ମାର୍ଚ୍ଚ ୨୫ ତାରିଖରେ ଶେଷ ହେବକି ଋଷ-ୟୁକ୍ରେନ ଯୁଦ୍ଧ ନା ଦୁନିଆ ଦେଖିବ ତୃତୀୟ ବିଶ୍ୱଯୁଦ୍ଧର ମହାବିନାଶ ? ଜାଣନ୍ତୁ ଏହି ଦିନ ଏତେ ଖାସ କାହିଁକି

0

Get real time updates directly on you device, subscribe now.

ଆଜିକୁ ଲଗାତର ୨୭ ଦିନ ହୋଇଯିବ ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଋଷ କ୍ରମାଗତ ୟୁକ୍ରେନ ଉପରେ ମିସାଇଲ ମାଡ଼ କରୁଛି। ଯାହା ଫଳରେ ୟୁକ୍ରେନର ଅଧିକାଂଶ ସହର ବର୍ତ୍ତମାନ ଶ୍ମଶାନରେ ପରିଣତ ହୋଇଯାଇଛି। ସେପଟେ ମାର୍ଚ୍ଚ ୨୫ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ସ୍ଥିର କରିବଯେ ଏହି ଯୁଦ୍ଧ ବନ୍ଦ ହେବ ନା ଏହା ଆହୁରି ଭୟଙ୍କର ରୂପ ନେଇ ଦୁନିଆ ତୃତୀୟ ବିଶ୍ୱଯୁଦ୍ଧର ମହା ବିନାଶ ଦେଖିବ? ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମାର୍ଚ୍ଚ ୨୫ ତାରିଖରେ ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡକୁ ଯାଉଛନ୍ତି, ଯାହା ନା କେବଳ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କ୍ରୋଧକୁ ଆହୁରି ବଢ଼ାଇଦେବ, ବରଂ ପରସ୍ଥିତିକୁ ଆହୁରି ଖରାପ ମଧ୍ୟ କରିଦେଇପାରେ। ମୁଖ୍ୟତଃ, ବାଇଡେନ ନାଟୋ ଦେଶଗୁଡ଼ିକ ସହ ମିଶି ଋଷକୁ ଘେରିବା ପାଇଁ ଏକ ଜବରଦସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି।

ସାମରିକ ବିଶେଷଜ୍ଞମାନେ ମାନନ୍ତିଯେ, ଯଦିଓ ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ସିଧା ସଳଖ ସାମିଲ ହେବାକୁ ଏଡ଼ାଇ ଯାଉଥିଲା, ବାଇଡେନଙ୍କ ପୋଲାଣ୍ଡ ଗସ୍ତକୁ ଋଷ ବିରୁଦ୍ଧରେ ସିଧାସଳଖ ନାଟୋ ଦେଶଗୁଡିକୁ ଏକତ୍ର କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ପ୍ରୟାସ ଭାବରେ ଦେଖାଯାଉଛି। ଯଦି ସରଳ ଭାଷାରେ କହିବା, ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଇଚ୍ଛା ପୂରଣ କରିଛନ୍ତି, ଯେଉଁଥିପାଇଁ ସେ ଏତେ ଦିନ ଧରି ଆମେରିକା ସମେତ ପାଶ୍ଚାତ୍ୟ ଦେଶରୁ ସାହାଯ୍ୟ ମାଗିଆସୁଥିଲେ। ସେମାନଙ୍କ କହିବା ଅନୁସାରେ, ବର୍ତ୍ତମାନ କେବଳ ଦୁଇଟି ପରିଣାମ ଦେଖିବାକୁ ମିଳିପାରେ, ପ୍ରଥମଟି ହେଉଛି ଆମେରିକା ସମେତ ନାଟୋ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି ଓ ଏହାକୁ ଦେଖି ପୁଟିନ ଯୁଦ୍ଧକୁ ରୋକି ଦେଇପାରନ୍ତି, ଯାହାର ସମ୍ଭାବନା ବହୁତ କମ ରହିଛି। ଦ୍ୱିତୀୟଟି ହେଉଛି ଏପରି ଏକଜୁଟ ଶକ୍ତିକୁ ଦେଖି ପୁଟିନ ଏତେ ପରିମାଣରେ କ୍ରୋଧିତ ହୋଇଯିବେ କି ପରମାଣୁ ଅସ୍ତ୍ରଶସ୍ତ୍ର ଆଦୌ ବ୍ୟବହାର କରିବା ପାଇଁ ବିଳମ୍ବ କରିବେ ନାହିଁ।

