣ୍ଡ ଖଣ୍ଡ ଶରୀର ମିଳିଥିଲା।ହେଲେ ମୃ-ତଦେ-ହ ଚିହ୍ନିବା କଷ୍ଟକର ହୋଇଥିଲା।ଯେତେବେଳେ ଅନ୍ୟ ଏକ ସ୍ଥାନରୁ କଟା ଆଙ୍ଗୁଠି ମିଳିଥିଲା, ଏହାପରେ ପୁରା ଘଟଣାର ଖୁଲାସା ହୋଇଥିଲା।

ଆଙ୍ଗୁଠିରେ ଏକ ରୁପାର ମୁଦି ପିନ୍ଧା ଯାଇଥିଲା।ତେବେ ଏହି ମୁଦି ଆଉ କାହାର ନୁହେଁ ବରଂ ବ୍ଲାଙ୍କାଙ୍କର ବୋଲି ଜଣାପଡ଼ିଥିଲା।ଏହାପରେ ଅଲଗା- ଅଲଗା ସ୍ଥାନରୁ କ-ଟାମୁ-ଣ୍ଡ, ହାତ ଇତ୍ୟାଦି ଜବତ କରାଯାଇଥିଲା।ସବୁ ଖଣ୍ଡ ଖଣ୍ଡ ଶରୀର ଜବତ ପରେ ଶେଷରେ ଜଣାପଡ଼ିଥିଲା ଏହା ବ୍ଲାଙ୍କାଙ୍କ ମୃ-ତଦେ-ହ। ହ-ତ୍ୟାକା-ଣ୍ଡକୁ ନେଇ ନଭେମ୍ବର ୧୭ରେ ପୋ-ଲିସ୍‌ ଜୁଆନ୍‌କୁ ଗି-ରଫ କରିଛି। ଜୁଆନ୍‌ ବିରୋ-ଧରେ ହ-ତ୍ୟା ବ୍ୟତୀତ ମନୁଷ୍ୟ ଅଙ୍ଗ ଚାଲାଣ ଅଭି-ଯୋଗ ମଧ୍ୟ ଲଗାଯାଇଛି। ବର୍ତ୍ତମାନ ସେ ଜେ-ଲ୍‌ରେ ଅଛି। ଏହାସହ ପୋ-ଲିସ୍‌ ଘଟ-ଣାର ତ-ଦନ୍ତ ଚଳାଇଛି।

Leave A Reply

Your email address will not be published.