ବେଡ଼ରୁମରୁ ନ ବାହାରି ମହିଳା ଜଣକ ଆରମ୍ଭ କଲେ ବିଜନେସ,ଗୋଟିଏ ମାସରେ ରୋଜଗାର କଲେ 38 ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ଜଣେ ମହିଳା ବିବାହ ଭାଙ୍ଗିବା ଏବଂ ସ୍ଵାମୀଙ୍କ ଠାରୁ ଅଲଗା ହେବାପରେ ପୁରାପୁରି ଭାଙ୍ଗି ପଡ଼ିଲେ । ଏହି ସମୟରେ ତାଙ୍କର ପ୍ରିୟ ଡଗିର ମଧ୍ୟ ମୃତ୍ୟୁ ହୋଇଗଲା । ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ସେ ଶେଯରୁ ଉଠିଲେ ନାହିଁ । କିନ୍ତୁ ସେ ଏହାପରେ ସେ ନିଜ କ୍ଷମତାକୁ ଚିହ୍ନିବା ଆରମ୍ଭ କଲେ ଏବଂ ନିଜକୁ ଡିଜିଟାଲ ଆର୍ଟିଷ୍ଟ ଭାବେ ସ୍ଥାପନ କଲେ । ବର୍ତ୍ତମାନ ସେହି ମହିଳା ଘରେ ବସି ନିଜ ବେଡ଼ରୁମରୁ ହିଁ ମାସକୁ 40 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏ ବିଷୟରେ ମହିଳା ନିଜେ କହିଛନ୍ତି ।

ବାସ୍ତବରେ, ଏହି କାହାଣୀ ବ୍ରିଟେନର ବେଲ୍ସ ବାସିନ୍ଦା ଡିଜିଟାଲ ଆର୍ଟିଷ୍ଟ Michaela Morgan ଙ୍କର ଅଟେ । nypost.com ର ରିପୋର୍ଟ୍ ଅନୁଯାୟୀ, ବିବାହ ଭାଙ୍ଗିବା ଏବଂ ଡଗିି ର ମୃତ୍ୟୁ ପରେ Morgan ବହୁତ୍ ଚିନ୍ତିତ ହୋଇଥିଲେ । ଦିନେ ସେ ବେଡରୁ ମଧ୍ୟ ବାହାରି ପାରୁନଥିଲେ । ଘରୁ ବାହାରିବା ଏବଂ ଲୋକଙ୍କ ସହିତ ଦେଖା କରିବା ମଧ୍ୟ ସେ ବନ୍ଦ କରିଦେଇଥିଲେ ।

କିନ୍ତୁ ପରେ Morgan ବିଜନେସ, ସ୍ଵୟଂ ସହାୟତା ଏବଂ ଡିଜିଟାଲ ଆର୍ଟ ବିଷୟରେ ପଢ଼ିବା ଆରମ୍ଭ କଲେ । ଏହି ଜିନିଷକୁ ସେ ପିଲାଦିନରୁ ହିଁ ଭଲ ପାଉଥିଲେ । ଏହି ସମୟରେ Morgan ଗୋଟିଏ କମ୍ପ୍ୟୁଟର ମାଧ୍ୟମରେ କଳାକୃତି କୁ ଜୀବନ୍ତ କରିବାର ଆକର୍ଷକ ପ୍ରକ୍ରିୟାକୁ ଆବିଷ୍କାର କଲେ ।

‘ ବେଲ୍ସ ଅନଲାଇନ୍ ‘ ସହିତ କଥାବାର୍ତ୍ତା ହୋଇ Michaela Morgan କହିଥିଲେ – ‘ ସ୍ଵାମୀଙ୍କ ଠାରୁ ଗତ ବର୍ଷ 2019ରେ ଅଲଗା ହୋଇଥିଲେ । ତାର ଦୁଇ ସପ୍ତାହ ଭିତରେ କ୍ୟାନ୍ସର ରେ ପୀଡ଼ିତ ମୋ ଡଗୀ ର ମୃତ୍ୟୁ ହୋଇଗଲା । ଏହି ଘଟଣା ମତେ ବହୁତ୍ କଷ୍ଟ ଦେଲା।’

Morgan କହିଛନ୍ତି – ‘ ଏହାପରେ ମୁଁ ତିନି ସପ୍ତାହ ବେଡ଼ରୁମ ରେ ବିତାଇଲି । ଏହା ଗୋଟିଏ ଭୟଙ୍କର ସମୟ ଥିଲା, କିନ୍ତୁ ମୁଁ ଏମିତି କିଛି କରିବାକୁ ସକ୍ଷମ ହେବାକୁ ଚାହୁଁଥିଲି, ଯାହାଦ୍ଵାରା ପ୍ରତିଦିନ ମତେ ଗର୍ବ ଅନୁଭବ ହେବ ।’

ଏହିପରି ଆରମ୍ଭ କଲେ ବିଜନେସ :-

ପିଲାଦିନରୁ ପେଣ୍ଟିଂ କୁ ଭଲ ପାଉଥିବା Michaela Morgan କହିଛନ୍ତି ଯେ ଏହାପରେ ମୁଁ ଯେତିକି ସମ୍ଭବ, ସେତିକି ପେଣ୍ଟିଂ କରିବା ଆରମ୍ଭ କରିଦେଲି । କିନ୍ତୁ ଗୋଟେ ସମୟରେ ମୁଁ ଅନୁଭବ କଲି ଯେ ମୋ କାମକୁ ପ୍ରିଣ୍ଟ କରିବା ପ୍ରକୃତରେ କଷ୍ଟକର ହେବ । Morgan କହିଛନ୍ତି ଯେ କାମକୁ ବିଜନେସ ଭାବରେ ସ୍ଥାପନ କରିବାର ପ୍ରାରମ୍ଭିକ ବିନିଯୋଗ iPad Pro ପରି ଉପକରଣ ପାଇଁ କିଛି ହଜାର ପାଉଣ୍ଡ ଥିଲା । ଯେହେତୁ ମୁଁ ଡିଜିଟାଲ ଆର୍ଟ ବିଷୟରେ ପଢ଼ିଥିଲି, ତେଣୁ ଏହି ଦିଗରେ କାମ ଆଗକୁ ବଢାଇଲି ।

କୋଟି କୋଟି ହେଉଛି ରୋଜଗାର :-

ଗତବର୍ଷ ଏପ୍ରିଲ ଶେଷ ଏବଂ ଜୁଲାଇର ଶେଷ ମଧ୍ୟରେ Morgan ନିଜ କାମ ମାଧ୍ୟମରେ ଏକ କୋଟିରୁ ଅଧିକ ମୂଲ୍ୟର ପେଣ୍ଟିଂ ବିକ୍ରି କଲେ, ଯାହା ସେ ନିଜ ବେଡ଼ରୁମ ରେ ବସି ବସି ତିଆରି କରିଥିଲେ । ଭଲ ଡିଜିଟାଲ ଆର୍ଟିଷ୍ଟ ଭାବରେ ସେ ବର୍ତ୍ତମାନ ପ୍ରାୟ ମାସକୁ 38 ଲକ୍ଷ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି । ସେ ଅନେକ ପ୍ରତିଷ୍ଠିତ ବ୍ରାଣ୍ଡ ସହିତ ମଧ୍ୟ କାମ କରୁଛନ୍ତି ।

Leave A Reply

Your email address will not be published.