ବାବା ରାମଦେବ ଲଞ୍ଚ କଲେ ସ୍ବଦେଶୀ କ୍ରେଡିଟ କାର୍ଡ଼, 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ଏହାର ଲିମିଟ |

0

Get real time updates directly on you device, subscribe now.

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଓ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ କୋ-ବ୍ରାଣ୍ଡେଡ଼ କଣ୍ଟାକ୍ଟଲେସ କ୍ରେଡିଟ କାର୍ଡ଼ର ଦୁଇଟି ଭ୍ୟାରିଏଣ୍ଟ ଲଞ୍ଚ କରିଛନ୍ତି। ପତାଞ୍ଜଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଏହି ଯୋଜନାର ଆରମ୍ଭ କରିଛନ୍ତି। ଏହାକୁ ଲଞ୍ଚ କରି ବାବା ରାମଦେବ କହିଲେ କି, ପତାଞ୍ଜଳୀ କ୍ରେଡିଟ କାର୍ଡ଼ ରୂପରେ ଆତ୍ମନିର୍ଭର ଭାରତର ନୂଆ ପ୍ରେରଣା ସହିତ ଆଜି ଏକ ନୂଆ ଇତିହାସ ରଚିଛନ୍ତି।

ଲୋକାଲ ରୁ ଗ୍ଲୋବାଲ ପର୍ଯ୍ୟନ୍ତ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଟୁଲ:-

ସେ କହିଲେ କି, ପତାଞ୍ଜଳୀ ଆତ୍ମନିର୍ଭର ଭାରତର ସବୁଠାରୁ ବଡ଼ ପ୍ରେରଣା ଅଟେ। ଏହା ଭୋକାଲ ଓ ଲୋକାଲ ପାଇଁ ଏବଂ ଲୋକାଲ ରୁ ଗ୍ଲୋବାଲ ପର୍ଯ୍ୟନ୍ତ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଟୁଲ ସାବ୍ୟସ୍ତ ହେବ। ପତାଞ୍ଜଳୀ କ୍ରେଡିଟ କାର୍ଡ଼ ବହୁତ ଜଲଦି 1 କୋଟି ଲୋକଙ୍କ ପହଞ୍ଚ ରେ ହେବ। ତାଙ୍କର କହିବା ହେଲା ମୋତେ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ମୋଟ 5 କୋଟି ଅଟେ। ଯୋଗ ଶିବିର ମାଧ୍ୟମରେ ଲୋକେ ମୋ ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷ ପାଖରେ ଫେସବୁକ, ଟ୍ୱିଟର, ୟୁଟ୍ୟୁବ ମାଧ୍ୟମରେ ଯୋଡ଼ି ହୋଇଥାନ୍ତି।

ଯଦି ଦୁନିଆରେ ସର୍ବାଧିକ କାହା ଭିଡ଼ିଓ ଦେଖାଯାଉଛି ତାହେଲେ ସେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କର ଅଟେ। ବାବା ରାମଦେବଙ୍କ ମତରେ ଏହି କାର୍ଡ଼ର କ୍ରେଡିଟ ଲିମିଟ 50,000 ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ରାମଦେବଙ୍କ କହିବା ହେଲା ତାଙ୍କୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର ଭାରତ ବନାଇବାର ରହିଛି ଯାହାର ପ୍ରାରମ୍ଭ ସେ ଏହି ସ୍ୱଦେଶୀ କାର୍ଡ଼ ମାଧ୍ୟମରେ ଆରମ୍ଭ କରିଦେଇଛନ୍ତି।

ପ୍ରଥମଥର ପାଇଁ ଏହିପରି କ୍ରେଡିଟ କାର୍ଡ଼:-

ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି କି, ପତାଞ୍ଜଳୀ ସହିତ ଜଡ଼ିତ ସମସ୍ତ କର୍ମଯୋଗୀ ଭାଇ ଭଉଣୀଙ୍କ ସହିତ ପ୍ରଥମ ଥର ପାଇଁ ଦେଶରେ ଏମିତି କ୍ରେଡିଟ କାର୍ଡ଼ ଲଞ୍ଚ ହେବାକୁ ଯାଉଛି ଯାହାକି ବିବିଧ ସ୍ୱରୂପ ଓ ଆରମ୍ ରେ ଜଡ଼ିତ ରହିଛି। ତାଙ୍କ ମୁତାବିକ ପତାଞ୍ଜଳୀ କୌଣସି ମଲ୍ଟି ନ୍ୟାଶନାଲ କମ୍ପାନୀ ନୁହେଁ, ଏହା ବାବା ରାମଦେବଙ୍କ ଆଧ୍ୟାତ୍ମିକ ଓ ସାମାଜିକ କର୍ତ୍ତବ୍ୟକୁ ନିର୍ବହନ ପାଇଁ ଛିଡ଼ା କରାଯାଇଥିବା ଆତ୍ମ ସାଧନା ଦ୍ୱାରା ରାଷ୍ଟ୍ର ନିର୍ମାଣର ଏକ ସଂକଳ୍ପ ଅଟେ। ବାଳକୃଷ୍ଣଙ୍କ କହିବା ହେଲା ପିଏନବି ସହିତ ପତାଞ୍ଜଳୀ ପ୍ରାରମ୍ଭରୁ ଜଡ଼ିତ ହୋଇ ରହିଛି। ସେ କହିଛନ୍ତି, ପତାଞ୍ଜଳୀର ସମସ୍ତ ଗ୍ରାହକଙ୍କୁ କୋ-ବ୍ରାଣ୍ଡେଡ଼ କାର୍ଡ଼ ସହିତ ଯୋଡ଼ା ଯିବ।

