ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିଲେ ହୋଇପାରେ ବଡ଼ ଅସୁବିଧା,ସବୁ ଟଙ୍କା କଟିଯିବ,ଏତେ ହଜାର ଟଙ୍କା ପେନାଲ୍ଟି ଦେବାକୁ ପଡିବ

0

Get real time updates directly on you device, subscribe now.

ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ଆସିଲା। ଯଦି ଆପଣ ମଧ୍ୟ ମଲ୍ଟିପୁଲ ବା ଏକାଧିକ ବ୍ୟାଙ୍କରେ ନିଜର ଆକାଉଣ୍ଟ ଖୋଲିଛନ୍ତି ତେବେ ଆପଣଙ୍କ ପାଇଁ ଭାରି ସମସ୍ୟା ହୋଇପାରେ। ଏମିତି କରିଥିବା ବ୍ୟକ୍ତିମାନେ ସାବଧାନ ରୁହନ୍ତୁ। ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବା କାରଣରୁ ଆର୍ଥିକ ସମସ୍ୟା ମଧ୍ୟ ହୋଇପାରେ।

ଯଦି ଆପଣଙ୍କ ନିକଟରେ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ନିଶ୍ଚିତ ଭାବରେ ଏହି ଖବରଟିକୁ ପଢ଼ନ୍ତୁ। ମଲ୍ଟିପୁଲ ବ୍ୟାଙ୍କ ଆକାଉଣ୍ଟ ଥିବା କାରଣରୁ ଏହି ବଡ଼ ସମସ୍ୟା ଆସିପାରେ। କେବଳ ଆର୍ଥିକ ନୁହେଁ ବରଂ ଅନ୍ୟ ସମସ୍ୟା ସବୁ ମଧ୍ୟ ଆସିପାରେ। ଟାକ୍ସ ଏବଂ ଇନଭେଷ୍ଟମେଣ୍ଟ ଏକ୍ସପର୍ଟ ସମସ୍ତଙ୍କୁ ସିଙ୍ଗିଲ ଆକାଉଣ୍ଟ ରଖିବା ପାଇଁ ଉପେଦଶ ଦେଇଥାନ୍ତି। ସିଙ୍ଗିଲ ବ୍ୟାଙ୍କ ଆକାଉଣ୍ଟ ଥିଲେ ଆପଣଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବା ସହଜ ହୋଇଥାଏ। ଜାଣନ୍ତୁ ଏମିତି ନଥିଲେ କ’ଣ ସବୁ ସମସ୍ୟା ହେବ।

ଯଦି ଆପଣ ଏକାଧିକ ବ୍ୟାଙ୍କରେ ନିଜର ଆକାଉଣ୍ଟ ରଖିଛନ୍ତି ତେବେ ସବୁଠାରୁ ଅଧିକ ଖରାପ ମେଣ୍ଟେନାସକୁ ନେଇ ଆସିବ। ପ୍ରକୃତରେ ସବୁ ବ୍ୟାଙ୍କରେ ମେଣ୍ଟେନାସ ଚାର୍ଜ, ଡେବିଟ କାର୍ଡ ଚାର୍ଜ, ଏସଏମଏସ ଚାର୍ଜ, ସର୍ଭିସ ଚାର୍ଜ, ମିନିମମ ବାଲାନ୍ସ ଚାର୍ଜ ଭିନ୍ନ ଭିନ୍ନ ପ୍ରକାର ରହିଥାଏ। ଅର୍ଥାତ ଆପଣ ଯେତେଟା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବେ ଆପଣଙ୍କୁ ସେହି ଅନୁସାରେ ଅଲଗା ଅଲଗା ଚାର୍ଜେସ ଦେବା ପାଇଁ ହେବ। ଏହା ସହିତ ମିନିମମ ବାଲାନ୍ସ ମେଣ୍ଟେନ ନ କରିଲେ ଏଥିପାଇଁ ମଧ୍ୟ ଭାରି ଚାର୍ଜେସ ଦେବାକୁ ପଡ଼ିବ।

ସିଙ୍ଗିଲ ବ୍ୟାଙ୍କ ଆକାଉଣ୍ଟ ଥିଲେ ଆପଣଙ୍କୁ କେଉଁ ସବୁ ସୁବିଧା ମିଳିବ ଜାଣନ୍ତୁ:

ଟାକ୍ସ ଏକ୍ସପର୍ଟଙ୍କ ମତରେ ଯଦି ସିଙ୍ଗିଲ ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ରିଟର୍ଣ୍ଣ ଫାଇଲ କରିବା ମଧ୍ୟ ସହଜ ହୋଇଥାଏ। କାରଣ ଆପଣଙ୍କ ଇନକମର ସମସ୍ତ ତଥ୍ୟ ସିଙ୍ଗିଲ ଆକାଉଣ୍ଟ ଭିତରେ ରହିଥାଏ। ଭିନ୍ନ ଭିନ୍ନ ଆକାଉଣ୍ଟ ଥିଲେ କ୍ୟାଲକୁଲେସନରେ ସମସ୍ୟା ହେବା ସହିତ ମେଣ୍ଟେନାସରେ ମଧ୍ୟ ଅନେକ ସମସ୍ୟା ଆସିଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏହି ନୂଆ ସିଷ୍ଟମ ବିଷୟରେ ଘୋଷଣା କରିଛନ୍ତି।

