ଋଷିଆ-ୟୁକ୍ରେନ ସମର : ଆମେରିକା ଛାଡିଲା ଏକ ଲୋମହର୍ଷଣକାରୀ ଫଟୋ,ବଢ଼ିଲା ଟେନସନ !

0

Get real time updates directly on you device, subscribe now.

ଋଷ-ୟୁକ୍ରେନ ମଧ୍ୟରେ ବର୍ତ୍ତମାନ ଘମାଘୋଟ ଲଢ଼େଇ ଚାଲିଛି। ଯାହାକୁ ନେଇ ସମୁଦାୟ ବିଶ୍ୱ ମଧ୍ୟ ଚିନ୍ତାରେ ଅଛନ୍ତି। ୨୭ତମ ଦିନରେ ମଧ୍ୟ ଭୀଷଣ ଯୁଦ୍ଧ ଜାରି ରହିଛି। ୟୁକ୍ରେନର ବିଭିନ୍ନ ସହର ଉପରେ କିଞ୍ଝଲ ସୁପରସୋନିକ ପ୍ରହାର ପରେ ପରେ ଋଷ ସେନା ବର୍ତ୍ତମାନ କ୍ରୁଜ୍ ମିସାଇଲ ମାଡ଼ କରିଛି। କେମିକାଲ ପ୍ଲାଣ୍ଟ ବିସ୍ଫୋରଣରେ ଧ୍ୱଂସ ହୋଇଯାଇଛି। ଋଷ ସେନା ଉପରେ ୟୁକ୍ରେନ ମଧ୍ୟ ଏୟାର ଷ୍ଟ୍ରାଇକ କରିଛି। ଆମେରିକା ଏହାରି ମଧ୍ୟରେ ଋଷ ୟୁକ୍ରେନ ଯୁଦ୍ଧର ଏକ ଭୟାନକ ଫଟୋକୁ ସେୟାର କରିଛି।

ଋଷର ଆକ୍ରମଣ ଓ ୟୁକ୍ରେନର ମୁକାବିଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ସେନା ଋଷର ଜବରଦସ୍ତ ମୁକାବିଲା କରୁଥିବାରୁ ଋଷ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି। ଦିନକୁ ଦିନ ଅତି କଠୋର ହେବା ସହ ଋଷ ବିଧ୍ୱଂସକାରୀ ମିସାଇଲ ବ୍ୟବହାର କରୁଛି। ଋଷର ମାରାତ୍ମକ ଆକ୍ରମଣ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇଛି। ୟୁକ୍ରେନ ସହରଗୁଡିକର ବିନାଶର ନୂତନ ଚିତ୍ର ଗୁଡିକ ଯାହା ଉପଗ୍ରହ ମାଧ୍ୟମରେ ସାମ୍ନାକୁ ଆସିଛି, ଯେଉଁଥିରେ ବିନାଶର ପରିମାଣ ସ୍ପଷ୍ଟ ଦୃଶ୍ୟମାନ ହେଉଅଛି।

ଆମେରିକୀୟ କମ୍ପାନୀ ମ୍ୟାକ୍ସାର ଟେକ୍ନୋଲୋଜି ହୃଦୟବିଦାରକ ସେଟେଲାଇଟ ଚିତ୍ରଗୁଡ଼ିକୁ ପ୍ରକାଶ କରିଛି। ଯେଉଁଥିରେ ୟୁକ୍ରେନର ରାସ୍ତାଘଟା ନିର୍ଜନ ପାଲଟି ଯାଇଛି। ଘର, କୋଠା ଗୁଡିକ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଛି। ମିଶାଇଲ ଓ ବୋମାମାଡରେ ସହର ପ୍ରାୟ ଧ୍ୱଂସ ସ୍ତୁପ ପାଲଟି ଯାଇଛି। ଚାରିଆଡେ କେବଳ ଧୂଆଁ ଧୂଆଁ ଦେଖାଯାଉଛି। ଏହି ଚିତ୍ରଗୁଡ଼ିକୁ ଦେଖିଲେ ଆପଣ ଅନୁମାନ କରାଯାଇପାରେଯେ ସମଗ୍ର ୟୁକ୍ରେନ କେଉଁ ଦୁଃଖଦ ପରିସ୍ଥିତିର ସାମ୍ନା କରୁଛି।

ଚିତ୍ରଗୁଡ଼ିକୁ ଦେଖିଲେ ଏହା ସ୍ପଷ୍ଟ ହେଉଛିଯେ, ଋଷର ଆକ୍ରମଣ ପରେ ୟୁକ୍ରେନରେ କେତେ ବିପଜ୍ଜନକ ବିନାଶ ଘଟିଛି। ସେଥିପାଇଁ ବର୍ତ୍ତମାନ ୟୁକ୍ରେନର ଅଧିକାଂଶ ଅଞ୍ଚଳ ସମ୍ପୂର୍ଣ୍ଣ ନିଛାଟିଆ ବା ଖାଁ ଖାଁ ଦେଖାଯାଉଛି। ଏହା ମଧ୍ୟରେ ମିଳିତ ଜାତିସଂଘ କହିଛିଯେ, ଋଷର ଆକ୍ରମଣ ପରେ ପ୍ରାୟ ୩.୫ ମିଲିୟନ ୟୁକ୍ରେନ ବାସିନ୍ଦା ଦେଶ ଛାଡିଛନ୍ତି। ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହେବାପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଚାହୁଁଛନ୍ତି। ହେଲେ ପୁଟିନଙ୍କର ଦାବି ଆଗରେ ସେ ମୁଣ୍ଡ ନୁଆଁଇବାକୁ ଚାହୁଁ ନାହାନ୍ତି।

ଯୁଦ୍ଧ ମଧ୍ୟରେ ଋଷ ତରଫରୁ ବିଭିନ୍ନ ପ୍ରକାରର ମିଶାଇଲ ମାଡ କରାଯିବାପରେ ମଧ୍ୟ ହାର ମାନିବାକୁ ଜେଲେନସ୍କି ପ୍ରସ୍ତୁତ ନାହାନ୍ତି। ପୁଟିନ ଧମକ ପରେ ଧମକ ଦେଇ ଚାଲିଥିଲେ ମଧ୍ୟ ଜେଲେନସ୍କି ଆତ୍ମସମର୍ପଣ ପାଇଁ ସିଧାସିଧା ମନା କରି ଦେଇଛନ୍ତି। ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ସେ ଘୋଷଣା କରିଛନ୍ତି। ଯୁଦ୍ଧ ସଙ୍କଟ ଭିତରେ ଶୁକ୍ରବାର ଦିନ ନାଟୋ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡକୁ ଯିବେ। ଯାହା ବର୍ତ୍ତମାନ ବିଶ୍ୱଯୁଦ୍ଧର ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.