ଦେଖନ୍ତୁ ୪ ରୁ ୭ ଲକ୍ଷ ଟଙ୍କା ଭିତରେ ମିଳୁଥିବା CNG କାରର ଲିଷ୍ଟ, ଯାହା ଦେବ ଆପଣଙ୍କୁ ସାନଦାର ଫିଲିଙ୍ଗ୍‌

0

Get real time updates directly on you device, subscribe now.

ଏବେର ଦୁନିଆ ବହୁତ ଆଗକୁ ଯିବା ସହିତ ବହୁତ ସ୍ମାର୍ଟ ମଧ୍ୟ ହେଲାଣି। ଆଜିର ଲୋକମାନେ ମଧ୍ୟ ବହୁତ ସ୍ମାର୍ଟ ହେଲେଣି, ଆଜିର ଲୋକମାନେ ଫେସନ୍ ଓ ଟ୍ରେଣ୍ଡ୍ ର ସହ ରହିବାକୁ ବେଶୀ ପସନ୍ଦ କରୁଛନ୍ତି, ଦୁନିଆ ସହ ପାଦ ଦେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏବେର ଲୋକମାନେ ତ ବହୁତ ପଇସା ବାଲା ମଧ୍ୟ ହୋଇଗଲେଣି, ଏବେ ଦେଖିବାକୁ ଗଲେ ବହୁତ ଲୋକ ନିଜ ପାଖରେ ଟଙ୍କା ଥିବା କାରଣରୁ ଟ୍ରେଣ୍ଡିଂ ରେ ଥିବା ଜିନିଷକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ହେଲେ ତାହାର ଦାମ୍ ଯେତେ ହୋଇଥାଉ ସେମାନେ ତାହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି। ଆଉ ପୁଅ ପିଲାମାନଙ୍କର ଭଲ ଭଲ ବାଇକ୍ ଓ କାର ପ୍ରତି ଟିକେ ଦୁର୍ବଳତା ରହିଥାଏ, ସବୁ ଲୋକମାନେ ଚାହାଁନ୍ତି କି ସେମାନଙ୍କ ପାଖରେ ଏକ ଭଲ କାର ଟିଏ ରହୁ। ତେବେ ପେଟ୍ରୋଲ ଦର ମଧ୍ୟ ହୁ ହୁ ହୋଇ ବଢ଼ି ଯାଉଚି।ଏମିତିରେ ଗ୍ରାହକ ଇଲେକଟ୍ରିକ ଏବଂ ସିଏନଜି କାର ଆଡକୁ ବେଶି ଆକର୍ଷିତ ହେଉଛନ୍ତି। ଏହି କାରଣରୁ କମ୍ପାନୀ ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ଏବେ ସିଏନଜି ସହିତ କାର ଗୁଡିକୁ ଲଞ୍ଚ୍‌ କରୁଛି। ତେଣୁ ଆପଣ ଯଦି ଭଲ CNG କାର ଚାହୁଁଛନ୍ତି ଏବଂ ତାହପୁଣି କମ୍‌ ଦାମରେ ଆପଣଙ୍କ ବଜେଟ ମୁତାବକ ହୋଇଥିବ ତାହେଲେ ଆମେ ଆଜି ଆପଣଙ୍କୁ କିଛି ସିଏନଜି କାର ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ୪ ଲକ୍ଷରୁ ୭ ଲକ୍ଷ ଟଙ୍କା ଭିତରେ ମିଳିଯିବ।

Tata Tiago CNG

ଏହି କାର କିଛି ସମୟ ପୂର୍ବରୁ ସିଏନଜି ସହିତ ଲଞ୍ଚ୍‌ ହୋଇଛି। ବଜେଟରେ ଏହା ଆପଣଙ୍କ ପାାଇଁ ବହୁତ ସାନଦାର କାର ହେବ। ଏହାର ପ୍ରାରମ୍ଭିକ ଦାମ୍‌ ୬.୦୯ ଲକ୍ଷ ଟଙ୍କା ରହିଛି। ସେହିପରି ଟପ୍‌ ମଡେଲର ଦାମ୍‌ ୭.୬୪ ଲକ୍ଷ ଟଙ୍କା ରହିଛି।

ମାରୁତି ସୁଜୁକି ସିଲେରିଓ ସିଏନଜି

ଏହା ଦେଶର ସବୁଠାରୁ ଅଧିକ ମାଇଲେଜ୍‌ ଦେଉଥିବା କାର ମଧ୍ୟରୁ ଗୋଟିଏ। ଏହି କାରକୁ ଯଦି ଆପଣ ସିଏନଜି ମଡେଲରେ କିଣିବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କୁ ୬.୫୮ ଟଙ୍କାରେ ମିଳିଯିବ।

ହ୍ୟୁଣ୍ଡାଇ ସାଣ୍ଟ୍ରୋ

ଏହି ପପୁଲାର ହ୍ୟାଚବ୍ୟାକରେ ଆପଣଙ୍କୁ ସିଏନଜିର ଅପ୍ସନ ମିଳିଥାଏ। କାରର ମାଇଲେଜ ମଧ୍ୟ 30kmpl ଠାରୁ ଅଧିକ ରହିିଛି। ଏହି କାର ବେସ୍‌ ଭେରିୟଣ୍ଟର ଦାମ୍‌ ୪ ଲକ୍ଷ ୨୮ ହଜାର ଟଙ୍କା ରହିଛି।

Wagon R CNG

ଏହା ମାରୁତିର ସବୁଠାରୁ ପପୁଲାର ଏବଂ ଅଧିକ ବିକ୍ରି ହେଉଥିବର କାର ମଧ୍ୟରୁ ଅନ୍ୟତମ। ଏହି ବଢ଼ିଆ ମାଇଲେଜ କାରର ସିଏନଜି ମଡେଲକୁ ଆପଣ ୫.୩୮ ଲକ୍ଷ ଟଙ୍କାରେ କିଣି ଘରକୁ ଆଣିପାରିବେ।

Leave A Reply

Your email address will not be published.