ଏହି ନିୟମ ଅନ୍ତର୍ଗତ ସାଲେରୀ ଇନକମ ବ୍ୟତିତ ଅନ୍ୟ ସୋର୍ସରୁ ହେଉଥିବା ଇନକମ ଅର୍ଥାତ ଡେଭିଡେଣ୍ଟ ଇନକମ, କ୍ୟାପିଟାଲ ଇନକମ, ବ୍ୟାଙ୍କ ଡିପୋଜିଟ ଇଣ୍ଟ୍ରେଷ୍ଟ ଇନକମ୍‌ , ପୋଷ୍ଟ ଅଫିସ ଇଣ୍ଟ୍ରେଷ୍ଟ ଇନକମ ସମ୍ପର୍କରେ ସବୁ ତଥ୍ୟ ପ୍ରଥମରୁ ଷ୍ଟୋର ହୋଇ ରହିବ। ଏଥିରେ ଟାକ୍ସପେୟର୍ସ ଭିନ୍ନ ଭିନ୍ନ କ୍ୟାଲକୁଲେସନ କରଇଥାନ୍ତି। ଏଥିରେ ଅନେକ ଥର ଭୁଲ ହେବାର ଆଶଙ୍କା ଦେଖାଯାଏ। ତେବେ ଏହା ସମ୍ପର୍କରେ ସମସ୍ତ ଭେରିଫାଏ କରିବା ପାଇଁ ପ୍ୟାନ କାର୍ଡର ବ୍ୟବହାର କରାଯାଏ।

ଯଦି କୌଣସି ସେଭିଂ ଆକାଉଣ୍ଟ ଅଛି କିମ୍ବା କରେଣ୍ଟ ଆକାଉଣ୍ଟରେ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଟ୍ରାଞ୍ଜେକସନ ହେଉନଥାଏ ତେବେ ତାହା inactive bank account ରେ ପରିବର୍ତ୍ତନ ହୋଇଯାଏ। ଦୁଇବର୍ଷ ପର୍ଯ୍ୟନ୍ତ ଯଦି ସେହି ଆକାଉଣ୍ଟରେ କୌଣସି ପ୍ରକାର ଟ୍ରାଞ୍ଜାକସନ ହୋଇନଥାଏ ତେବେ ତାହା Dormmant Account ଅର୍ଥାତ Inoperativeରେ ବଦଳିଯାଏ। ସେଥିରେ ଆପଣ ଆଉ କୌଣସି କାମ କରିପାରିବେ ନାହିଁ।

ଏହିସବୁ ବ୍ୟାଙ୍କ ଆକାଉଣ୍ଟ ସହିତ ଫ୍ରଡ ହେବାର ସମ୍ଭାବନା ବଢ଼ିଯାଏ। ବ୍ୟାଙ୍କର୍ସଙ୍କ କହିବା ଅନୁସାରେ ଏହି ଆକ୍ଟିଭ ଆକାଉଣ୍ଟ ସହ ଇଣ୍ଟରନାଲ ଏବଂ ଏକ୍ସଟରନାଲ ଭାବରେ ଫ୍ରଡ କାମ ହେବାର ସମ୍ଭାବନା ବଢ଼ିଯାଏ।

ସେହିପରି ପ୍ରାଇଭେଟ ଆକାଉଣ୍ଟରେ ମିନିମମ ବାଲାନ୍ସ ଚାର୍ଜ ଅଧିକ ରହିଥାଏ। ଯେମିତି ଏଚଡିଏଫସି ବ୍ୟାଙ୍କ। ଏହାର ମିନିମମ ବାଲାନ୍ସ ୧୦ ହଜାର ଟଙ୍କା ରହିଛି। ଗ୍ରାମୀଣ ସ୍ଥାନରେ ଥିବା ବ୍ୟାଙ୍କରେ ୫୦୦୦ ଟଙ୍କା ରଖାଯାଇଛି। ଏହି ବାଲାନ୍ସ ମେଣ୍ଟନ ନ କରିଲେ ଥରକରେ ୭୫୦ ଟଙ୍କାର ପେନାଲ୍ଟି ଲାଗିଥାଏ। ଏହିଭଳି ଚାର୍ଜେସ ଅନ୍ୟ ବ୍ୟାଙ୍କରେ ମଧ୍ୟ ରହିଛି। ଯଦି ଭୁଲରେ ମିନିମମ ବାଲାନ୍ସ ମେଣ୍ଟେନ କରାନଯାଏ ତେବେ ଆପଣଙ୍କୁ ସବୁ ମାସରେ ଶହ ଶହ ଟଙ୍କା ଦେଇ ପେନାଲ୍ଟି ରାଶି ଦେବାକୁ ପଡ଼ିବ। ଏହାଦ୍ୱରା ସିଭିଲ ସ୍କୋର ଉପରେ ମଧ୍ୟ ପ୍ରଭାବ ପଡ଼ିବ।

ତେଣୁ ଯଦି ଆପଣ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି ତେବେ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କାର ମିନିମମ ବାଲାନ୍ସ ମେଣ୍ଟେନ କରିବାକୁ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କର ଇନଭେଷ୍ଟମେଣ୍ଟ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଯାହାପାଇଁ ଆପଣଙ୍କୁ ଅତି କମରେ ୭-୮ ପ୍ରତିଶତ ରିଟର୍ଣ୍ଣ ମିଳିବା ଆବଶ୍ୟକ, ସେସବୁ ଆପଣଙ୍କର ମିନିମମ ବାଲାନ୍ସ ରୂପେ ରଖାଯିବ। ଏହାକୁ ସଠିକ ସ୍ଥାନରେ ନିବେଶ କରିଲେ ଆପଣଙ୍କୁ ୭-୮ ପ୍ରତିଶତ ସହଜରେ ରିଟର୍ଣ୍ଣ ରାଶି ମିଳିଯିବ। ଏଥର ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପୂର୍ବରୁ ଥରେ ନିଶ୍ଚିତ ଭାବନ୍ତୁ ଓ ଏହାସହ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଓପନ କରନ୍ତୁ ନାହିଁ।

Leave A Reply

Your email address will not be published.