ୟୁକ୍ରେନରେ ମଧ୍ୟ ପାକିସ୍ତାନ ପାଲଟିଲା ନମ୍ବର 1ଶତ୍ରୁ,ଭାରତର ପିଲାମାନଙ୍କ ଠାରୁ ଲୁଟ କରୁଛନ୍ତି ପାକିସ୍ତାନୀ

0

Get real time updates directly on you device, subscribe now.

ଦୁନିଆର ଦୁଇଟି ବଡ ଦେଶ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଗାତାର ଭାବେ ଯୁଦ୍ଧ ଜାରି ରହିଛି । ଅନେକଥର ନିବେଦନ କରିବାପରେ ମଧ୍ୟ ରୁଷ ର ଆକ୍ରମଣ ଅଟକୁନାହିଁ । ଏହି ଯୁଦ୍ଧରେ ସବୁଠାରୁ ବଡ ସମସ୍ୟା ଭାରତୀୟ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି । ୟୁକ୍ରେନରେ ପଠା ପଢ଼ିବା ପାଇଁ ଯାଇଥିବା ପିଲାମାନେ ବର୍ତ୍ତମାନ ସେଠାରେ ଫସି ଯାଇଛନ୍ତି ଏବଂ ବାହାରି ପାରୁନାହାନ୍ତି ।

ଭାରତୀୟ ପିଲାମାନଙ୍କୁ ସେଠାରେ କେବଳ ରୁଷର ଆକ୍ରମଣ ପାଇଁ ବିପଦ ରହିନାହିଁ ବରଂ ଶତ୍ରୁ ନମ୍ବର 1 ପାକିସ୍ତାନ ମଧ୍ୟ ଭାରତର ଛାତ୍ର – ଛାତ୍ରୀମାନଙ୍କୁ ବହୁତ୍ ହଇରାଣ କରୁଛି । ସେଠାରେ ପାକିସ୍ତାନ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କଠାରୁ ଲୁଟ କରୁଛି ଏବଂ ସେମାନଙ୍କର ଜିନିଷପତ୍ର ଛଡ଼ାଇ ମାରପିଟ ମଧ୍ୟ କରୁଛି । ଏହି ଲୁଟପାଟରେ ସେମାନଙ୍କୁ ନାଇଜେରିଆନ ମଧ୍ୟ ସାହାଯ୍ୟ କରୁଛି ।

ସାରା ସହରରେ କର୍ଫ୍ୟୁ, କେମିତି ବାହାରିବେ :-

ଭାରତ ସେଠାରେ ଫସି ରହିଥିବା ଛାତ୍ରମାନଙ୍କୁ ବାହାର କରିବାପାଇଁ ମିଶନ ଗଙ୍ଗା ଚଳାଇଛି । ଏହି ମିଶନ ଅଧୀନରେ ଚାରିଜଣ ମନ୍ତ୍ରୀଙ୍କୁ ମଧ୍ୟ ୟୁକ୍ରେନର ପଡୋଶୀ ଦେଶକୁ ପଠାଯାଇଛି । ଭାରତୀୟ ଦୂତ କହିଛନ୍ତି ଯେ ଛାତ୍ରମାନେ ଯେକୌଣସି ପ୍ରକାରେ ବୋର୍ଡର ପର୍ଯ୍ୟନ୍ତ ପହଞ୍ଚିଲେ ସେମାନଙ୍କୁ ସାହାଯ୍ୟ ମିଳି ପାରିବ । ସେହିପରି ଭାରତୀୟ ପିଲାମାନେ କହିଛନ୍ତି ଯେ ସହରରେ କର୍ଫ୍ୟୁ ଲାଗିଛି । ବାହାରେ ଦେଖିଲେ ଗୁଳି କରିବାର ଆଦେଶ ରହିଛି । ଏପରି ପରିସ୍ଥିତିରେ ସେ ବୋର୍ଡର ପର୍ଯ୍ୟନ୍ତ କେମିତି ପହଞ୍ଚିବେ ।

ବୋର୍ଡରରେ ପାକିସ୍ତାନୀ କରୁଛନ୍ତି ଲୁଟ :-

ଭାରତୀୟ ଛାତ୍ର ଛାତ୍ରୀମାନଙ୍କୁ ଯେକୌଣସି ପ୍ରକାରେ ମଧ୍ୟ ବୋର୍ଡର ପର୍ଯ୍ୟନ୍ତ ପହଞ୍ଚିବାକୁ ଆଦେଶ ଦିଆଯାଇଛି । ଏହି କାରଣରୁ ଅଧିକ ସଂଖ୍ୟାରେ ଭାରତୀୟ ପିଲାମାନେ ସମସ୍ୟା ସହିତ ସଂଘର୍ଷ କରି ସୀମା ପର୍ଯ୍ୟନ୍ତ ପହଞ୍ଚିଛନ୍ତି, କିନ୍ତୁ ସେମାନେ ଏଠାରେ ଆଉ ଏକ ସମସ୍ୟା କୁ ସାମ୍ନା କରୁଛନ୍ତି । ସୀମାରେ ପାକିସ୍ତାନର ଲୋକମାନେ ନାଇଜେରିଆନ ଙ୍କ ସହିତ ମିଶି ଭାରତୀୟ ପିଲାମାନଙ୍କୁ ଟର୍ଚର୍ କରୁଛନ୍ତି । ସେମାନେ ସେମାନଙ୍କ ଠାରୁ ମାରପିଟ କରି ଏବଂ ଡରାଇ ଧମକାଇ ସେମାନଙ୍କ ଜିନିଷ ଲୁଟି ନେଉଛନ୍ତି ।

କିବରେ କର୍ଫ୍ୟୁ ହଟିବାପରେ ଭାରତୀୟ ଦୂତ ଟ୍ରେନ ମାଧ୍ୟମରେ ପଶ୍ଚିମ ଅଞ୍ଚଳରେ ପହଞ୍ଚିବା ପାଇଁ କହିଛନ୍ତି । ଏହାପରେ ପିଲାମାନେ ସେଠାରେ ପହଞ୍ଚିବା ପାଇଁ ଘରୁ ବାହାରିଲେ, କିନ୍ତୁ ଷ୍ଟେସନରେ ସେମାନଙ୍କୁ ଟ୍ରେନ ହିଁ ମିଲିଲାନାହିଁ । ଏହାପରେ ଅଧିକାଂଶ ପିଲା ତ ନିରାଶ ହୋଇ ଫେରି ଆସିଲେ, କିନ୍ତୁ ଆଉ କିଛି ସଂଘର୍ଷ ଏବଂ ଚେଷ୍ଟା କରି ଟ୍ରେନରେ ଚଢ଼ିବାରେ ସଫଳ ହେଲେ । ବର୍ତ୍ତମାନ ସେମାନଙ୍କୁ ଲଭିବ ସହରକୁ ଆସିବାକୁ ପଡିବ ।

Leave A Reply

Your email address will not be published.