ଆମେରିକା ଠାରୁ ରୁଷ ପାଖରେ ରହିଛି ଅଧିକ ପରମାଣୁ ବମ, ଜାଣନ୍ତୁ କେଉଁ ଦେଶ ପାଖରେ କେତେ ରହିଛି ବମ !

0

Get real time updates directly on you device, subscribe now.

ଭ୍ଲାଦିମିର ପୁତିନଙ୍କ ସେନା ସମ୍ପୂର୍ଣ ତାକତ ସହିତ ୟୁକ୍ରେନ ଉପରେ ଚଢ଼ାଉ କରିଛନ୍ତି। ରୁଷ ସେନା ଲଗାତାର କିଭ ଉପରେ ଘେରାବନ୍ଦୀ କରିବାରେ ଲାଗି ପଡ଼ିଛି। ଯାହାପାଇଁ ରାସ୍ତାରେ ଆସୁଥିବା ଯେକୋୖଣସି ଉପରେ ରୁଷ ଆକ୍ରମଣ କରୁଛି। ରୁଷ ର ଟ୍ୟାଙ୍କ ଗୁଡ଼ିକ ୟୁକ୍ରେନ ସୀମାରେ ଚଳୁଥିବାର ନଜର ଆସୁଛି। ମିସାଇଲ ଆକ୍ରମଣରେ ଶହର ଖଣ୍ଡ ଖଣ୍ଡ ହୋଇଯାଉଛି।

ରୁଷ ଉପରେ ସାରା ଦୁନିଆର ନଜର:-

ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ବର୍ତ୍ତମାନ ସାରା ଦୁନିଆର ନଜର ରହିଛି। କାରଣ ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ପ୍ରଥମଥର ୟୁରୋପରେ ଏତେ ପରିମାଣରେ ମୃତାହତ ଦେଖିବାକୁ ମିଳୁଛନ୍ତି। ୟୁକ୍ରେନରେ ସପ୍ତାହ ପୂର୍ବରୁ ଯେଉଁ ଗାଡ଼ି ରାସ୍ତା ଉପରେ ଦୌଡ଼ୁଥିଲା ଆଜି ତାହା ମଳ ହୋଇ ପଡିଛି।

ଏହି ସମୟରେ ଲକ୍ଷାଧିକ ଲୋକ ୟୁକ୍ରେନ ଛାଡି ସାରିଛନ୍ତି ଓ ଅନେକ ଲୋକ ଅନ୍ୟ ଦେଶରେ ଯାଇ ରହିବାରେ ଲାଗୁଛନ୍ତି। ଯଦି ବୈଠକରେ କୌଣସି ନିଷ୍ପତ୍ତି ନିଆନଗଲା ତାହେଲେ ଫଳାଫଳ କଣ ହେବ। ଅନେକ ରାଷ୍ଟ୍ର ଚାହୁଁଛନ୍ତି କି, ଯୁଦ୍ଧ ନହେଉ କାରଣ ଯୁଦ୍ଧ କରି କିଛି ହାସଲ ହେବନାହିଁ।

ରୁଷ ପାଖରେ ପରମାଣୁ ବମ ସର୍ବାଧିକ:-

ରୁଷ ଦାବି କରୁଛି କି, ସେ ପରମାଣୁ ଯୁଦ୍ଧ କରିବ । ରୁଷ ର କହିବାର କାରଣ ହେଉଛି କି, ଆଜିର ସମୟରେ ରୁଷ ହେଉଛି ଏଭଳି ଦେଶ ଯାହା ପାଖରେ ପରମାଣୁ ବମ ସର୍ବାଧିକ ରହିଛି।

ଅନୁମାନ କଲେ ରୁଷ ପାଖରେ 6555 ପରମାଣୁ ବମ ରହିଛି। ଯେବେକି ଆମେରିକା ପାଖରେ 5550 ପରମାଣୁ ବମ ରହିଛି। ଏହାର ଅର୍ଥ ଦୁନିଆରେ ଯେତେ ପରମାଣୁ ବମ ରହିଛି ଏହାର 90 ପ୍ରତିଶତ କେବଳ ଏହି ଦୁଇଟି ଦେଶ ପାଖରେ ରହିଛି। ଆମେରିକା ଜାଣିଛି କି, ରୁଷ ପାଖରେ ସର୍ବାଧିକ ପରମାଣୁ ବମ ରହିଛି କିନ୍ତୁ ଏସମୟରେ ପରମାଣୁ ଯୁଦ୍ଧ ବିଷୟରେ ଭାବିବା ଉଚିତ ନୁହେଁ।

ଭାରତ ଠାରୁ ଅଧିକ ପାକିସ୍ତାନ ପାଖରେ ରହିଛି ପରମାଣୁ ବମ:-

ଯଦି ପରମାଣୁ ବମ ବିଷୟରେ ଆଲୋଚନା କରିବା ତାହେଲେ ରୁଷ ଓ ଆମେରିକା ପରେ ତୃତୀୟ ସ୍ଥାନରେ ଚୀନ (350) ରହିଛି। ଏହାପରେ ଫ୍ରାନ୍ସ ପାଖରେ (290), ବ୍ରିଟେନ ପାଖରେ (225) ପରମାଣୁ ବମ ରହିଛି। ପାକିସ୍ତାନ ପାଖରେ 165 ପରମାଣୁ ବମ ଥିବାବେଳ ଭାରତ ପାଖରେ 156ଟି ପରମାଣୁ ବମ ରହିଛି। ସେହିପରି ଇଜରାଇଲ ପାଖରେ 90ଟି ଓ ଉତ୍ତର କୋରିଆ ପାଖରେ 40 ରୁ 50ଟି ପରମାଣୁ ବମ ରହିଛି।

Leave A Reply

Your email address will not be published.