ଉଲ୍ଲେଖଥାଉ କି, ବାଇଡେନଙ୍କ ବୟାନ ଯୋଗୁଁ ଋଷର ପାରା କେତେ ପରିମାଣରେ ବୃଦ୍ଧି ପାଇଛି, ଏହି ବିଷୟରେ ସୋମବାର ଜଣାପଡ଼ିଯାଇଥିଲା, ଯେତେବେଳେ ଋଷ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଅତ୍ୟନ୍ତ କଡ଼ା ଭାଷାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ନିଜ ଯୋଜନା ପୂରଣ କରିବାକୁ ନେଇ ଇଙ୍ଗିତ ମଧ୍ୟ ଦେଇଥିଲା। ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିବାକୁ ନେଇ ଋଷ ଆମେରିକାକୁ ଦାୟୀ କରିଛି।

ତେବେ ଆମେରିକାର ରାଷ୍ଟ୍ରପତିଙ୍କ ପୋଲାଣ୍ଡ ଗସ୍ତ ସମୟରେ ନାଟୋର ସଦସ୍ୟ ଦେଶ ଜର୍ମାନୀର ସ୍ଥିତି କ’ଣ ରହିବ ତାହା ବର୍ତ୍ତମାନ ସୁଦ୍ଧା କେହି ଜାଣି ନାହାଁନ୍ତି। କାରଣ ନାଟୋର ସମସ୍ତ ପ୍ରମୁଖ ୟୁରୋପୀୟ ଦେଶ ଋଷ ବିରୋଧରେ କଡ଼ା ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ଜର୍ମାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କୌଣସି ପଦକ୍ଷେପ ନେଇ ନାହିଁ। ଜର୍ମାନୀ ପ୍ରଥମେ ଋଷରୁ ପ୍ରାକୃତିକ ଗ୍ୟାସରୁ ନିଜର ଲାଭ ଦେଖୁଛି କାରଣ ପ୍ରତିବନ୍ଧକ ଲାଗୁ ହେବା ମାତ୍ରେ ଋଷ ତୁରନ୍ତ ନର୍ଡ଼ ଷ୍ଟ୍ରିମ ୨ ପାଇପ ଲାଇନର ପ୍ରକଳ୍ପକୁ ବନ୍ଦ କରିଦେବ।

ଏଥିପାଇଁ ଅନ୍ତର୍ଜାତୀୟ ସାମରିକ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତିଯେ କ’ଣ ବାଇଡେନ ଏଥିପାଇଁ ଜର୍ମାନୀକୁ ସହମତ କରିବାରେ ସକ୍ଷମ ହେବେ ନା ସେ ନାଟୋର ଏକମାତ୍ର ଦେଶ ହେବ, ଯିଏ ୟୁକ୍ରେନକୁ ସାମରିକ ଭାବରେ ସାହାଯ୍ୟ କରିବା ପରିବର୍ତ୍ତେ ପରୋକ୍ଷ ଭାବରେ ଋଷକୁ ସମର୍ଥନ କରିବ? ଯଦିଓ ନାଟୋର ଜଣେ ସଦସ୍ୟ ଭାବରେ ଏହା କରିବା ଜର୍ମାନୀ ପକ୍ଷରେ ସମ୍ଭବ ନୁହେଁ, କିନ୍ତୁ ଜର୍ମାନୀ ବର୍ତ୍ତମାନ ପର୍ଯ୍ୟନ୍ତ କହି ଆସୁଛିଯେ ସେ କୌଣସି ପ୍ରକାର ଯୁଦ୍ଧର ସପକ୍ଷରେ ନାହିଁ ଏବଂ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ରର ସାହାଯ୍ୟ କରିବା ଦ୍ୱାରା ଏହି ଯୁଦ୍ଧର ନିଆଁ ଆହୁରି ଜଳିବ।

କିନ୍ତୁ ବାଇଡେନଙ୍କର ୟୁରୋପୀୟ ଦେଶରେ ଗସ୍ତ ଋଷ ତଥା ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି, କାରଣ ବାଇଡେନ ପୋଲାଣ୍ଡ ପୂର୍ବରୁ ବେଲଜିୟମରେ ପହଞ୍ଚିବେ, ଯେଉଁଠାରେ ସେ ନିଜର ଭବିଷ୍ୟତର ରଣନୀତି ଉପରେ ଜି-୭ ବ୍ୟତୀତ ୟୁରୋପୀୟ ୟୁନିଅନର ନେତାଙ୍କ ସହିତ ଆଲୋଚନା କରିବେ। ହ୍ୱାଇଟ ହାଉସ ଅନୁସାରେ, ଆମେରିକାର ରାଷ୍ଟ୍ରପତି ମାର୍ଚ୍ଚ ୨୫ ତାରିଖରେ ପୋଲାଣ୍ଡର ରାଜଧାନୀ ୱାର୍ସକୁ ଯାତ୍ରା କରିବେ ଏବଂ ସେଠାରେ ସେ ପୋଲାଣ୍ଡର ରାଷ୍ଟ୍ରପତିଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ। ଏଠାରେ ଜଣାଇଦେଉଛୁଯେ, ୟୁକ୍ରେନ ଛାଡିଥିବା ୨୦ ଲକ୍ଷ ଲୋକ ବର୍ତ୍ତମାନ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି।

Leave A Reply

Your email address will not be published.