ପ୍ରେମର ନିଶା ମୁଣ୍ଡକୁ ଏମିତି ଚଢ଼ିଲା ଯେ ମହିଳା ମୁଖିଆ ଜଣକ ଆସନକୁ ଗୋଇଠା ମାରି ପ୍ରେମିକ ସହିତ ହୋଇଗଲେ ଫେରାର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିହାରର ସୀତାମଢ଼ୀ ଜିଲ୍ଲାରେ ନବ ନିର୍ବାଚିତ ମହିଳା ମୁଖିଆ ଏମିତି ଏକ ପଦକ୍ଷେପ ନେଇଛନ୍ତି, ଯାହାକୁ ନେଇ ବର୍ତ୍ତମାନ ସାରା ଗାଁ ଚିନ୍ତିତ ଅଛି । ଗ୍ରାମବାସୀମାନେ ବର୍ତ୍ତମାନ ବୁଝିପାରୁ ନାହାଁନ୍ତି ଯେ ସେମାନେ କଣ୍ କରିବେ । ବାସ୍ତବରେ ପଞ୍ଚାୟତର ଲୋକମାନେ ବିକାଶ ନାମରେ ଯେଉଁ ମହିଳାଙ୍କୁ ଭୋଟ ଦେଇ ମୁଖିଆ ଆସନରେ ବସାଇଲେ, ସେ ପ୍ରେମ ଚକ୍କରରେ ନିଜ ପ୍ରେମିକ ସହିତ ଫେରାର ହୋଇଗଲା ।

ମୁଖିଆ ଆସନକୁ ଗୋଇଠା ମାରି ମହିଳା ପ୍ରେମିକ ସହିତ ପଳାଇ ଯିବାପରେ ପଞ୍ଚାୟତର ଲୋକମାନେ ନିଜକୁ ନିରାଶ ମନେ କରୁଛନ୍ତି । ସୂଚନା ଅନୁଯାୟୀ କନହୋଲି ଥାନା ଅଂଚଳର ଖୋପରାହା ପଞ୍ଚାୟତର ଲୋକମାନେ ପଞ୍ଚାୟତ ନିର୍ବାଚନରେ ନିଜର ମୂଲ୍ୟବାନ ଭୋଟ ଦେଇ ମହିଳା ରେଖା ଦେବୀଙ୍କୁ ମୁଖିଆ କରିଥିଲେ ।

ଗ୍ରାମବାସୀମାନେ କହିଛନ୍ତି ଯେ ମୁଖିଆଙ୍କ ସ୍ଵାମୀଙ୍କ ଠାରୁ ସେମାନଙ୍କୁ ସୂଚନା ମିଳିଲା ଯେ ରେଖା ଦେବୀ ନିଜ ମୁଖିଆ ପଦ ଏବଂ ପିଲାମାନଙ୍କୁ ଛାଡି ପ୍ରେମିକ ସହିତ ପଳାଇ ଯାଇଛନ୍ତି । ରେଖା ଦେବୀ ଫେରାର ହେବାପରେ ଗାଁରେ ଅସନ୍ତୁଷ୍ଟ ଦେଖାଦେଇଛି । ଘଟଣା ପରେ ମୁଖିଆ ସ୍ବାମୀ ଗାଁର ହିଁ ଦୁଇଜଣ ଭାଇ ଉପରେ ବିବାହ ଉଦ୍ଦେଶ୍ୟକୁ ନେଇ ନିଜ ମୁଖିଆ ସ୍ତ୍ରୀକୁ ଗାଏବ କରିବାର ମାମଲା ରିପୋର୍ଟ କରିଛନ୍ତି ।

କନହୋଲି ଥାନାରେ ମୁଖିଆ ସ୍ଵାମୀଙ୍କ ଅଭିଯୋଗ ଉପରେ ପୋଲିସ ମାମଲା ପଞ୍ଜିକରଣ କରି ଯାଞ୍ଚ୍ ଆରମ୍ଭ କରିଦେଇଛି । ମୁଖିଆ ସ୍ବାମୀ ଦୁଇ ଭାଇଙ୍କ ବାପାଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ରେଖା ଦେବୀ ଗତ ମାର୍ଚ୍ଚ 9 ତାରିଖରେ ସକାଳେ ନିଜ ଘରୁ ବାହାରିଲେ ଏବଂ ଗାଏବ ହୋଇଗଲେ । ପରିବାର ଲୋକେ ବହୁତ୍ ଖୋଜାଖୋଜି କଲେ, କିନ୍ତୁ କିଛି ବି ଖବର ମିଳିଲା ନାହିଁ । ଏହାପରେ ମୁଖିଆ ସ୍ବାମୀ ନିଜ ସ୍ତ୍ରୀର ପ୍ରେମ ସମ୍ପର୍କ ମାମଲାକୁ ପ୍ରକାଶ କରି ଗାଁର ତିନିଜଣ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଇଛନ୍ତି । ବର୍ତ୍ତମାନ ମହିଳା ମୁଖିଆଙ୍କ ମୋବାଇଲ ସୁଇଚ ଅଫ ରହିଛି । ତେବେ ପୋଲିସ ଯାଞ୍ଚରେ ଲାଗିପଡ଼ିଛି ।

Leave A Reply

Your email address will not be published.