କଣ ଆପଣ ରାତିରେ ଲାଇଟ ଅଫ ନ କରି ଶୋଉଛନ୍ତି ? ଆଜି ହିଁ ଏହି ଅଭ୍ୟାସକୁ ଛାଡ଼ନ୍ତୁ,ନହେଲେ ହେବ ବଡ କ୍ଷତି !

0

Get real time updates directly on you device, subscribe now.

ରାତି ସମୟରେ ଲାଇଟ ବନ୍ଦ କରି ଶୋଇବା ବହୁତ୍ ଜରୁରୀ ହୋଇଥାଏ । ଅଭିଭାବକମାନେ ପିଲାମାନଙ୍କ ମଧ୍ୟରେ ପିଲାଦିନରୁ ହିଁ ଏହି ଅଭ୍ୟାସ ରଖିବାପାଇଁ ଚେଷ୍ଟା କରନ୍ତି । କିନ୍ତୁ ଏମିତି କିଛି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ଲାଇଟ ଅଫ କଲେ ନିଦ ଆସେନାହିଁ । କିମ୍ବା ଭୟ କାରଣରୁ ସେମାନେ ରାତିସାରା ଲାଇଟ ଜଳାଇ ଶୋଇଥାନ୍ତି । ଲାଇଟ ଜଳାଇ ଶୋଇବା ସ୍ବାସ୍ଥ୍ୟ ପାଇଁ ବହୁତ୍ କ୍ଷତିକାରକ ହୋଇଥାଏ । ଆମେରିକାର ଇଲିନୋଇସ ରାଜ୍ୟର ନର୍ଥୱେଷ୍ଟର୍ନ ୟୁନିଭରସିଟିର ଫିନବର୍ଗ ସ୍କୁଲ ଅଫ ମେଡ଼ିସିନର ସାଇଣ୍ଟୀଷ୍ଟ ଆଶ୍ଚର୍ଯ୍ୟଜନକ ଷ୍ଟଡି କରିଛନ୍ତି ।

ହାର୍ଟ ଜନିତ ରୋଗ ଏବଂ ଡାଇବେଟିସକୁ ନିମନ୍ତ୍ରଣ :-

ଏହି ଷ୍ଟଡିରେ କୁହାଯାଇଛି ଯେ ରାତିରେ ଲାଇଟ ଜଳାଇ ଶୋଇବା ଦ୍ବାରା ହାର୍ଟ ଜନିତ ରୋଗ ଏବଂ ଡାଇବେଟିସର ବିପଦ ବଢିଯାଏ । ଜଳୁଥିବା ଲାଇଟରେ ଶୋଇବା ଦ୍ଵାରା ହୃଦୟର ସ୍ପନ୍ଦନ ଦିନ ଲେଭଲ ପରି ବଢ଼ିଥାଏ । ଏହି ଅବସ୍ଥା ଶରୀରରେ ଥିବା ଇନ୍ସୁଲିନ ସହିତ ମଧ୍ୟ ହୋଇଥାଏ । ଏହା ଶରୀରକୁ ବହୁତ୍ ଅଧିକ କ୍ଷତି ପହଞ୍ଚାଇପାରେ ।

20 ଜଣ ଲୋକଙ୍କ ଉପରେ କରାଗଲା ଷ୍ଟଡି :-

ଏହି ଷ୍ଟଡିରେ 20 ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ପ୍ରାୟ 10 ଜଣ ଲୋକଙ୍କୁ 100 ଲକ୍ସ ଅର୍ଥାତ୍ ମଧ୍ୟମ ଲାଇଟରେ ରଖାଯାଇଥିଲା । ଆଉ 10ଜଣ ଲୋକଙ୍କୁ 3 ଲକ୍ସ ତୀବ୍ରତା ଥିବା ଲାଇଟରେ ରଖାଯାଇଥିଲା । କିଛି ଦିନ ପରେ ଯେତେବେଳେ ସେମାନଙ୍କର ଯାଞ୍ଚ କରାଗଲା, ସେତେବେଳେ ଦୁଇ ଟିମ ମଧ୍ୟରେ ବଡ ପାର୍ଥକ୍ୟ ଦେଖାଯାଇଥିଲା ।

ଷ୍ଟଡିରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା :-

ଷ୍ଟଡିରେ ସାମ୍ନାକୁ ଆସିଲା ଯେ ଯେଉଁ ଲୋକଙ୍କୁ 100 ଲକ୍ସ ତୀବ୍ରତା ଥିବା ଲାଇଟରେ ରଖାଯାଇଥିଲା ସେମାନଙ୍କ ହୃଦୟର ସ୍ପନ୍ଦନ 3 ଲକ୍ସରେ ସୋଇଥିବା ଲୋକମାନଙ୍କ ଠାରୁ ବଢି ଯାଇଥିଲା । ଏହା ଏଥିପାଇଁ ହେଲା କାରଣ ଶୋଇବା ପରେ ମଧ୍ୟ ଆମର ସ୍ୱାୟତ୍ତ ତନ୍ତ୍ରିକା ପ୍ରଣାଳୀ ରାତିରେ ମଧ୍ୟ ଆକ୍ଟିଭ୍ ରହିଥାଏ । ଯାହା ଅଳ୍ପ ଆଲୋକ ପାଇଲେ ମଧ୍ୟ ତୀବ୍ର ହୋଇଯାଏ । ଅଧିକ ଆଲୋକରେ ସୋଉଥିବା ଲୋକଙ୍କ ଇନ୍ସୁଲିନ 15 ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ । ସେହିପରି ହାଲକା ଆଲୋକରେ ସୋଇଥିବା ଲୋକଙ୍କ ଠାରେ ଇନ୍ସୁଲିନ 4 ପ୍ରତିଶତ କମି ଯାଇଥିବାର ଦେଖାଗଲା ।

ଏହି କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ :-

ନର୍ଥୱେଷ୍ଟର୍ନ ୟୁନିଭରସିଟିର ସ୍ଲିପ ମେଡ଼ିସିନର ମୁଖ୍ୟ ଡାକ୍ତର ଫାଇଲିସ ଜିଙ୍କ ଅନୁଯାୟୀ ଯଦି ଆମେ ଏପରି ଲାଇଟରେ ସୋଇଥାନ୍ତି, ତେବେ ଏହା ଶରୀର ପାଇଁ ବିପଦ ଅଟେ । ବିନା ଲାଇଟ କିମ୍ବା ହାଲକା ହଳଦିଆ ଲାଇଟରେ ଶୋଇବା ହିଁ ଠିକ୍ ଅଟେ ।

Leave A Reply

Your email address will not be published.