ପ୍ରିନ୍ସିପାଲ ଦେଲେ ଅଜବ ଦଣ୍ଡ, 84 ପିଲାଙ୍କୁ ବସାଇ ନିଜେ କାଟିଲେ ଚୁଟି

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରେ ଚାଲିଥିବା ଗୋଟିଏ ସ୍କୁଲରୁ ଅଜବ କଥା ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ବିଦ୍ୟାଳୟରେ ଲମ୍ବା ଚୁଟି ରଖିଥିବା 84 ଜଣ ଛାତ୍ରଙ୍କ ଚୁଟି ପିନ୍ସିପାଲ ନିଜେ କାଟିଦେଲେ । ପିନ୍ସିପାଲ ଅନୁଶାସନହୀନତାକୁ ଆକ୍ଷେପ କରି ପିଲାମାନଙ୍କ ଚୁଟି କାଟିଲେ । ସ୍କୁଲରେ ଏହିପରି ଦଣ୍ଡ ଦିଆଯିବା କାରଣରୁ କିଛି ପିଲାମାନେ ଅସନ୍ତୁଷ୍ଟତା ପ୍ରକାଶ କରିଛନ୍ତି ।

ବାରମ୍ବାର ଦିଆଯାଇଥିଲା ଚେତାବନୀ :-

ସୂଚନା ଅନୁଯାୟୀ, ମାରବାଡ ଇଣ୍ଟର କଲେଜରେ ଲମ୍ବା ଚୁଟି ରଖିଥିବା କିଛି ଛାତ୍ର ବାରମ୍ବାର ଚେତାବନୀ ଦେବାପରେ ମଧ୍ୟ ଶୁଣୁନଥିଲେ । ସୋମବାର ଦିନ ମାରବାଡ ଇଣ୍ଟର କଲେଜର ପ୍ରିନ୍ସିପାଲ ରାଜେଶ କୁମାର ଯାଦବ କଲେଜରେ ସକାଳେ ପ୍ରାର୍ଥନା ଶେଷ ହେବାପରେ ଏପରି କିଛି ଛାତ୍ରଙ୍କ ଚୁଟି କଟାଇ ସେମାନଙ୍କୁ ଦଣ୍ଡ ଦେଲେ । ଏହାସହିତ ସେ ଛାତ୍ରମାନଙ୍କୁ ପୁଣିଥରେ ଲମ୍ବା ଚୁଟି ନ ରଖିବା ପାଇଁ ପରାମର୍ଶ ଦେଲେ।

ସ୍କୁଲ ପ୍ରାର୍ଥନା ପରେ କାଟିଲେ ଚୁଟି :-

ବାସ୍ତବରେ ସ୍କୁଲରେ ପୁଅମାନଙ୍କୁ ଲମ୍ବା ଚୁଟି ରଖିବାପାଇଁ ଅନୁମତି ଦିଆଯାଇ ନାହିଁ । ପ୍ରିନ୍ସିପାଲ ଅନେକଥର ଛାତ୍ରମାନଙ୍କୁ ଏହି ବିଷୟରେ ଗାଳି କଲେ, କିନ୍ତୁ ଏହା ସତ୍ତ୍ବେ ମଧ୍ୟ ପିଲାମାନେ ଚୁଟି କାଟୁନଥିଲେ । ଯେତେବେଳେ ଛାତ୍ରମାନେ ତାଙ୍କ କଥାକୁ ଧ୍ୟାନ ଦେଉନଥିଲେ, ସେତେବେଳେ ପ୍ରିନ୍ସିପାଲ ସେମାନଙ୍କୁ ଅଜବ ଦଣ୍ଡ ଦେବାକୁ ଚିନ୍ତା କଲେ ।

ପ୍ରିନ୍ସିପାଲ୍ ପ୍ରାର୍ଥନା ପରେ ବିଦ୍ୟାଳୟ ଗ୍ରାଉଣ୍ଡରେ ଏପରି ପିଲାଙ୍କୁ ଅଟକାଇଲେ, ଯେଉଁ ମାନଙ୍କ ଚୁଟି ବଡ ଥିଲା । ତାପରେ ସେ କଇଁଛି ନେଇ ଚୁଟି କାଟିବା ଆରମ୍ଭ କରିଦେଲେ । ହାପୁଡ଼ର ପିଲଖୁବା ସ୍ଥିତ ମାରବାଡ ଇଣ୍ଟର କଲେଜର ପ୍ରିନ୍ସିପାଲ ରାଜେଶ୍ କୁମାର ଯାଦବଙ୍କ ଏହି ଅଜବ ଦଣ୍ଡ ଦ୍ଵାରା ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୁଷ୍ଟତା ପ୍ରକାଶ ପାଇଥିଲା ।

ପ୍ରିନ୍ସିପାଲ ଦେଲେ ସଫେଇ :-

ପ୍ରିନ୍ସିପାଲ ଏ ବିଷୟରେ କଥାବାର୍ତ୍ତା ହୋଇ କହିଛନ୍ତି ଯେ, ପିଲାମାନଙ୍କୁ ଅନେକଥର ଲଗାତାର ଚୁଟି କମ କିମ୍ବା ଛୋଟ ରଖିବାପାଇଁ କୁହାଗଲା ଏବଂ ବଡ ଚୁଟି ରଖୁଥିବା ପିଲାମାନଙ୍କୁ ମଧ୍ୟ ଅନେକଥର ଚୁଟି କାଟିବା ପାଇଁ କୁହାଯାଇଥିଲା । ଯେତେବେଳେ ଏହି ପିଲାମାନେ କୌଣସି କଥା ଶୁଣିଲେ ନାହିଁ

ସେତେବେଳେ ସ୍କୁଲରେ ସେମାନଙ୍କ ଚୁଟି କାଟିବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ସ୍କୁଲରେ ପ୍ରାର୍ଥନା ହେବାପରେ ପରିସରରେ ବସାଇ 84 ପିଲାଙ୍କର ଚୁଟି ନିଜେ କାଟିଦେଲେ । ସେହିପରି ପ୍ରିନ୍ସିପାଲଙ୍କ ଏପରି କାର୍ଯ୍ୟ ପାଇଁ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ଛାତ୍ର ନିଜ ବାପାମାଆଙ୍କ ପାଖେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.