ଦୁଇଟି ଆଡ଼ ଅନ କାର୍ଡ଼ର ସୁବିଧା:-

ଆଚାର୍ଯ୍ୟ ବାଳକୃଷ୍ଣ ବତାଇଥିଲେ କି, ଏଥିରେ ଆମେ ଚାଇନିଜ ଡିଭାଇସ ବ୍ୟତୀତ ଫ୍ରାନ୍ସ ଡିଭାଇସର ବ୍ୟବହାର କରିଛୁ। ଆମର ସମସ୍ତ କାର୍ଯ୍ୟରେ ରାଷ୍ଟ୍ର ସେବା ଓ ଦେଶ ପ୍ରତି ପୂର୍ଣ୍ଣ ନିଷ୍ଠା ରହିଥାଏ। ଏହି ଡିଭାଇସ କେବଳ POS ହେବନାହିଁ ସମ୍ପୂର୍ଣ୍ଣ ଭାବରେ ମୋବାଇଲ ERP ହେବ। ଏହି କାର୍ଡ଼ ବିବିଧ ବ୍ୟକ୍ତି ମାନଙ୍କ ସହିତ ମିଶି ସ୍ୱରୂପ ଭାବରେ ଆସିଛି। ଏହା ପିଏନବି ର ସବୁଠାରୁ ବ୍ରଣ୍ଡେଡ଼ କାର୍ଡ଼ ଅଟେ ଯାହାକି ଏହି ରୂପରେ ସିଗନେଚର ହୋଇଛି। ଏହି କାର୍ଡ଼ ମାଧ୍ୟମରେ କାର୍ଡ଼ ଧାରକଙ୍କୁ ନିଶୁଳ୍କ ଭାବରେ 50 ଦିନ ପାଇଁ କ୍ରେଡିଟ ସୁବିଧା ମିଳିବ। ଏହାସହ କାର୍ଡ଼ ଧାରକଙ୍କୁ 12 ପ୍ରତିଶତ ସୁଧ ଦର ଓ 18 ମାସର EMI ଲାଭ ମଧ୍ୟ ମିଳୁଛି। ଏହି କାର୍ଡ଼ ସହିତ ଦୁଇଟି ଆଡ଼ ଅନ କାର୍ଡର ସୁବିଧା ରହିବ

ସ୍ୱଦେଶୀ ପରିକଳ୍ପନା:-

ପିଏନବି ସିଇଓ ଆଦିତ୍ୟନାଥ ଦାସ କହିଛନ୍ତି କି, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ପତାଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ଓ ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ସାମୂହିକ ପ୍ରୟାସ ଏକ ସୁଖଦ ସମାଗମ ଅଟେ ଯାହା ସ୍ୱଦେଶୀ ପରିକଳ୍ପନାକୁ ଚରିତାର୍ଥ କରିଥାଏ। ଆମେ ଏହି କ୍ରେଡିଟ କାର୍ଡ଼ର ଯୋଜନାକୁ ଏକ ଅଭିଯାନ ପରି ନେଇ ଚାଲିବୁ। ଆମେ ଏହି କାର୍ଡ଼କୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବାକୁ ପୂର୍ଣ ସଂକଳ୍ପିତ ରହିଛୁ। କାର୍ଡ଼ ଲିମିଟ ସନ୍ଦର୍ଭରେ ସେ କହିଛନ୍ତି କି, ଆମେ ପ୍ରଥମେ ଆପଣଙ୍କ ମାପଦଣ୍ଡ ଅନୁସାରେ ଲିମଟ ପ୍ରଦାନ କରିବୁ ଓ ଏହାପରେ ଆପଣଙ୍କ ଭରଣା ଦେଖି ଏହାର ଲିମିଟ ବଢ଼ାଇ ଦେବୁ।

Leave A Reply

Your email address will not be published.