ଦେଖନ୍ତୁ ଭିଡ଼ିଓ : ମେରଠ ର ଏହି ଯୁବକ କଲେ କମାଲ୍, ୪୫ ଦିନରେ ବନାଇଲେ ଦୁନିଆର ସବୁଠାରୁ ଲମ୍ବା ଇଲେକ୍ଟ୍ରିକ ବାଇକ୍…………

0

Get real time updates directly on you device, subscribe now.

ଭାରତରେ ସର୍ବଦା କ୍ରିଏଟିଭଟି ଦେଖିବାକୁ ମିଳେ|ବେଳେ ବେଳେ ଜିନିଷ ଏପରି ହୋଇଥାଏ ଯେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି ଓ କିଛି ଦେଖିବା ପରେ ହସ ଲାଗେ|ଖାସ କରି ଯେତେବେଳେ ଜୁଗାଡ ଓ କ୍ରିକଟିଭିଟି ମିଶିଯାଏ ତେବେ ଆଉ କ’ଣ କହିବି ? ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମେରେଠର ଯୁଵକ କ୍ଷେତ୍ରରେ|ବାଗପତ ଜିଲ୍ଲାର ଏହି ଯୁଵକ ଏପରି ଇଲେକ୍ଟ୍ରିକ ବାଇକ ବନାଇଛନ୍ତି ଯାହାର ସ୍ପିଡ୍ ୧୨୦ କିମି ପ୍ରତି ଘଣ୍ଟା|ଥରେ ଚାର୍ଜ ହେବା ପାଇଁ ୨ ଘଣ୍ଟା ସମୟ ଲାଗେ|ଥରେ ଚାର୍ଜ ହେଲେ ଏହା ୧୦୮୦ କିମି ଯାଇପାରେ|ଏହା ୭୦୦ କିଗ୍ରା ଭାର ଉଠାଇ ପାରିବ|

ଏହି ଯୁବକଙ୍କ ନାମ ରୋହିତ ଶର୍ମା ଅଟେ|ସେ ୟୁପିର ବାଗପତର ଏକ ଛୋଟ ଗାଁର ବାସିନ୍ଦା|ସେ ଇଲେକ୍ଟ୍ରିକ ଚପର ବାଇକ ବନାଇଛନ୍ତି|ଏହି ବାଇକର ଖାସିୟତ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି|ସେ ମେରଠର ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜରୁ ପାସ କରି ଗାଁରେ ଇକୋ ଫ୍ରେଣ୍ଡଲି ଚପର ବାଇକ ବନାଇ ଧ୍ୟାନ ଆକର୍ଷିତ କରିଛନ୍ତି|ସେ ଏବେ ଚର୍ଚ୍ଚାରେ ରହିଛନ୍ତି|

ଏହି ରୋହିତ ବାଗପତର ଦିଲ୍ଲୀ ଇନଷ୍ଟିଚୁ୍ୟଟ ଅଫ ଇଞ୍ଜିନିୟରିଂରୁ ବିଟେକ୍ ମେକାନିକାଲ ଇଂଜିନିୟରିଂରେ ପଢ଼ିଛନ୍ତି|ସେ କହିଛନ୍ତି ଇଲେକ୍ଟ୍ରିକାଲ୍ ଚପର ବାଇକ ଦେଶରେ ବନେ ନାହିଁ ତେଣୁ ସେ ବନେଇଛନ୍ତି|୨ ଘଣ୍ଟା ଚାର୍ଜ ହେଲେ ଏହା ୧୦୮୦ କିମି ଚାଲେ|

ଏହି ବାଇକର ଲମ୍ବା ୧୩ ଫୁଟ ଅଟେ ଓ ସେ ଦାବି କରିଛନ୍ତି ଏହା ଦୁନିଆର ସବୁଠାରୁ ଲମ୍ବା ବାଇକ ଅଟେ|ଏହା ୭୦୦ କିଗ୍ରା ଭାର ଉଠାଇବାରେ ସକ୍ଷମ ଅଟେ|ସେ ଗିନିଜ ବୁକ ଅଫ ରେକର୍ଡ ପାଇଁ ମଧ୍ୟ ଆବେଦନ କରିଛନ୍ତି|ସେ କହିଛନ୍ତି ଏହି ବାଇକ ଆମେରିକାରେ ଚାଲୁଥିଲା କିନ୍ତୁ ଭାରତରେ ଏହା ପ୍ରଥମ ହେବ|

ରୋହିତ ଏହି ବାଇକର ନାମ ମହାବଳୀ ରଖିଛନ୍ତି|ତାଙ୍କ କହିବାନୁଯାୟୀ ଏହା ଦୁନିଆର ସବୁଠାରୁ ବଡ ପାୱରଫୁଲ ଇକୋ‌ଫ୍ରେଣ୍ଡଲି ବାଇକ ଅଟେ|ଏହାକୁ ୦ -୪୦ ସ୍ପିଡ ଧରିବାକୁ ୩ ସେକେଣ୍ଡ ଲାଗେ|

ଏହି ବାଇକ ବନାଇବାକୁ ରୋହିତ ୪୫ ଦିନ ସମୟ ନେଇଥିଲେ|ଏଥିରେ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି|ଏହାକୁ ସମ୍ପୂର୍ଣ୍ଣ ହାତରେ ବନା ଯାଇଛି|ଏହାର ଚେଚିସ ବୋର୍ଡ ଓ ପୂରା ବଡି ହାତରେ ବନିଛି|କେବଳ ଟାୟାର ବାହାରୁ କିଣା ଯାଇଛି|

Leave A Reply

Your email address will not be published.