ନୀଳ ଆଳୁ ଉତ୍ପାଦନ କରି ମାଲାମାଲ ହେଲେ କୃଷକ, କହିଲେ – ସାଧାରଣ ଆଳୁ ତୁଳନାରେ କେତେ ଲାଭଦାୟକ ଅଟେ ନୀଳ ଆଳୁ !

0

Get real time updates directly on you device, subscribe now.

ଏହି ନୀଳ ଆଳୁକୁ ଉତ୍ପାଦନ କରିଥିବାର କାରନାମା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଜୁରୀ କଳା ଗାଁର ଜଣେ କୃଷକ ମିଶ୍ରୀଲାଲ ରାଜପୁତ କରିଛନ୍ତି । ସେ ନିଜ କ୍ଷେତରେ ନୀଳ ରଙ୍ଗର ଆଳୁ ଉତ୍ପାଦନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ‘ ନୀଳକଣ୍ଠ ‘ ନାମକ ଏହି ଆଳୁ ବାହାରୁ ଦେଖିବାପାଇଁ ନୀଳ ଅଟେ, କିନ୍ତୁ ଭିତରୁ ସାଧାରଣ ଆଳୁ ଭଳି ହିଁ ଦେଖାଯାଏ ।

ଏହା ହେଉଛି ନୀଳ ଆଳୁର ବିଶେଷତା :-

ନୀଳ ରଙ୍ଗର ଏହି ଆଳୁ କେବଳ ଦେଖିବାକୁ ସୁନ୍ଦର୍ ନୁହେଁ ବରଂ ଏହାର ଅନେକ ହେଲ୍ଥ ବେନେଫିଟ ମଧ୍ୟ ରହିଛି । ଏହି ଆଳୁରେ ଅଧିକ ପରିମାଣର ଆଣ୍ଟୀ ଅକ୍ସିଡେଣ୍ଟ ରହିଥାଏ । ସେହିପରି ସ୍ୱାଦରେ ମଧ୍ୟ ଏହା ସାଧାରଣ ଆଳୁ ଠାରୁ ଅଧିକ ଟେଷ୍ଟି ଲାଗିଥାଏ । କେବଳ ଏତିକି ନୁହେଁ, ଗୋଟିଏ ସାଧାରଣ ଆଳୁ ତୁଳନାରେ ଏହା ଶୀଘ୍ର ସିଝିଥାଏ ।

ନୀଳକଣ୍ଠ ପ୍ରଜାତିର ଏହି 100 ଗ୍ରାମ ଆଳୁରେ ଆଁଥେସାୟନିନ ତତ୍ୱର ପରିମାଣ 100 ମାଇକ୍ରୋଗ୍ରାମ ରହିଥାଏ । ସେହିପରି କ୍ୟାଟୋଟିନାୟଡସର ପରିମାଣ 300 ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ ଯାଇଥାଏ । ଏହି ତତ୍ଵକୁ ସାଧାରଣ ଭାଷାରେ ଆଣ୍ଟୀ ଅକ୍ସିଡେଣ୍ଟ କୁହାଯାଏ । ଆଣ୍ଟୀ ଅକ୍ସିଡେଣ୍ଟ ଦ୍ଵାରା ଶରୀରରେ ହାନିକାରକ ତତ୍ଵର ଅପଚ୍ୟ ତତ୍ୱକୁ ଶେଷ କରିବାରେ ସାହାଯ୍ୟ ମିଳିଥାଏ । ଏହାଦ୍ବାରା ପାଚନ କ୍ରିୟା ଭଲ ହୋଇଥାଏ ।

ବର୍ତ୍ତମାନ ବଜାରରୁ କିଣି ପାରିବେ ନାହିଁ :-

ମିଶ୍ରିଲାଲ ବର୍ତ୍ତମାନ ଏହି ନୀଳ ଆଳୁକୁ ବଜାରକୁ ଓହ୍ଲାଇବେ ନାହିଁ । ବର୍ତ୍ତମାନ ତାଙ୍କର ଉଦ୍ଦେଶ୍ୟ ରହିଛି ଯେ ପ୍ରଚୁର ପରିମାଣରେ ଏହାକୁ ଏକତ୍ରିତ କରିବା । ଏହାଦ୍ବାରା ସେ ବିଧିବତ ଭାବେ ଚାଷ କରି ଏହି ଆଳୁକୁ ବଜାରରେ ବିକ୍ରି କରିପାରିବେ । କୃଷକ ମିଶ୍ରିଲାଲ୍ ଆଳୁର ଏହି ପ୍ରଜାତି କୁ କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ସଂଗଠନ ଶିମଲାରୁ ଆଣିଥିଲେ ।

ନାଲି ଭେଣ୍ଡି ମଧ୍ୟ ଉତ୍ପାଦନ କରିଛନ୍ତି ମିଶ୍ରିଲାଲ୍ ରାଜପୁତ :-

ମିଶ୍ରିଲାଲ୍ ରାଜପୁତ ଭୋପାଳର ଖଜୁରୀ କଳା ଗାଁର ବାସିନ୍ଦା ଅଟନ୍ତି । ସେ ଜଣେ ଉନ୍ନତ କୃଷକ ଅଟନ୍ତି । ଆଜିକାଲି ସେ ଚାଷରେ ନୂଆଁ ନୂଆଁ ପ୍ରୟୋଗ କରୁଛନ୍ତି । ଏହାପୂର୍ବରୁ ସେ ନାଲି ଭେଣ୍ଡି ମଧ୍ୟ ଉତ୍ପାଦନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କୃଷକ ମିଶ୍ରିଲାଲ୍ ରାଜପୁତଙ୍କୁ ମଧ୍ୟପ୍ରଦେଶ ସରକାର କୃଷି ବିଭୂଷଣ ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.